Cricket

୨୦୩୧ ଦିନିକିଆ ବିଶ୍ୱକପ୍ ଆୟୋଜନ କରିବ ଭାରତ

କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ପୁଣିଥରେ ବିଶ୍ୱ କ୍ରିକେଟ୍‌ର ମହାକୁମ୍ଭ ଆୟୋଜନ କରିବ ଭାରତ। ୨୦୩୧ ମସିହାର ଆଇସିସି ଦିନିକିଆ ବିଶ୍ୱକପ୍ ଆୟୋଜନ ଦାୟିତ୍ୱ ଭାରତକୁ ମିଳିଛି। ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଭାରତ ସହ ବାଂଲାଦେଶ ମଧ୍ୟ ସହ-ଆୟୋଜକ ରହିବ। ଆଇସିସିର ନୂଆ ଘୋଷଣା ଅନୁଯାୟୀ, ୨୦୩୧ ଅକ୍ଟୋବର ୯ରୁ ନଭେମ୍ବର ୨୩ ତାରିଖ ଯାଏଁ ଏହି ପ୍ରତିଯୋଗିତା ଚାଲିବ। ତେବେ କେଉଁ କେଉଁ ସହରରେ ମ୍ୟାଚ୍ ଖେଳାଯିବ, ସେନେଇ ବିସ୍ତୃତ ସୂଚୀ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ।

India To Host 2029 Champions Trophy, Co-Host 2031 ODI World Cup With  Bangladesh As ICC Unveils Cricket Calendar Till 2035

ଏହି ଆୟୋଜନ ଭାରତୀୟ କ୍ରିକେଟ୍ ପାଇଁ ଏକ ବଡ଼ ସୁଯୋଗ ହେବାକୁ ଯାଉଛି। ଦେଶର ବିଭିନ୍ନ ଷ୍ଟାଡିୟମ୍‌ରେ ବିଶ୍ୱର ଶ୍ରେଷ୍ଠ ଦଳ ଓ ଖେଳାଳିଙ୍କୁ ଦେଖିବାର ସୁଯୋଗ ପାଇବେ କ୍ରିକେଟ୍ ପ୍ରେମୀ। ଏହା ସହିତ ପର୍ଯ୍ୟଟନ, ହୋଟେଲ୍ ଶିଳ୍ପ ଓ କ୍ରୀଡ଼ା ଭିତ୍ତିଭୂମିକୁ ମଧ୍ୟ ମିଳିପାରେ ନୂଆ ଗତି। ୨୦୨୩ରେ ଭାରତ ଏକକ ଭାବେ ଦିନିକିଆ ବିଶ୍ୱକପ୍ ଆୟୋଜନ କରିଥିବାବେଳେ, ୨୦୩୧ରେ ପୁଣି ଥରେ ବିଶ୍ୱକପ୍ ଆୟୋଜନର ଦାୟିତ୍ୱ ମିଳିବା କ୍ରିକେଟ୍ ଜଗତରେ ଭାରତର ଗୁରୁତ୍ୱକୁ ଦର୍ଶାଉଛି।

 

Related posts

ଟି୨୦ ବିଶ୍ୱକପକୁ ନେଇ ବିସିସିଆଇ ଅଧିକାରୀଙ୍କୁ ମନ କଥା ଜଣାଇଲେ ରୋହିତ

Odisha Sports Bureau

ସିଡ଼ନୀରେ ନବବର୍ଷ ପାଳନ କଲେ ବିରୁଷ୍କା

Odisha Sports Bureau

ବିଶ୍ୱକପ ପୂର୍ବରୁ ଅପଗ୍ରେଡ଼ ହେବ ୭ଟି ଷ୍ଟାଡିୟମ, ପ୍ରତି ଷ୍ଟାଡିୟମକୁ ୫୦ କୋଟି ଟଙ୍କା ଦେବ ବିସିସିଆଇ