Athletics

ଐତିହାସିକ ସଫଳତା: ଏସିଆନ୍ ଗେମ୍ସରେ ଭାରତର ପ୍ରଥମ ସ୍ୱର୍ଣ୍ଣ

ଏସିଆନ ଗେମ୍ସ ୨୦୨୬ରେ ଭାରତକୁ ଦୌଡ଼କୁଦ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ। ଦେଶକୁ ଏହି ସଫଳତା ଆଣି ଦେଇଛନ୍ତି ମହିଳା। ଆଜି ୪ ଗୁଣା ୪୦୦ ମିଟର ରିଲେରେ ଭାରତୀୟ ଝିଅ କରିଛନ୍ତି କମାଲ। ସେମାନେ ଦେଶ ପାଇଁ ଜିତିଛନ୍ତି ଐତିହାସିକ ସ୍ୱର୍ଣ୍ଣ। ଭାରତୀ ବିଥ୍ୟା ରାମରାଜ, କିରଣ, ମାଚେତ୍ତି ପୋଭାମା ଓ ପ୍ରାଚୀ ଦେଶ ପାଇଁ ଏହି ସଫଳତା ଆଣି ଦେଇଛନ୍ତି।ଭାରତୀୟ ମହିଳା ରିଲେ ଦଳ ୩ ମିନିଟ୍ ୨୯.୬୯ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ଜିତିଛି।

ବାହାରିନ୍ ୩ ମିନିଟ୍ ୩୦.୨୧ ସେକେଣ୍ଡ ସମୟ ସହ ରୌପ୍ୟ ଏବଂ ଚୀନ୍ ୩ ମିନିଟ୍ ୩୧.୦୨ ସେକେଣ୍ଡ ସମୟ ସହ କାଂସ୍ୟ ପଦକ ଜିତିଛି।ଚାରିଟି ଲ୍ୟାପ୍‌ରେ ଭାରତୀୟ ଖେଳାଳିମାନେ ଧୈର୍ୟ୍ୟ ଓ ଆତ୍ମବିଶ୍ୱାସର ସହ ଦୌଡ଼ିଥିଲେ। ଶେଷ ପର୍ୟ୍ୟାୟରେ ଭାରତ ବାହାରିନ୍ ଓ ଚୀନ୍‌ଠାରୁ ଆଗକୁ ବାହାରି ଯାଇଥିଲା। ମହିଳା ରିଲେ ଦଳର ଏହି ସଫଳତା ଏସିଆନ୍ ଗେମ୍ସରେ ଭାରତୀୟ ଆଥଲେଟିକ୍ସ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ପାଲଟିଛି।

Related posts

ଆଜି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହେବ ଏସୀୟ କ୍ରୀଡ଼ା ମହାକୁମ୍ଭ

Odisha Sports Bureau

ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ

ଭାରୋତ୍ତୋଳନରେ ଭାରତକୁ ମିଳିଲା ରୌପ୍ୟ ପଦକ

Odisha Sports Bureau