More Sports

କଳିଙ୍ଗ ଷ୍ଟାଡିୟମର ନୂଆ ଅଧ୍ୟାୟ

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଲେଖାଯାଉଛି ଆଉ ଏକ ନୂଆ ଇତିହାସ । ବିକାଶର ସ୍ୱର୍ଣ୍ଣିମ ଅକ୍ଷରରେ କଳିଙ୍ଗ ଷ୍ଟାଡିୟମକୁ ବିଶ୍ୱପ୍ରସିଦ୍ଧ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମରେ ଆଜି ପୁଣି ଏକ ସଫଳତାର କାହାଣୀ ଲେଖାଯାଇଛି । ଷ୍ଟାଡିୟମରେ କ୍ରୀଡା ଭିତ୍ତିଭୂମିର ଉଦଘାଟନ କରାଯିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ସହିତ ନୂତନ କ୍ରୀଡା ଛାତ୍ରାବାସ ଏବଂ ବିଜୁ ପଟ୍ଟନାୟକ ଭାରୋତ୍ତଳନ ହଲ ମଧ୍ୟ ଉଦଘାଟନ କରାଯାଇଛି । ଏସବୁ ବ୍ୟତୀତ ୮୯ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।

ସେହିପରି ରାଉକେଲାରେ ମଧ୍ୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ସହିତ ଅନୁଗୁଳ ଏବଂ ବାରିପଦାର ସ୍ୱିମିଙ୍ଗ ପୁଲ ମଧ୍ୟ ଉଦଘାଟିତ କରାଯାଇଛି । କଳିଙ୍ଗ ଷ୍ଟାଡିୟମରେ ରହି ଭିଡିଓ କନଫରେନ୍ସିଂ ଜରିଆରେ ଏ ସମସ୍ତ ପ୍ରକଳ୍ପର ଭିତ୍ତି ପ୍ରସ୍ତର କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Related posts

କୁଡୋ କ୍ରୀଡା ରେ ଇତିହାସ ରଚିଲା ଓଡିଶା

Odisha Sports Bureau

ମେରୀକମଙ୍କ ସହିତ ସମସ୍ତ ମୁଷ୍ଟିଯୋଦ୍ଧା ଜାର୍ଡାନରୁ ଫେରିବାପରେ ଘରେ ପୃଥକ ରହିବେ

Odisha Sports Bureau

ଇଣ୍ଡିଆନ୍ ଓପନ ଗଲ୍ଫ୍ ଟୁର୍ଣ୍ଣାମେଣ୍ଟର ଅଷ୍ଟମ ସ୍ଥାନରେ ଅମନଦିପ୍

Odisha Sports Bureau