Javelin Throw

ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ନୀରଜ ଚୋପ୍ରାଙ୍କୁ ଅତିକ୍ରମ କରିଲେ ଶ୍ରୀଲଙ୍କାର ଯୁବ ଆଥଲେଟ୍

ରୋମ୍‌ରେ ଆୟୋଜିତ ପ୍ରତିଷ୍ଠିତ ଡାଇମଣ୍ଡ ଲିଗର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଇତିହାସ ରଚିଛନ୍ତି ଶ୍ରୀଲଙ୍କାର ଯୁବ ଆଥଲେଟ୍ ରୁମେଶ ପାଥିରାଗେ ଥାରଙ୍ଗା । ରୁମେଶ ଜାଭେଲିନ ଥ୍ରୋରେ ଭାରତର ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଅତିକ୍ରମ କରିଛନ୍ତି । ସେ ରୋମ ଡାଏମଣ୍ଡ ଲିଗରେ ୯୨.୬୨ ମିଟର ଥ୍ରୋ କରିଥିଲେ । ନୀରଜଙ୍କ ଶ୍ରେଷ୍ଠ ଥ୍ରୋ ୯୦.୨୩ ମିଟର ରହିଛି । ରୁମେଶ ଏସିଆରେ ଦୀର୍ଘ ଥ୍ରୋ କରିବା ତାଲିକାରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ।

Rumesh Pathirage goes past Neeraj Chopra with monster throw of 92.62m in  Rome DL

ଥାରଙ୍ଗାଙ୍କର ଏହି ପ୍ରଦର୍ଶନ କେବଳ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ମୋଡ଼ ସାବ୍ୟସ୍ତ ହୋଇନାହିଁ, ବରଂ ଏହା ଶ୍ରୀଲଙ୍କାର ଆଥଲେଟିକ୍ସ ଇତିହାସକୁ ମଧ୍ୟ ଏକ ନୂଆ ଉଚ୍ଚତାକୁ ନେଇଯାଇଛି । ଥାରଙ୍ଗାଙ୍କର ଏହି ଏକମାତ୍ର ଥ୍ରୋ କ୍ରୀଡ଼ା ଜଗତର ଅନେକ ପୁରୁଣା ରେକର୍ଡକୁ ଚୂରମାର କରିଦେଇଛି। ସେ ବର୍ଷ ୨୦୨୬ ସିଜନରେ ୯୦ ମିଟରର ପ୍ରତିବନ୍ଧକ ଅତିକ୍ରମ କରିଥିବା ବିଶ୍ୱର ପ୍ରଥମ ଥ୍ରୋଅର୍ ହୋଇପାରିଛନ୍ତି ଏବଂ ବର୍ତ୍ତମାନ ତାଙ୍କ ପାଖକୁ ୱାର୍ଲ୍ଡ ଲିଡ୍ ଆସିଯାଇଛି । ଏହି ପ୍ରୟାସ ସହିତ ସେ ରୋମ୍‌ରେ ନରୱେର ଦିଗ୍‌ଗଜ ଆଣ୍ଡ୍ରିଆସ ଥୋରକିଲ୍ଡସନଙ୍କ ଦ୍ୱାରା ଦୁଇ ଦଶନ୍ଧି ପୂର୍ବେ ସ୍ଥାପିତ ହୋଇଥିବା ମିଟ୍ ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ।

Tharanga wins bronze behind world champions – The Island

ରୁମେଶଙ୍କ ଯାତ୍ରା କ୍ରିକେଟ୍ ପଡ଼ିଆରୁ ଆରମ୍ଭ ହୋଇଥିଲା । ସେ ୧୮ ବର୍ଷରୁ କମ୍ ଦଳରେ ଜଣେ ଦ୍ରୁତ ବୋଲର ଥିଲେ । ସେ ଇଶାନ ମାଲିଙ୍ଗାଙ୍କ ସହିତ ଖେଳିଥିଲେ । ମାଲିଙ୍କା ଏବେ ଶ୍ରୀଲଙ୍କା ଜାତୀୟ ଦଳର ପ୍ରମୁଖ ବୋଲରଙ୍କ ମଧ୍ୟରୁ ଜଣେ । ସେ ଆପିଏଲ୍ ୨୦୨୬ରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ସର୍ବାଧିକ ୱିକେଟ୍ ନେବାରେ ମଧ୍ୟ ସଫଳ ହୋଇଥିଲେ । ବର୍ତ୍ତମାନ ରୁମେଶଙ୍କ ଭାଗ୍ୟ ବଦଳି ଯାଇଛି । ତାଙ୍କ ସାଥୀ ଖେଳାଳିମ ମାଲିଙ୍ଗା କ୍ରିକେଟ୍ ପଡିଆରେ ପ୍ରାଧ୍ୟାନ୍ୟ ବିସ୍ତାର କରୁଥିବାବେଳେ, ଆଥଲେଟିକ୍ସରେ ରୁମେଶଙ୍କ ପ୍ରତିଭା ପ୍ରଷ୍ପୁଟିତ ହୋଇଛି ।

🔥 92.62m ✓ World Lead ✓ Meet Record RUMESH PATHIRAGE SHAKES THE JAVELIN  WORLD The Sri Lankan sensation hurled a monstrous 92.62m throw on his  second attempt at the Rome Diamond League.

Related posts

ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଥିଲା, ‘ଗୋଲ୍ଡେନ ବୟ’ ନୀରଜ ଚୋପ୍ରା ଆହତ

Odisha Sports Bureau

କିଶୋରଙ୍କୁ ୨୫ ଲକ୍ଷ ପୁରଷ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Odisha Sports Bureau

ଫାଇନାଲରେ ଏଣ୍ଟ୍ରି କଲେ ନୀରଜ ଚୋପ୍ରା

Odisha Sports Bureau