Cricket

ମେଜର ଲିଗ୍ କ୍ରିକେଟ୍ ଖେଳିବେନି ଅମ୍ବାତି ରାଇଡୁ

ଆସନ୍ତା ଜୁଲାଇ ୧୪ ତାରିଖରୁ ଆମେରିକାରେ ମେଜର୍ ଲିଗ୍ କ୍ରିକେଟ୍ ଖେଳାଯିବାକୁ ଅଛି । ଯେଉଁଥିରେ ଟେକ୍ସାସ୍ ସୁପର କିଙ୍ଗସ ତରଫରୁ ଖେଳିବାକୁ ଚୁକ୍ତିବଦ୍ଧ ହେଇଥିଲେ ଅମ୍ବାତି ରାଇଡୁ । ହେଲେ ହଠାତ୍ ସେ ଏହି ଟୁର୍ଣ୍ଣାମେଣ୍ଟରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି ।ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ବାସ୍ କିଛି ଦିନ ପୂର୍ବରୁ ସେ ଏହି ଟୁର୍ଣ୍ଣାମେଣ୍ଟରୁ ନିଜ ନାଁ ଫେରାଇ ନେଇଛନ୍ତି । ତେବେ ଆମେରିକାର ମେଜର ଲିଗ୍ କ୍ରିକେଟରୁ ରାଇଡୁ ହଠାତ୍ ଓହରିଯିବା ଅନେକ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି । ଏହା ପଛରେ ବିସିସିଆଇର ନୂଆ ନିୟମ ରହିଛି ବୋଲି ଅନେକ ସନ୍ଦେହ କରୁଥିବାବେଳେ, ରାଇଡୁ କିନ୍ତୁ ଏ ନେଇ କୌଣସି ସ୍ପଷ୍ଟ ଉତ୍ତର ରଖିନାହାଁନ୍ତି ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ବିସିସିଆଇ ସମ୍ପାଦକ ଜୟ ଶାହା କହିଥିଲେ ଯେ, ସେ ନିର୍ଦ୍ଧାରିତ ସନ୍ନ୍ୟାସକୁ ରୋକିବାକୁ ଏକ ନୂଆ ନୀତି ଆଣିବାକୁ ଯାଉଛନ୍ତି । ଏହି ନିୟମ କିଛି ବଡ ଅଧିକାରୀଙ୍କ ଦ୍ୱାରା ପ୍ରସ୍ତୁତ କରାଯିବ । ତେବେ ଏହି ନିୟମରେ କୁଲିଂ ଅଫ୍ ପିରିୟଡ୍ ବ୍ୟବସ୍ଥା ଆସିପାରେ ବୋଲି ସେ ସଙ୍କେତ ଦେଇଥିଲେ । ଯାହାର ଠିକ୍ ପରେ ରାଇଡୁ ଏହି ଟୁର୍ଣ୍ଣାମେଣ୍ଟରୁ ନାଁ ଫେରାଇନେଇଛନ୍ତି ।

 

Related posts

ଇଣ୍ଡିଆ ହାତରେ ଏସିଆ କପ

Odisha Sports Bureau

ଭାରତର ପ୍ରଥମ ଇନିଂସ ଶେଷ, ୧୬ ରନରେ ଅଷ୍ଟ୍ରେଲିଆ ହରାଇଲା ପ୍ରଥମ ୱିକେଟ

Odisha Sports Bureau

ମଇଦାନକୁ ଫେରିବ ସେହୱାଗ-ଯୁବରାଜଙ୍କ ଯୋଡି

Odisha Sports Bureau

Leave a Comment