Cricket

ରୋହିତ ଶର୍ମା ଓ ଶିଖର ଧାଓ୍ଵନଙ୍କ ଅର୍ଦ୍ଧଶତକ, ଭାରତ ୩୨୪/୪

(ଓଡିଶା ସ୍ପୋର୍ଟ): ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ଵିତୀୟ ଦିନିକିଆରେ ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ଵନଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ଵିକେଟ୍ ହରାଇ ୩୨୪ ରନ କରିଛି। ସିରିଜରେ ପ୍ରତ୍ୟାବର୍ତ୍ତନ କରିବା ପାଇଁ ନ୍ୟୁଜିଲାଣ୍ଡ ସାମ୍ନାରେ ୩୨୫ ରନର ବିଜୟ ଲକ୍ଷ୍ୟ ରହିଛି। ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଅଧିନାୟକ କୋହଲିଙ୍କ ନିଷ୍ପତ୍ତିକୁ ଠିକ୍ ପ୍ରମାଣିତ୍ କରି ଭାରତର ଦୁଇ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ଶିଖର ଧାଓ୍ଵନ ଅର୍ଦ୍ଧଶତକ ହାସଲ କରିଥିଲେ।

ଭାରତ ପକ୍ଷରୁ ରୋହିତ ଶର୍ମା ୮୭ ଓ ଶିଖର ଧାଓ୍ଵନ ୬୬ ରନର ମହତ୍ଵପୂର୍ଣ୍ଣ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଏହା ସହିତ ଅଧିନାୟକ ବିରାଟ କୋହଲି ୪୩, ଅମ୍ବତି ରାୟୁଡ ୪୭ ଓ ଧୋନୀ ୪୮ରନର ପାଳି ଖେଳିଛନ୍ତି। ଖାସ୍ କରି ଶେଷ ଓଭରରେ ୨୧ ରନ ହେବାରୁ ଭାରତ ଏହି ଲକ୍ଷ୍ୟ ପର୍ୟ୍ୟନ୍ତ ପହଞ୍ଚି ପାରିଛି।
ନ୍ୟୁଜିଲାଣ୍ଡ ପକ୍ଷରୁ ସଫଳ ବୋଲର ଭାବେ ବୋଲ୍ଟ ୬୧ ରନ ଦେଇ ୨ ଓ ଫର୍ଗ୍ୟୁସନ ୮୧ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।

Related posts

ଭାଙ୍ଗିଲା ୨୦ ବର୍ଷର ପରାଜୟ ଧାରା

Odisha Sports Bureau

ଏହି ଖେଳାଳିଙ୍କୁ ODI ସିରିଜରୁ ବାଦ ଦିଆଗଲା?

ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରୁ ବାଦ ପଡ଼ିଲେ ହାସନ

Odisha Sports Bureau