Cricket

ଭାରତୀୟ ଅଣ୍ଡର-୧୯ ଦଳରୁ ବାଦ୍ ପଡ଼ିଛନ୍ତି ରୋହିତ ଯାଦବ

ଭାରତୀୟ ଅଣ୍ଡର-୧୯ ଦଳରୁ ବାଦ୍‌ ପଡ଼ିଛନ୍ତି ରୋହିତ ଯାଦବ। ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ହେବାକୁ ଥିବା ଦିନିକିଆ ଏବଂ ମଲ୍ଟି-ଡେ ସିରିଜ ପାଇଁ ରୋହିତଙ୍କୁ ଦଳରୁ ହଟାଇଛି ବିସିସିଆଇ। ବିସିସିଆଇ ତରଫରୁ ଏକ ଆଧିକାରିକ ବୟାନ ଜାରି କରି କୁହାଯାଇଛି ଯେ, ରାଜକୋଟ ଏବଂ ଅହମଦାବାଦରେ ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ହେବାକୁ ଥିବା ମ୍ୟାଚ୍ ଗୁଡ଼ିକ ପାଇଁ ରୋହିତ ଯାଦବଙ୍କୁ ଇଣ୍ଡିଆ ଅଣ୍ଡର-୧୯ ଦଳରେ ଚୟନ କରାଯାଇଥିଲା, କିନ୍ତୁ ବୟସ ଜନିତ ହେରଫେର କାରଣରୁ ତାଙ୍କୁ ଦଳରୁ ବାହାର କରିଦିଆଯାଇଛି।

BCCI Bans Rohit Yadav for Age Fraud | India U-19 Squad Replacements

ଅଷ୍ଟ୍ରେଲିଆର ଅଣ୍ଡର-୧୯ ଦଳ ଭାରତ ଗସ୍ତରେ ଆସି ୩ଟି ଦିନିକିଆ ମ୍ୟାଚ୍ ଏବଂ ୨ଟି ବହୁଦିବସୀୟ ମ୍ୟାଚ୍ ଖେଳିବ। ଏଥିପାଇଁ ବିସିସିଆଇର ପୁରୁଷ ଚୟନ କମିଟି କିଛି ଦିନ ପୂର୍ବେ ଭାରତୀୟ ଦଳ ଘୋଷଣା କରିଥିଲା। ବିସିସିଆଇ ବର୍ତ୍ତମାନ ଏହି ଦଳରେ ଏକ ବଡ଼ ପରିବର୍ତ୍ତନ କରିଛି। ବିସିସିଆଇର ଜୁନିୟର କ୍ରିକେଟ୍ କମିଟି ଦିନିକିଆ ଦଳରୁ ରୋହିତ ଯାଦବଙ୍କୁ ବାଦ ଦେଇଛି ଏବଂ ତାଙ୍କ ସ୍ଥାନରେ ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନର ଆର୍ଯ୍ୟନ ସଭସନୀଙ୍କୁ ସାମିଲ କରିଛି।

Aryan Savsani And Tanmay Baloda Named As Replacement For Suspended Rohit  Yadav In India Under-19

Related posts

WPL 2026ରେ DCକୁ ଧୁଳି ଚଟେଇଲା RCB, ଇତିହାସ ସୃଷ୍ଟି କଲେ ସ୍ମୃତି

Odisha Sports Bureau

ଭାରତୀୟ ବୋଲରଙ୍କ ଆକ୍ରମଣରେ ଧରାଶାୟୀ କଙ୍ଗାରୁ ବାହିନୀ

Odisha Sports Bureau

ଭାରତର ବଡ଼ ବିଜୟ, ୪୬ ରନରେ ନ୍ୟୁଜିଲାଣ୍ଡକୁ ହରାଇ ସିରିଜ୍ ଜିତିଲା ଦଳ

Odisha Sports Bureau