More Sports

ଏସିଆନ ଗେମ୍ସରେ ମହିଳା ସଟ୍‌ପୁଟ୍‌ରେ ଭାରତକୁ ବ୍ରୋଞ୍ଜ…

ଜାପାନରେ ଚାଲିଥିବା ଏସିଆନ ଗେମ୍ସରେ ମହିଳା ସଟ୍‌ପୁଟ୍‌ରେ ଭାରତକୁ ବ୍ରୋଞ୍ଜ ମିଳିଛି।୧୭.୧୭ ମିଟରର ଶ୍ରେଷ୍ଠ ଥ୍ରୋ ସହିତ ମନପ୍ରୀତ କୌର ଜିତିଛନ୍ତି ବ୍ରୋଞ୍ଜ। ଏହା ସହ ଏସିଆନ ଗେମ୍ସରେ ସଟ୍‌ପୁଟ୍‌ରେ ପଦକ ଜିତିବାରେ ସେ ହେଉଛନ୍ତି ତୃତୀୟ ଭାରତୀୟ ମହିଳା।ସେହିପରି  ୧୬.୫୭ ମିଟର ଥ୍ରୋ ସହ ପଞ୍ଚମ ସ୍ଥାନରେ ରହିଛନ୍ତି କ୍ରିଷ୍ଣା ମେନନ।୨ ସ୍ବର୍ଣ୍ଣ ସହିତ ସହିତ ଭାରତକୁ ସମୁଦାୟ ୨୧ ପଦକ ଜିତିଛନ୍ତି।

ମନପ୍ରୀତ ଧୀମା ପ୍ରଥମ ଥ୍ରୋ ୧୬.୩୨ ମିଟର ଥିଲା। କିନ୍ତୁ ଧୀରେ ଧୀରେ ସେଥିରେ ଉନ୍ନତି ଘଟିଥିଲା। ଚତୁର୍ଥ ପ୍ରୟାସରେ ସେ ୧୭ ମିଟର ଅତିକ୍ରମ କରିଥିଲେ। ଆଉ ଏହା ତାଙ୍କୁ ବ୍ରୋଞ୍ଜ ପଦକ ହାସଲ କରିବାରେ ସହାୟକ ହୋଇଥିଲା। ଏହି ଇଭେଣ୍ଟରେ ଉଭୟ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ହାତେଇ ଥିଲେ ଚାଇନାର ସୋଙ୍ଗ ଜିଆୟୁଆନ ଓ ଝାଙ୍ଗ ଲିନରୁ।

Related posts

ଅଲିମ୍ପିକ୍‌ ଯୋଗ୍ୟତାରୁ ଅଳ୍ପକେ ବଞ୍ଚିତ ହେଲେ ଜ୍ୟୋତି

Odisha Sports Bureau

ଏସିଆନ କୁସ୍ତି ଚମ୍ପିୟାନସିପରେ ଭାଗ ନେବେନି ଚୀନ

Odisha Sports Bureau

ଖେଲୋ ଇଣ୍ଡିଆ ଉଦ୍ୟାପନୀ ଉତ୍ସବରେ ୨୨୮ ପଦକ ସହ ମହାରାଷ୍ଟ୍ର ପ୍ରଥମ

Odisha Sports Bureau