Shooting

ବିଶ୍ୱ ମଞ୍ଚରେ ପୁଣି ଚମକିଛନ୍ତି ଭାରତୀୟ ମହିଳା ସୁଟର

ବିଶ୍ୱ ମଞ୍ଚରେ ପୁଣି ଚମକିଛନ୍ତି ଭାରତୀୟ ମହିଳା ସୁଟର। ଆଇଏସ୍‌ଏସ୍‌ଏଫ୍ ବିଶ୍ୱ ଚାମ୍ପିୟନଶିପ୍‌ର ୨୫ ମିଟର ପିସ୍ତଲ ଇଭେଣ୍ଟରେ ଭାରତୀୟ ମହିଳା ଟିମ୍ ଜିତିଛି ସ୍ୱର୍ଣ୍ଣ ପଦକ। ଷ୍ଟାର୍ ସୁଟର ଈଶା ସିଂହଙ୍କ ଦମ୍‌ଦାର ପ୍ରଦର୍ଶନ ଭାରତକୁ ଏହି ବଡ଼ ସଫଳତା ଦେଇଛି। ଈଶାଙ୍କ ସହ ମନୁ ଭାକର ଏବଂ ଦିବ୍ୟା ସୁବ୍ବାରାଜୁଙ୍କୁ ନେଇ ଗଠିତ ଭାରତୀୟ ଟିମ୍ ମୋଟ ୧୭୬୧ ପଏଣ୍ଟ ହାସଲ କରି ପୋଡିୟମର ଶୀର୍ଷ ସ୍ଥାନ ଦଖଲ କରିଛି। ଦକ୍ଷିଣ କୋରିଆ ୧୭୪୮ ପଏଣ୍ଟ ସହ ରୌପ୍ୟ ଏବଂ ଭିଏତନାମ ୧୭୪୫ ପଏଣ୍ଟ ସହ ବ୍ରୋଞ୍ଜ ପଦକ ଜିତିଛି।

Esha Singh, Manu Bhaker in medal hunt at ISSF Worlds

ସେପଟେ ବ୍ୟକ୍ତିଗତ ଇଭେଣ୍ଟରେ ମଧ୍ୟ ଭାରତ ପାଇଁ ଖୁସି ଖବର। ଈଶା ସିଂହ ଏବଂ ଦୁଇ ଥରର ଅଲିମ୍ପିକ୍ ପଦକ ବିଜେତା ମନୁ ଭାକର ଫାଇନାଲରେ ପ୍ରବେଶ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ଈଶା ୫୯୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ ମନୁ ୫୮୭ ପଏଣ୍ଟ ସହ ଷଷ୍ଠ ସ୍ଥାନ ହାସଲ କରିଛନ୍ତି। ତେବେ ଦିବ୍ୟା ୫୮୪ ପଏଣ୍ଟ ସହ ଦଶମ ସ୍ଥାନରେ ରହି ଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଛନ୍ତି।

Manu Bhaker Finishes Fourth In 25m Pistol; India Sweep Women's Junior Event  | Shooting News

ଅନ୍ୟପଟେ ଜର୍ମାନୀର ଡୋରେନ୍ ୱେନକାମ୍ପ ୫୯୨ ପଏଣ୍ଟ ସହ ଅଲିମ୍ପିକ୍ ରେକର୍ଡର ସମକକ୍ଷ ହୋଇ ପ୍ରଥମ ସ୍ଥାନରେ ରହିଛନ୍ତି। ହଙ୍ଗେରୀର ଭେରୋନିକା ମେଜର ୫୯୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ପ୍ରିସିଜନ୍ ରାଉଣ୍ଡରେ ୨୯୨ ପଏଣ୍ଟ ହାସଲ କରିଥିବା ଈଶା ରାପିଡ୍ ରାଉଣ୍ଡରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତିନୋଟି ସିରିଜ୍‌ରେ ଯଥାକ୍ରମେ ୧୦୦, ୯୮ ଏବଂ ୧୦୦ ପଏଣ୍ଟ ହାସଲ କରି ମୋଟ ୫୯୦ ପଏଣ୍ଟରେ ପହଞ୍ଚିଥିଲେ। ସେହିପରି ମନୁ ମଧ୍ୟ ପ୍ରିସିଜନ୍ ରାଉଣ୍ଡର ୨୮୯ ପଏଣ୍ଟ ପରେ ରାପିଡ୍ ରାଉଣ୍ଡରେ ୨୯୮ ପଏଣ୍ଟ ହାସଲ କରି ଫାଇନାଲ ଟିକେଟ୍ କାଟିଛନ୍ତି। ଏହି ସଫଳତା ସହ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିବାର ଆଶା ମଧ୍ୟ ଈଶାଙ୍କର ଆହୁରି ମଜବୁତ ହୋଇଛି। ଏବେ ସମସ୍ତଙ୍କ ନଜର ଫାଇନାଲ ଉପରେ।

Asian Games 2026: Esha Singh clinches silver in women's 25m pistol  individual event; Manu Bhaker ends medal-less

Related posts

ଅଭିନବ ବିନ୍ଦ୍ରା ଟାର୍ଗେଟ ପର୍ଫର୍ମାନ୍ସ ସେଣ୍ଟର ଉଦଘାଟିତ

Odisha Sports Bureau

ସୁଟିଙ୍ଗ୍ ୱାର୍ଲଡ କପ୍: ୧୦ମିଟର ଏୟାର ପିସ୍ତଲରେ ମନୁ ଏବଂ ସୌରଭ ଜିତିଲେ ସ୍ୱର୍ଣ୍ଣ

Odisha Sports Bureau

ଭାରତୀୟ ପାରାସୁଟରଙ୍କ କମାଲ

Odisha Sports Bureau