Cricket

ଆଇପିଏଲ୍ ୨୦୨୬ରେ ଚେନ୍ନାଇର ବିଶାଳ ବିଜୟ

ଆଇପିଏଲ୍‌ ୨୦୨୬ର ୫୩ତମ ମ୍ୟାଚ୍‌ରେ ଚେନ୍ନାଇର ଦମ୍‌ଦାର ବିଜୟ ହୋଇଛି । ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଘରୋଇ ଦଳ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ୫ ୱିକେଟ୍‌ରେ ପରାସ୍ତ କରିଛି । ଚେନ୍ନାଇ ଦଳ ୨୦୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା । ୧୯.୨ ଓଭରରେ ୫ଟି ୱିକେଟ୍‌ ହରାଇ ୨୦୮ ରନ୍‌ ସଂଗ୍ରହ କରି ବିଜୟ ହୋଇଛି ଚେନ୍ନାଇ ।

ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ଏକ ବିଶାଳ ସ୍କୋର ଛିଡ଼ା କରିଥିଲା । ଜୋଶ୍ ଇଙ୍ଗଲିସ ମାତ୍ର ୩୩ ବଲରେ ୮୫ ରନ (୧୦ ଚୌକା, ୬ ଛକା) କରି ଚେନ୍ନାଇ ବୋଲରଙ୍କୁ ନାକେଦମ୍ କରିଦେଇଥିଲେ। ତାଙ୍କ ଯୋଗୁଁ ଲକ୍ଷ୍ନୌ ପାୱାରପ୍ଲେରେ ୯୧/୧ ର ସ୍କୋର କରିଥିଲା । ମଧ୍ୟକ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲେ ମଧ୍ୟ ଶାହବାଜ ଅହମ୍ମଦ ୪୩ (୨୫) ରନ କରି ଦଳୀୟ ସ୍କୋରକୁ ୨୦୦ ପାର୍ କରାଇଥିଲେ । ଚେନ୍ନାଇ ପକ୍ଷରୁ ଓଭରଟନ ଚମତ୍କାର ବୋଲିଂ କରି ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ଅଖତିଆର କରିଥିଲେ।

୨୦୪ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ୧୯.୨ ଓଭରରେ ବିଜୟ ହାସଲ କରିଥିଲା । ଚେନ୍ନାଇର ଯୁବ ତାରକା ଉର୍ଭିଲ ପଟେଲ ଆଜିର ମ୍ୟାଚ୍ର ଅସଲି ହିରୋ ଥିଲେ। ମାତ୍ର ୧୩ ବଲ୍ ରେ ଉର୍ଭିଲ ଅର୍ଦ୍ଧଶତକ ହାସଲ କରି ଆଇପିଏଲ୍ ଇତିହାସର ଯୁଗ୍ମ-ଦ୍ରୁତତମ ଅର୍ଦ୍ଧଶତକର ରେକର୍ଡ କରିଛନ୍ତି । ସେ ମୋଟ ୨୩ ବଲ୍ରେ ୬୫ ରନ କରିଥିଲେ । ରୁତୁରାଜ ଗାୟକୱାଡ୍ ୪୨ ରନ କରି ଗୋଟିଏ ପଟେ ପାଳିକୁ ସମ୍ଭାଳି ରଖିଥିଲେ । ସାମସନ ୨୮ ରନ କରିଥିବା ବେଳେ କାର୍ତ୍ତିକ ଶର୍ମା ୨୦ ରନ କରିଥିଲେ । ଦୁବେ ୭ ବଲରୁ ୧୫ ରନ କରିଥିବାବେଳେ ପ୍ରଶାନ୍ତ ବୀର ୧୨ ବଲରୁ ୧୮ ରନ କରିଛନ୍ତି ।

Related posts

ଭାରତ- ଅଷ୍ଟେଲିଆ ତୃତୀୟ ଟି-୨୦: ଟସ୍‌ ଜିଣି ଭାରତର ଫିଲ୍ଡିଂ ନିଷ୍ପତ୍ତି

Odisha Sports Bureau

ରାଜସ୍ଥାନରେ ବୈଭବ ସୂର୍ଯ୍ୟବଂଶୀଙ୍କ ଭାଗ୍ୟ ବଦଳି ଯିବ କି?

Odisha Sports Bureau

ହ୍ୱାଇଟ୍ ବଲ ଫର୍ମାଟରେ ଶେଷ ହୋଇପାରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ? ବିସିସିଆଇ ଏକ ବଡ ନିଷ୍ପତ୍ତି ନେଇପାରେ

Odisha Sports Bureau