Cricket

ପୁଣି ଜଣେ ଖେଳାଳୀ ଆହତ

ନୂଆଦିଲ୍ଲୀ: ଆଉ ୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ । ଦ୍ୱିତୀୟ ମ୍ୟାଚରେ ହାର ପରେ ଇଂଲଣ୍ଡ ତୃତୀୟ ମ୍ୟାଚରେ ବିଜୟ ହାସଲ ପାଇଁ ଯଥା ସମ୍ଭବ ଚେଷ୍ଟା ଜାରି ରଖିଛି । ତେବେ ଏହି ସମୟରେ ଦଳକୁ ଗୋଟିଏ ପରେ ଗୋଟିଏ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ପୂର୍ବ ମ୍ୟାଚର ଠିକ ପୂର୍ବରୁ ଷ୍ଟାର ଖେଳାଳୀ ଷ୍ଟୁଆର୍ଟ ବ୍ରଡ ଆହତ କାରଣରୁ ଦଳରୁ ବାଦ ପଡିଥିଲେ । ଫଳରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ଜେମ୍ସ ଆଣ୍ଡରସନଙ୍କ ଉପରେ ଚାପ ପଡିଯାଇଥିଲା । ଯେଉଁଥିପାଇଁ ଦଳ ଏକ ବୃହତ ହାରର ସାମନା କରିଥିଲା । ତୃତୀୟ ମ୍ୟାଚର ଠିକ ପୂର୍ବରୁ ମଧ୍ୟ ଠିକ ସେହିଭଳି ଏକ ଘଟଣା ଘଟିଛି ଇଂଲଣ୍ଡ ଦଳ ସହ । ଦଳର ଷ୍ଟାର ବୋଲର ମାର୍କ ଉଡ ଆହତ ହୋଇ ମ୍ୟାଚରୁ ବାଦ ପଡିଥିବା ଜଣାଯାଇଛି ।


ଦ୍ୱିତୀୟ ମ୍ୟାଚରେ ଭାରତୀୟ ଦଳକୁ ଖୁବ ହଇରାଣ କରିଥିବା ମାର୍କ ଉଡଏହି ମ୍ୟାଚରେ ୫ଟି ୱିକେଟ ଅକ୍ତିଆର କରିଥିଲେ । ଷ୍ଟୁଆର୍ଟ ବ୍ରଡଙ୍କ ଅନୁପସ୍ଥିତି ସହ ମାର୍କ ଉଡଙ୍କ ଆହତ ସମସ୍ୟା ଏବେ ଇଂଲଣ୍ଡ ଦଳ ପାଇଁ ଏକ ମସ୍ତବଡ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି । ଜଣକ ପରେ ଜଣେ ଦଳର ଅଭିଜ୍ଞ ବୋଲର ଆହତ ହୋଇ ମ୍ୟାଚ କିମ୍ବା ସିରିଜରୁ ବାଦ ପଡୁଛନ୍ତି । ଫଳରେ ଇଂଲଣ୍ଡ ଦଳ ଏବେ ମ୍ୟାଚ ଜିତିବା ପାଇଁ ସଂଘର୍ଷ କରୁଛି ।

Related posts

କ୍ରିକେଟ ଇତିହାସର ସବୁଠାରୁ ଆଶ୍ଚର୍ଯ୍ୟଜନକ କ୍ୟାଚ

ଫ୍ୟାନ୍ସଙ୍କୁ ଚାପୁଡ଼ା ମାରିଲେ କ୍ରିକେଟର: ଭିଡିଓ ଭାଇରାଲ

Odisha Sports Bureau

ଦେଶ ମାତୃକା ପାଇଁ ବଲ ଛାଡ଼ି ବମ ଧରିବାକୁ କହିଛନ୍ତି ମହମ୍ମଦ ସାମି

Odisha Sports Bureau

Leave a Comment