Cricket

ଆସନ୍ତାକାଲି ଭାରତ ବନାମ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ

(ଓଡିଶା ସ୍ପୋର୍ଟ): ଆସନ୍ତାକାଲି ଭାରତ ବନାମ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍ ରେ ଦ୍ୱିତୀୟ ଦିକିନିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯିବ । ବୋଲର୍ଙ୍କ ଚମତ୍କାର ପ୍ରଦର୍ଶନ ପୂରା ଦଳକୁ ଉତ୍ସାହିତ କରିଛି । ପାଞ୍ଚ ମ୍ୟାଚ୍ ରେ ସିରିଜ୍ ଏବେ ଭାରତ ୧-୦ରେ ଆଗୁଆ ରହିଛି । ଏହାକୁ ୨-୦ କରିବାକୁ ପୂରା ଦମ୍ ରେ ଲାଗିବ ବିରାଟ ବାହିନୀ ।

ଅପରପକ୍ଷେ ଆରମ୍ଭରୁ ଝଟ୍କା ଖାଇ ପୂରା ଚାପରେ ରହିଛି ଘରୋଇ ନ୍ୟୁଜିଲାଣ୍ଡ ଦଳ । କାଲିର ମ୍ୟାଚ୍ରେ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରି ଫୁଲ୍ଫର୍ମରେ ଥିବା ଭାରତୀୟ ଦଳକୁ ଚ୍ୟାଲେଞ୍ଜ ଦେବାକୁ ଚେଷ୍ଟା କରିବ ବ୍ଲାକ୍କ୍ୟାପ୍ ଟିମ୍ ।
ଆସନ୍ତାକାଲି ଭାରତୀୟ ସମୟ ସକାଳ ୭.୩୦ରେ ଖେଳ ଆରମ୍ଭ ହେବ ।

Related posts

ଗେଲ୍‌ଙ୍କ ବିସ୍ଫୋରକ ଶତକ ସତ୍ତ୍ୱେ ଓ୍ବେଷ୍ଟଇଣ୍ଡିଜ ପରାସ୍ତ

ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ଜାପାନ ଦଳ ଘୋଷଣା କରିଛି

Odisha Sports Bureau

ଶୀଘ୍ର ଟିମ୍ ଇଣ୍ଡିଆକୁ ଫେରିବେ ହାର୍ଦ୍ଦିକ ପାଣ୍ଡ୍ୟା ! ଚାଲିଛି ନେଟ୍ ପ୍ରାକ୍ଟିସ

Odisha Sports Bureau