Cricket

ପିତାଙ୍କ ପରଲୋକରେ ପଡ଼ିଆକୁ ଆସିଲେ ରସିଦ ଖାନ

(ଓଡିଶା ସ୍ପୋର୍ଟ): ଆଡିଲେଡ ଷ୍ଟ୍ରାଇକର୍ସ ତରଫରୁ ଖେଳିବାକୁ ପଡ଼ିଆକୁ ଓହ୍ଲାଇଛନ୍ତି ବିଶ୍ୱର ଏକ ନମ୍ବର ଟି-୨୦ ବୋଲର ଆଫଗାନିସ୍ତାନର ଲେଗ ସ୍ପିନର ପିତାଙ୍କ ପରଲୋକ ହେବା ପରେ ବି ରସିଦ ଖାନ ବିଗ ବେଶ ଲିଗ (ବିବିଏଲ)ରେ । ରସିଦଙ୍କ ଏହି ନିଷ୍ପତ୍ତିକୁ ସୋସିଆଲ ମିଡିଆରେ ଚାରିଆଡୁ ପ୍ରଶଂସା କରାଯାଉଛି । ଆଇସିସି ୱେବସାଇଟ ଅନୁସାରେ ଯାଦୁକାରୀ ସ୍ପିନର ରଶିଦଙ୍କ ପିତା ମ୍ୟାଚର ୨୪ ଘଣ୍ଟା ପୂର୍ବରୁ ପରଲୋକ ହୋଇଥିଲା । ମାତ୍ର ଏହା ପରେ ବି ସେ ନବବର୍ଷ ପୂର୍ବସନ୍ଧ୍ୟା ସୋମବାର ସିଡନୀ ରେ ଖେଳିବାକୁ ପଡ଼ିଆକୁ ଓହ୍ଲାଇଥିଲେ ।

ରଶିଦ ଏହି ମ୍ୟାଚରେ ୨ ୱିକେଟ ନେଇଛନ୍ତି ଏବଂ ନିଜର ଟିମ ୨୦ ରନରେ ଜିତିଛି । ମ୍ୟାଚରେ ଆଡିଲେଡ ଷ୍ଟ୍ରାଇକର୍ସ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୭୫ ରନ କରିଥିଲା । ଜବାବରେ ସିଡନୀ ଥଣ୍ଡର ଟିମ ୬ ୱିକେଟ ହରାଇ ୧୫୫ ରନ କରିବାକୁ ସମର୍ଥ ହୋଇଥିଲା । ଫଳରେ ମ୍ୟାଚକୁ ୨୦ ରନରେ ହାରିଥିଲା ।

Twitter Ads info and privacy
ରଶିଦ ସୋସିଆଲ ମିଡିଆରେ ଲେଖିଛନ୍ତି, ମୁଁ ଆଜି ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ହରାଇଛି । ସେ ହେଉଛନ୍ତି ମୋ ପିତା । ଏବେ ମୋର ମନେପଡୁଛି, ସବୁବେଳେ ମଜବୁତ ରହିବାକୁ ସେ କ’ଣ ଉପଦେଶ ଦେଉଥିଲେ ।

Related posts

ସେମିଫାଇନାଲରେ ଭାରତ ସହ କିଏ ଖେଳିବ ? ନ୍ୟୁଜିଲାଣ୍ଡ ନା ପାକିସ୍ତାନ

Odisha Sports Bureau

ଟେଷ୍ଟ-ଦିନିକିଆ-ଟି୨୦ ସମସ୍ତ ଫର୍ମାଟରେ ବିଶ୍ୱର ଏକ ନମ୍ବର ଟିମ ଭାରତ

Odisha Sports Bureau

ବିଶ୍ୱକପ ମହାକୁମ୍ଭ ପାଇଁ ଭାରତର କାର୍ଯ୍ୟସୂଚୀ

Odisha Sports Bureau

Leave a Comment