Cricket

ରିଷଭଙ୍କ ଫ୍ୟାନକୁ ଝଟକା,WTC ପରେ ଏବେ ଏସିଆ କପ୍ ଓ ବିଶ୍ୱକପରୁ ବାଦ ପଡିଛନ୍ତି

WTC ପରେ ଏବେ ଏସିଆ କପ୍ ଓ ବିଶ୍ୱକପରୁ ବାଦ ପଡିଛନ୍ତି ରିଷଭ ପନ୍ତ । ତେବେ ଏହିି ଘଟଣା ପରେ ରିଷଭଙ୍କ ଫ୍ୟାନକୁ ଶକ୍ତ ଝଟକା ଲାଗିଛି ।ରିଷଭକୁ ସୁସ୍ଥ ହେବାକୁ ଆହୁରି ୮ରୁ ୧୦ ମାସ ସମୟ ଲାଗିବ ।ଟିମ ଇଣ୍ଡିଆ ୱିକେଟ କିପର ରିଷଭଙ୍କୁ ଆହତ ହୋଇଥିବାରୁ ବିନା ସାହାଯ୍ୟରେ ଚାଲିପାରୁ ନାହାନ୍ତ ତେଣୁ ତାଙ୍କୁ ଏହି ସବୁ ସିରିଜରୁ ରିଷଭଙ୍କୁ ବାଦ କରିଛନ୍ତି ।
ଖବର ମୁତାବକ, ରିଷଭଙ୍କ ସଂପୂର୍ଣ୍ଣ ଭାବେ ସୁସ୍ଥ ଜାନୁଆରୀ ୨୦୨୪ରେ ହେବେ । ତେଣୁ ୨୦୨୩ରେ ହେବାକୁ ଥିବା ଏସିଆ କପ୍ ଏବଂ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବେ । ଏବେ ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲରୁ ବାଦ୍ ପଡିଛନ୍ତି । ୭-୧୧ ଜୁନ ମଧ୍ୟରେ ଖେଳାଯିବ । ଯଦି ରିଷଭ ୨୦୨୪ ଜାନୁଆରୀ ସୁଦ୍ଧା ସୁସ୍ଥ ହୋଇଯାଇନ୍ତି, ତେବେ ୨୦୨୪ ଆଇପିଏଲରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ଗତବର୍ଷ ଡିସେମ୍ବର ୩୦ରେ ପନ୍ତ ଡେରାଡୁନ ଯିବା ବାଟରେ ଭୟଙ୍କର କାର୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ପନ୍ତଙ୍କ କାର ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ପନ୍ତ ପାଖାପାଖି ୬ ସପ୍ତାହ ପର୍ୟ୍ୟନ୍ତ ମୁମ୍ବାଇର କୋକିଲାବେନ ହସପିଟାଲରେ ଚିକିତ୍ସିତ ହେଉଥିଲେ ।

Related posts

ଆସନ୍ତାକାଲି ଆଇପିଏଲ ଫାଇନାଲରେ ମୁହାଁମୁହିଁ ହେବେ ଚେନ୍ନାଇ-ଗୁଜରାଟ

ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ମହମ୍ମଦ ସିରାଜ ଅଧିକ ‘ମାରାତ୍ମକ’ ଟେଷ୍ଟ ବୋଲର ଥିଲେ ?

Odisha Sports Bureau

ସଂର୍ଘସ କରୁଛନ୍ତି କ୍ରିକେଟର ଶ୍ରେୟସ, ପରବର୍ତ୍ତୀ ସ୍କାନ 2ମାସ ପରେ ……

Odisha Sports Bureau