archery

ଭାରତୀୟ ତୀରନ୍ଦାଜଙ୍କ ଚମତ୍କାର ପ୍ରଦର୍ଶନ

ଏସିଆ କପ୍ ଷ୍ଟେଜ-୨ ଚାଲିଥିବା ର୍ୟାଙ୍କିଂ ପ୍ରତିଯେଗିତାରେ ଭାରତୀୟ ତୀରନ୍ଦାଜମାନେ ୪ଟି ପଦକ ପକ୍କା କରିଛନ୍ତି । ଉଭୟ ରିକର୍ଭ ଓ କମ୍ପାଉଣ୍ଡ ବର୍ଗରେ ମୃନାଲ ଚୌହାନ, ତୁଷାର ସେଲକେ ଓ ଜୟନ୍ତ ତାଲୁକଦାଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ରିକର୍ଭ ଦଳ ସେମିଫାଇନାଲ୍ରେ ଆୟୋଜକ ଉଜ୍ବେକିସ୍ତାନର ଚେନ୍ ୟାଓ ୟୁ, ମିର୍ଜାଓଲ କାରୋରୋଭ ଓ ଅମିରଖାନ ସାଦିକୋଭଙ୍କୁ ୬-୦ (୫୬-୫୪, ୫୭-୫୪, ୫୬-୫୩)ରେ ପରାସ୍ତ କରିଥିଲେ।ଶୁକ୍ରବାର ଫାଇନାଲ୍ରେ ଏହି ଦଳ ସ୍ବର୍ଣ୍ଣ ପଦକ ମୁକାବିଲାରେ ଚୀନ୍କୁ ଭେଟିବ ।ଭାରତୀୟ କମ୍ପାଉଣ୍ଡ ପୁରୁଷ ଦଳ ୨୩୬-୨୨୧ରେ ସାଉଦି ଆରବକୁ ହରାଇ ଫାଇନାଲ୍ରେ ପହଞ୍ଚିଥିଲାସେହିପରି ପରିଣୀତ କୌର, ପ୍ରଗତୀ ଓ ରାଗିନୀଙ୍କୁ ନେଇ ଗଠିତ ଭାରତୀୟ କମ୍ପାଉଣ୍ଡ ମହିଳା ଦଳ କ୍ବାଲିଫିକେସନ ରାଉଣ୍ଡରେ ଶୀର୍ଷରେ ରହି ଫାଇନାଲ୍ରେ ପହଞ୍ଚିଥିଲା ।

 

Related posts

କମାଲ କରି ଦେଖାଇଲେ ପାୟଲ

Odisha Sports Bureau

ଯୁବ ତୀରନ୍ଦାଜି ପ୍ରତିଯୋଗିତାରେ ଭାରତୀୟ ତୀରନ୍ଦାଜ ପ୍ରିୟାଂଶ ବିଶ୍ୱ ବିଜେତା

ଜାତୀୟ ତୀରନ୍ଦାଜି ପ୍ରତିଯୋଗିତାରେ ଓଡ଼ିଶା ଦଳ