Cricket

ଆରସିବି ଜିତିବା ପରେ ଖୁସିରେ ନାଚିଲେ ଅନୁଷ୍କା

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ସିଜିନର ୬୨ ତମ ମ୍ୟାଚରେ ଆରସିବି ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ଆରସିବି ଦିଲ୍ଲୀକୁ ୪୭ ରନରେ ହରାଇ ପ୍ଲେ ଅଫରେ ପହଞ୍ଚିବାକ ଆଶା ଉଜ୍ଜୀବିତ କରିଛି । ଆଉ ବିରାଟଙ୍କ ଏହି ମ୍ୟରଚ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚି ଥିଲେ ଅନୁଷ୍କା । ଆରସିବି ଜିତିବା ପରେ ଅନୁଷ୍କାଙ୍କ ରିଆକ୍ସନ ସମସ୍ତଙ୍କ ମନ ଜିତି ନେଇଛି । ଆରସିବି ଜିତିବା ପରେ ଅନୁଷ୍କା ଶର୍ମା ଠିଆ ହୋଇ ହାତ ଯୋଡି ଭଗବାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅନୁଷ୍କାଙ୍କ ଏହି ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲିଗିଛି ।
ଭାଇରାଲ ଭିଡିଓରେ ଅନୁଷ୍କା ଷ୍ଟାଣ୍ଡରେ ବସି ବିରାଟଙ୍କ ପାଇଁ ଚିୟର କରୁଥିବାର ଦେଖିବାକୁ ମିଳିଛି । ଆରସିବିର ଲକି ଫଗ୍ୟୁସନ ମୁକେଶ କୁମାରଙ୍କ ୱିକେଟ ନେବା ପରେ ଦିଲ୍ଲୀ ୧୪୦ ରନରେ ଅଲଆଉଟ ହୋଇଥିଲା । ଦିଲ୍ଲୀ ର ଶେଷ ୱିକେଟ ଯିବା ପରେ ଅନୁଷ୍କା ଖୁସିରେ ନାଚି ହାତ ଯୋଡି ଭଗବାନଙ୍କୁ ଆଶ୍ରୀବାଦ ନେଇଛନ୍ତି । ଏହି ମ୍ୟାଚ ଜିତିବା ପରେ ବିରାଟ ଅନୁଷ୍କାଙ୍କ ଆଡକୁ ଈଶାରା କରୁଥିବାର ନଜର ଆସିଛନ୍ତି ।
ଏହି ସମୟରେ ଅନୁଷ୍କା ବ୍ଲୁ ରଙ୍ଗର ଡେନିମ ସହିତ ବ୍ଲାକ ଟି –ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ତେବେ ଅନୁଷ୍କାଙ୍କ ଏହି ଭିଡିଓ ଫ୍ୟାନ୍ସ ମାନେ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହାକୁ ନେଇ ମଧ୍ୟ ଫ୍ୟାନ୍ସ ମାନେ ବିଭିନ୍ନ କମେଣ୍ଟ ଦେଇଛନ୍ତି ।

Related posts

ଆଉ ଗୋଟିଏ ଛକା ମାରି ସିକ୍ସର କିଙ୍ଗ ହେବେ ରୋହିତ ଶର୍ମା

Odisha Sports Bureau

ଇଂଲଣ୍ଡ ଦଳରେ ସାମିଲ ହେଲେ ଜେମ୍ସ ଆଣ୍ଡରସନ

Odisha Sports Bureau

କୋହଲିଙ୍କ କମାଲ, ୨୬ତମ ଶତକ ହାସଲ କଲେ

Odisha Sports Bureau