Cricket

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ ଆରମ୍ଭ ,୧୭୨/୨

(ଓଡିଶା ସ୍ପୋର୍ଟ): ଆଜି ମାଉଣ୍ଟ ମାଉଙ୍ଗାନୁଇରେ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ପ୍ରଥମ ମ୍ୟାଚ୍‌ ଜିତିଥିବାରୁ ଦୃଢ଼ ମନୋବଳ ସହ ମୈଦନାକୁ ଓହ୍ଲାଇଛି ବିରାଟ ବାହିନୀ । ୩୦ ଓଭର ଖେଳ ସୁଦ୍ଧା ୨ ୱିକେଟ ହରାଇ ୧୭୨ ରନ ସଂଗ୍ରହ କରିଛି ଟିମ ଇଣ୍ଡିଆ ।୨୦୧୪ ପରଠୁ ଏଠାରେ ମୋଟ୍‌ ୭ଟି ମ୍ୟାଚ୍‌ ଖେଳାଯାଇଛି । ଭାରତ ଏଠାରେ ପ୍ରଥମ ଥର ମ୍ୟାଚ୍‌ ଖେଳିବ।

ନ୍ୟୁଜିଲାଣ୍ଡ ଖେଳାଥିବା ୬ଟି ମ୍ୟାଚରୁ ୩ଟିରେ ଜିତିଛି। ଏଠାରେ ସର୍ବାଧିକ ୩୭୧ ରନ୍‌ ସ୍କୋର ବି ହୋଇଛି। ପ୍ରଥମ ମ୍ୟାଚରେ ଭାରତୀୟ ସ୍ପିନରଙ୍କ ଆଗରେ ଆଣ୍ଠେଇ ପଡ଼ିଥିଲା ଘରୋଇ ଦଳ। ତେଣୁ ଦ୍ୱିତୀୟ ଦିନିକିଆରେ ବି ଘରୋଇ ଦଳ ଉପରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିବ ଟିମ୍‌ ଇଣ୍ଡିଆ। ସେପଟେ ନ୍ୟୁଜିଲାଣ୍ଡ ବି ବିଜୟ ଧାରାକୁ ଫେରିବା ପାଇଁ ଜୋରଦାର ଉଦ୍ୟମ କରିବ।

ଦିନିକିଆ ସିରିଜ୍ ପରେ ୩ଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ବି ଖେଳାଯିବ।

Related posts

ଟ୍ୱିଟ କରି ଟ୍ରୋଲ ହେଲେ ରୋହିତ

Odisha Sports Bureau

ନିଜକୁ ଜନ୍ମ ଦିନର ଭେଟି : ୪୯ତମ ଦିନିକିଆ ଶତକ ହାସଲ କରି ସଚିନଙ୍କ ସମକକ୍ଷ ହେଲେ ବିରାଟ କୋହଲି

Odisha Sports Bureau

ଭାରତ ପାଖରେ ଅଷ୍ଟ୍ରେଲିଆରେ ଜିତିବାର ସୁବର୍ଣ୍ଣ ସୁଯୋଗ ରହିଛି: ଶ୍ରୀଲଙ୍କା କୋଚ୍

Odisha Sports Bureau