Cricket

ପୁଣି ଜଣେ ଖେଳାଳୀ ଆହତ

ନୂଆଦିଲ୍ଲୀ: ଆଉ ୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ । ଦ୍ୱିତୀୟ ମ୍ୟାଚରେ ହାର ପରେ ଇଂଲଣ୍ଡ ତୃତୀୟ ମ୍ୟାଚରେ ବିଜୟ ହାସଲ ପାଇଁ ଯଥା ସମ୍ଭବ ଚେଷ୍ଟା ଜାରି ରଖିଛି । ତେବେ ଏହି ସମୟରେ ଦଳକୁ ଗୋଟିଏ ପରେ ଗୋଟିଏ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ପୂର୍ବ ମ୍ୟାଚର ଠିକ ପୂର୍ବରୁ ଷ୍ଟାର ଖେଳାଳୀ ଷ୍ଟୁଆର୍ଟ ବ୍ରଡ ଆହତ କାରଣରୁ ଦଳରୁ ବାଦ ପଡିଥିଲେ । ଫଳରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ଜେମ୍ସ ଆଣ୍ଡରସନଙ୍କ ଉପରେ ଚାପ ପଡିଯାଇଥିଲା । ଯେଉଁଥିପାଇଁ ଦଳ ଏକ ବୃହତ ହାରର ସାମନା କରିଥିଲା । ତୃତୀୟ ମ୍ୟାଚର ଠିକ ପୂର୍ବରୁ ମଧ୍ୟ ଠିକ ସେହିଭଳି ଏକ ଘଟଣା ଘଟିଛି ଇଂଲଣ୍ଡ ଦଳ ସହ । ଦଳର ଷ୍ଟାର ବୋଲର ମାର୍କ ଉଡ ଆହତ ହୋଇ ମ୍ୟାଚରୁ ବାଦ ପଡିଥିବା ଜଣାଯାଇଛି ।


ଦ୍ୱିତୀୟ ମ୍ୟାଚରେ ଭାରତୀୟ ଦଳକୁ ଖୁବ ହଇରାଣ କରିଥିବା ମାର୍କ ଉଡଏହି ମ୍ୟାଚରେ ୫ଟି ୱିକେଟ ଅକ୍ତିଆର କରିଥିଲେ । ଷ୍ଟୁଆର୍ଟ ବ୍ରଡଙ୍କ ଅନୁପସ୍ଥିତି ସହ ମାର୍କ ଉଡଙ୍କ ଆହତ ସମସ୍ୟା ଏବେ ଇଂଲଣ୍ଡ ଦଳ ପାଇଁ ଏକ ମସ୍ତବଡ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି । ଜଣକ ପରେ ଜଣେ ଦଳର ଅଭିଜ୍ଞ ବୋଲର ଆହତ ହୋଇ ମ୍ୟାଚ କିମ୍ବା ସିରିଜରୁ ବାଦ ପଡୁଛନ୍ତି । ଫଳରେ ଇଂଲଣ୍ଡ ଦଳ ଏବେ ମ୍ୟାଚ ଜିତିବା ପାଇଁ ସଂଘର୍ଷ କରୁଛି ।

Related posts

ଦିନିକିଆ ଏବଂ ଟି-୨୦ ସିରିଜରୁ ବାଦ ପଡିଛନ୍ତି ବ୍ୟାଟର ଷ୍ଟାର ଋଷଭ ପନ୍ତ

Odisha Sports Bureau

ଦୁଇଟି ନୂଆ ଦଳ ପାଇଁ ଅଧିନାୟକ ଘୋଷଣା କଲା ମୁମ୍ବାଇ ଇଣ୍ଡିଆନ୍ସ

Odisha Sports Bureau

ଦ୍ୱିତୀୟ ରଣଜୀ ମ୍ୟାଚରେ ହାରିଲା ଓଡ଼ିଶା, ୟୁପିକୁ ଫୁଲ ପଏଣ୍ଟ

Odisha Sports Bureau