ପଡିଆରେ ଛକା-ଚୌକା ବର୍ଷାଇଛନ୍ତି ଈଶାନ କିଶନ । ଦଲିପ ଟ୍ରଫି ୨୦୨୬ ଫାଇନାଲ ମୁକାବିଲାରେ ଇଷ୍ଟ ଜୋନର ଅଧିନାୟକ ହୋଇ ଈଶାନ କିଶନ ଖେଳିଛନ୍ତି । ଏହି ମ୍ୟାଚର ପ୍ରଥମ ଦିନରେ ଈଶାନ ୧୨୨ବଲରେ ବସ୍ଫେରକ ବ୍ୟାଟିଙ୍ଗ କରି ଶତକ ହାସଲ କରିଛନ୍ତି । ଟସ୍ ଜିତି ପଡିଆରେ ବ୍ୟାଟିଂ କରିବେ ବୋଲି ନିଷ୍ପତି ନେଇଥିଲେ , କିନ୍ତୁ ନଜେ ୫ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ଶ୍ରେୟସ ଗୋପାଲଙ୍କ ଓଭରର ପ୍ରଥମ ବଲରେ ଚୌକା ମାରି ନିଜର ଶତକ ହାସଲ କରିଥିଲେ । ଏହି ଆକ୍ରାମକ ଇନିଂସରେ ସେ ୧୪ ଚୌକା ଏବଂ ଗୋଟିଏ ଛକା ମାରିଛନ୍ତି ।
ଈଶାନ ଦଲିପ ଟ୍ରଫି ଇତିହାସରେ ତାଙ୍କର ଦ୍ୱିତୀୟ ଶତକ ନୁହେଁ ବରଂ ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟରରେ ତାଙ୍କର ଦଶମ ଶତକୀୟ ଇନିଂସ। ଟୁର୍ଣ୍ଣାମେଣ୍ଟର କ୍ବାଟର ଫାଇନାଲ ଏବଂ ସେମିଫାଲନାଲରେ ସେ ନିଜର ବ୍ୟାଟିଂ ବଳରେ ଦଳ ପାଇଁ ଭଲ ଯୋଗଦେଇଥିଲେ । ଇଶାନ ନିଜର ସାଥୀ ଖେଳାଳି କୁମାର କୁଶାଗ୍ରଙ୍କ ସହିତ ମିଶି ପଞ୍ଚମ ୱିକେଟ୍ରେ ୧୪୬ଟି ବଲ୍ରୁ ୧୩୩ ରନ୍ର ଭାଗିଦାରୀ କରିଥିଲେ। ଏହି ଭାଗିଦାରୀ ବଳରେ ଇଷ୍ଟ ଜୋନ୍ ଦୃଢ଼ ସ୍ଥିତିରେ ପହଞ୍ଚିଛି।
