Athletics

ଚତୁର୍ଥ ଥର ପାଇଁ ଏସୀୟ ଆଥଲେଟିକ୍ସ ଆୟୋଜନ କରିବ ଭାରତ

ପୁଣିଥରେ ଭାରତକୁ ମିଳିଛି ଏସୀୟ ଆଥଲେଟିକ୍ସ ଚାମ୍ପିୟନସିପ୍ ଆୟୋଜନ କରିବାର ସୁଯୋଗ। ୨୦୨୯ ମସିହାରେ ହେବାକୁ ଥିବା ଏହି ମହାଦେଶୀୟ କ୍ରୀଡ଼ା ମହାକୁମ୍ଭ ଚେନ୍ନାଇରେ ଆୟୋଜିତ ହେବ। ଏଥିସହ ଚତୁର୍ଥ ଥର ପାଇଁ ଏହି ସମ୍ମାନଜନକ ପ୍ରତିଯୋଗିତାର ଆୟୋଜକ ହେବ ଭାରତ।

ପୂର୍ବରୁ ନୂଆଦିଲ୍ଲୀ, ପୁଣେ ଓ ଭୁବନେଶ୍ୱରରେ ଏହି ଚାମ୍ପିୟନସିପ୍ ଆୟୋଜନ କରିସାରିଛି ଭାରତ। ମଙ୍ଗଳବାର ଟୋକିଓରେ ଅନୁଷ୍ଠିତ ଏସୀୟ ଆଥଲେଟିକ୍ସ ଆସୋସିଏସନର ପରିଷଦ ବୈଠକରେ ଚେନ୍ନାଇକୁ ଆୟୋଜନ ଅଧିକାର ପ୍ରଦାନ ନେଇ ଘୋଷଣା କରାଯାଇଛି। ତେବେ ତାମିଲନାଡୁ ସରକାରଙ୍କ ଆନୁଷ୍ଠାନିକ ଗ୍ୟାରେଣ୍ଟି ପତ୍ର ଦାଖଲ ଉପରେ ଏହି ଆୟୋଜନ ନିର୍ଭର କରୁଛି।

ତାମିଲନାଡୁ ଆଥଲେଟିକ୍ସ ଆସୋସିଏସନର ଅଧ୍ୟକ୍ଷା ସି. ଲତାଙ୍କ ସୂଚନା ଅନୁସାରେ, ୨୦୨୯ ଅଗଷ୍ଟ ମାସରେ ଏହି ଚାମ୍ପିୟନସିପ୍ ଆୟୋଜିତ ହେବାର ସମ୍ଭାବନା ରହିଛି। ଚେନ୍ନାଇର କ୍ରୀଡ଼ା ଭିତ୍ତିଭୂମି, ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ଏବଂ ଖେଳାଳିଙ୍କ ରହିବା ସୁବିଧାକୁ ଆଧାର କରି ଆୟୋଜନ ପାଇଁ ଦାବି ଉପସ୍ଥାପନ କରାଯାଇଥିଲା। ତେବେ ଚେନ୍ନାଇରେ ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ ହେବା ଦ୍ୱାରା ଭାରତୀୟ ଆଥଲେଟିକ୍ସକୁ ଆଉ ଏକ ବଡ଼ ମଞ୍ଚ ମିଳିବା ସହ ଦେଶର କ୍ରୀଡ଼ା ଭିତ୍ତିଭୂମିକୁ ମଧ୍ୟ ନୂଆ ପରିଚୟ ମିଳିବ।

Related posts

ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ

ଆତ୍ମରକ୍ଷାରୁ ଏସିଆନ ପଦକ, ସୂଚିକାଙ୍କ ସଂଘର୍ଷର ସଫଳ କାହାଣୀ

Odisha Sports Bureau

ଏସିଆନ ଗେମ୍ସରେ ଭାରତର ପ୍ରତିନିଧିତ୍ୱ କରିବେ କନଷ୍ଟେବଳ ରଶ୍ମିତା…

Odisha Sports Bureau