Cricket

ଶତକ ମାରିଲେ ଈଶାନ

ପଡିଆରେ ଛକା-ଚୌକା ବର୍ଷାଇଛନ୍ତି ଈଶାନ କିଶନ । ଦଲିପ ଟ୍ରଫି ୨୦୨୬ ଫାଇନାଲ ମୁକାବିଲାରେ ଇଷ୍ଟ ଜୋନର ଅଧିନାୟକ ହୋଇ ଈଶାନ କିଶନ ଖେଳିଛନ୍ତି । ଏହି ମ୍ୟାଚର ପ୍ରଥମ ଦିନରେ ଈଶାନ ୧୨୨ବଲରେ ବସ୍ଫେରକ ବ୍ୟାଟିଙ୍ଗ କରି ଶତକ ହାସଲ କରିଛନ୍ତି । ଟସ୍ ଜିତି ପଡିଆରେ ବ୍ୟାଟିଂ କରିବେ ବୋଲି ନିଷ୍ପତି ନେଇଥିଲେ , କିନ୍ତୁ ନଜେ ୫ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ଶ୍ରେୟସ ଗୋପାଲଙ୍କ ଓଭରର ପ୍ରଥମ ବଲରେ ଚୌକା ମାରି ନିଜର ଶତକ ହାସଲ କରିଥିଲେ । ଏହି ଆକ୍ରାମକ ଇନିଂସରେ ସେ ୧୪ ଚୌକା ଏବଂ ଗୋଟିଏ ଛକା ମାରିଛନ୍ତି ।

ଈଶାନ ଦଲିପ ଟ୍ରଫି ଇତିହାସରେ ତାଙ୍କର ଦ୍ୱିତୀୟ ଶତକ ନୁହେଁ ବରଂ ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟରରେ ତାଙ୍କର ଦଶମ ଶତକୀୟ ଇନିଂସ। ଟୁର୍ଣ୍ଣାମେଣ୍ଟର କ୍ବାଟର ଫାଇନାଲ ଏବଂ ସେମିଫାଲନାଲରେ ସେ ନିଜର ବ୍ୟାଟିଂ ବଳରେ ଦଳ ପାଇଁ ଭଲ ଯୋଗଦେଇଥିଲେ । ଇଶାନ ନିଜର ସାଥୀ ଖେଳାଳି କୁମାର କୁଶାଗ୍ରଙ୍କ ସହିତ ମିଶି ପଞ୍ଚମ ୱିକେଟ୍‌ରେ ୧୪୬ଟି ବଲ୍‌ରୁ ୧୩୩ ରନ୍‌ର ଭାଗିଦାରୀ କରିଥିଲେ। ଏହି ଭାଗିଦାରୀ ବଳରେ ଇଷ୍ଟ ଜୋନ୍ ଦୃଢ଼ ସ୍ଥିତିରେ ପହଞ୍ଚିଛି।

Related posts

କେପଟାଉନରେ ବାଜିଲା ‘ରାମ ସିୟା ରାମ’ ଗୀତ ମଇଦାନରେ ହାତ ଯୋଡିଲେ କୋହଲି

Odisha Sports Bureau

ବେଙ୍ଗାଲୁରୁ ଦଳାଚକଟା ଘଟଣା ପାଇଁ ଆରସିବିକୁ ଦାୟୀ କଲେ କର୍ଣ୍ଣାଟକ ସରକାର

ସିଡ଼ନୀ ଟେଷ୍ଟ ବିଜୟ ଲକ୍ଷ୍ୟରେ ଭାରତ

Odisha Sports Bureau