Tennis

ଫାଇନାଲରେ ନାଦାଲ

(ଓଡିଶା ସ୍ପୋର୍ଟ): ପୁରୁଷ ଏକକରେ ଦ୍ବିତୀୟ ମାନ୍ୟତା ସ୍ପେନ୍ ତାରକା ରାଫେଲ୍ ନାଦାଲ ଚତୁର୍ଥ ଥର ଲାଗି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଗୁରୁବାର ପ୍ରଥମ ସେମିଫାଇନାଲ୍ ୨୦୦୯ ବିଜେତା ନାଦାଲ ସିଧାସଳଖ ୬-୨, ୬-୪, ୬-୦ ସେଟ୍ରେ ଚତୁର୍ଦଶ ମାନ୍ୟତା ଗ୍ରିସ୍ର ଷ୍ଟିଫାନୋସ ସିସିପାସ୍ଙ୍କୁ ପରାସ୍ତ କରି ଅଷ୍ଟାଦଶ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ହାସଲର ନିକଟତର ହୋଇଛନ୍ତି। ପ୍ରଥମ ଥର ଲାଗି ଏଠାରେ ସେମିଫାଇନାଲ୍ ଖେଳିଥିବା ୨୦ ବର୍ଷୀୟ ସିସିପାସ୍ ପ୍ରି-କ୍ବାର୍ଟର୍ ଫାଇନାଲ୍ ସ୍ବିଜରଲାଣ୍ଡର ରୋଜର ଫେଡେରର୍ଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଥିଲେ। ହେଲେ ନାଦାଲଙ୍କ ବିପକ୍ଷରେ ସେହି ସଫଳତା ହାତେଇବାରେ ସମର୍ଥ ହୋଇନଥିଲେ। ନାଦାଲ୍ ଟ୍ରଫି ଲାଗି ଫାଇନାଲ୍ରେ ଶୀର୍ଷ ମାନ୍ୟତା ସର୍ବିଆର ନୋଭାକ ଜୋକୋଭିକ ଓ ୨୮ ମାନ୍ୟତା ଫ୍ରାନ୍ସର ଲୁକାସ ପୌଲିଙ୍କ ମଧ୍ୟରେ ହେବାକୁଥିବା ଶୁକ୍ରବାର ଦ୍ବିତୀୟ ସେମିଫାଇନାଲ୍ର ବିଜେତାଙ୍କୁ ଭେଟିବେ। ଫାଇନାଲ ମ୍ୟାଚ୍ ରବିବାର ଖେଳାଯିବ।

Related posts

କ୍ୟାରିୟରର ୧୫୦୦ ତମ ମ୍ୟାଚ ଖେଳିଲେ ଏହି ଖେଳାଳି

Odisha Sports Bureau

ଅବସର ନେଲେ ଭାରତୀୟ ଟେନିସ ଜଗତର କିମ୍ବଦନ୍ତୀ ରୋହନ ବୋପନ୍ନା

Odisha Sports Bureau

ମାଲେସିଆ ଓପନ୍,ସୁଙ୍ଗ୍ ଜିହ୍ୟୁନଙ୍କ ଠାରୁ ପରାସ୍ତ ହେଲେ ସିନ୍ଧୁ