Cricket

ସ୍ଲୋ ଓଭର ରେଟ୍ ପାଇଁ ଶୁବମନ ଗିଲଙ୍କୁ ଜରିମାନା

ଗୁଜରାଟ ଟାଇଟନ୍ସ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ହରାଇଛି । ଏହି ରୋମାଞ୍ଚକର ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନ୍‌ରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ । କେଏଲ ରାହୁଲ (୯୨), ପଥୁମ ନିଶଙ୍କା (୪୧) କରିଥାଇ ମଧ୍ୟ ଡେଭିଡ ମିଲରଙ୍କ ଲଢୁଆ ପାଳି ସତ୍ତ୍ବେ ଗୁଜରାଟ ୧ ରନରେ ମ୍ୟାଚ ଜିତିଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୨୧୦ ରନ୍‌ର ବିଶାଳ ସ୍କୋର କରିଥିଲା । ଗୁଜରାଟ ପକ୍ଷରୁ ଅଧିନାୟକ ଶୁବମନ ଗିଲଙ୍କ ସମେତ ୩ ଜଣ ବ୍ୟାଟ୍ସମ୍ୟାନ୍‌ ଅର୍ଦ୍ଧଶତକ ହାସଲ କରିଥିଲେ ।

୨୧୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ ପକ୍ଷରୁ କେଏଲ ରାହୁଲ ଓ ପଥୁମ୍‌ ନିଶାଙ୍କା ଏକ ଦୃଢ଼ ଆରମ୍ଭ ଦେଇଥିଲେ । କେଏଲ ରାହୁଲ ୯୨ ଏବଂ ପଥୁମ୍‌ ନିସାଙ୍କା ୪୧ ରନ୍‌ କରିଥିଲେ । ଗୁଜରାଟ ମ୍ୟାଚ ଜିତିଥିବା ସତ୍ତ୍ବେ ସ୍ଲୋ ଓଭର ରେଟ ପାଇଁ ଅଧିନାୟକ ଗିଲଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିଛି । ସ୍ଲୋ ଓଭର ରେଟ୍ କାରଣରୁ ଶୁବମନ ଗିଲଙ୍କୁ ଜରିମାନା ଲାଗିଛି । ଆଇପିଏଲ ଜାରି କରିଥିବା ବୟାନରେ କୁହାଯାଇଛି, ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ସ୍ଲୋ ଓଭର ରେଟ୍ ପାଇଁ ଗୁଜରାଟ ଟାଇଟନ୍ସର ଖେଳାଳି ଶୁବମନ ଗିଲଙ୍କୁ ଜରିମାନା ଲାଗିଛି ।

Related posts

ଦକ୍ଷିଣ ଆଫ୍ରିକାକୁ ହରାଇ ରେକର୍ଡ ଭାଙ୍ଗିଲା ଭାରତୀୟ ମହିଳା କ୍ରିକେଟ୍ ଟିମ୍

Odisha Sports Bureau

ବିଶ୍ୱକପ ପାଇଁ ଟିକେଟ ଦର ଆକାଶଛୁଆଁ , ୧୯ ଲକ୍ଷରୁ ଅଧିକ

Odisha Sports Bureau

ଧୋନିଙ୍କୁ ମିଳିପାରେ ବଡ଼ ଦାୟିତ୍ବ !

Odisha Sports Bureau