Cricket

ତୃତୀୟ ଦିନରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ୍

ଆଇପିଏଲ୍ ୨୦୨୬ ରେ ଉତ୍ସାହ ନୂତନ ଶୀର୍ଷରେ ପହଞ୍ଚିଛି । ପ୍ରଥମ ଦିନରେ ଆରସିବି ଚମତ୍କାର ପ୍ରଦର୍ଶନ କରିଥିବା ବେଳେ, ଦ୍ୱିତୀୟ ଦିନରେ ମୁମ୍ବାଇ ଇଣ୍ଡିଆନ୍ସ କରିଥିଲା । ଆଜି ତୃତୀୟ ଦିନରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ୍ (ସିଏସକେ)  ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ମଧ୍ୟ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ତେବେ ସିଏସକେ ପ୍ରଶଂସକମାନଙ୍କ ପାଇଁ ଖରାପ ଖବର ହେଉଛି ଯେ ଏମଏସ ଧୋନି ଆଜିର ଆକ୍ସନ ମ୍ୟାଚରେ ରହିବେ ନାହିଁ । ସେ ଆଘାତ ଯୋଗୁଁ କିଛି ମ୍ୟାଚ୍ ଖେଳିବେ ନାହିଁ । ରାଜସ୍ଥାନ ଓ ଚେନ୍ନାଇ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଗୌହାଟିର ବରସାପାରା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ସନ୍ଧ୍ୟା ୭ରେ ଟସ୍ ହେବ, ଆଉ  ମ୍ୟାଚ୍ ସନ୍ଧ୍ୟା ୭:୩୦ ରେ ଆରମ୍ଭ ହେବ । ରିୟାନ ପରାଗ ରାଜସ୍ଥାନ ଦଳର ଅଧିନାୟକ,ଥିବାବେଳେ ଋତୁରାଜ ଗାୟକୱାଡ ଚେନ୍ନାଇର ନେତୃତ୍ୱ ନେବେ ।

Chennai Super Kings vs Rajasthan Royals, Indian Premier League 2020 Match  37: In Pics | News | Zee News

ଚେନ୍ନାଇ ସୁପର କିଙ୍ଗ୍ସର ସମ୍ଭାବ୍ୟ ଏକାଦଶ- ଆୟୂଷ ମାହତ୍ରେ, ସଞ୍ଜୁ ସାମସନ, ଋତୁରାଜ ଗାଏକୱାଡ୍ (ଅଧିନାୟକ), ଉର୍ଭିଲ ପଟେଲ, ଶିବମ ଦୁବେ, କାର୍ତ୍ତିକ ଶର୍ମା, ପ୍ରଶାନ୍ତ ବୀର, ନୂର ଅହମ୍ମଦ, ଖଲିଲ ଅହମ୍ମଦ, ମାଟ୍ ହେନରୀ, ଅଂଶୁଲ କାମ୍ବୋଜ, ଜାମି ଓଭରଟନ୍/ରାହୁଲ ଚହର ।

CSK IPL 2026 Auction Purse: Expected Budget & Player Retention Plans- IPL

ରାଜସ୍ଥାନ ରୟାଲ୍ସର ସମ୍ଭାବ୍ୟ ଏକାଦଶ- ଯଶସ୍ୱୀ ଜୈସ୍ୱାଲ, ବୈଭବ ସୂର୍ଯ୍ୟବଂଶୀ, ଲୁଆନ- ଡ୍ରେ ପ୍ରିଟୋରିୟସ୍, ରିୟାନ ପରାଗ (ଅଧିନାୟକ), ସିମରନ ହେତମାୟର, ରବୀନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ, ଜୋଫ୍ରା ଆର୍ଚର, ସନ୍ଦୀପ ଶର୍ମା, ରବି ବିଷ୍ଣୋଇ, ନାନ୍ଦ୍ରେ ବର୍ଗର, ଶୁଭମ ଦୁବେ/ତୁଷାର ଦେଶପାଣ୍ଡେ ।

RR Squad After IPL 2026 Auction: Complete List of Players Bought by Rajasthan  Royals

Related posts

ଭାରତ ଆଗରେ ୨୭୩ ରନର ଟାର୍ଗେଟ ରଖିଲା ଆଫଗାନିସ୍ତାନ

Odisha Sports Bureau

ଇଂଲଣ୍ଡରେ ଭାରତ ଖେଳିବ ଲିମିଟେଡ ଓଭର କ୍ରିକେଟ

Odisha Sports Bureau

ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ : ଆଜିଠୁ ଅନଲାଇନ ଟିକେଟ୍ ବିକ୍ରି

Odisha Sports Bureau