Cricket

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଦ୍ୱିତୀୟ ଥର ମା ବାପା ହେବାକୁ ଯାଉଛନ୍ତି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଷ୍ଟାର କ୍ରିକେଟର ବିରାଟ ପୁଣି ହୋଇପାରନ୍ତି ମା ବାପା । ସୁଚନା ମୁତାବକ , ଅନୁଷ୍କା ପୁଣି ଗର୍ଭବତୀ ଅଛନ୍ତି ବୋଲି ଶୁଣିବାକୁ ମିଳିଛି । ଏହି ଷ୍ଟାର ଦମ୍ପତି ଘରକୁ ନୂଆ ଅତିଥିଙ୍କୁ ସ୍ୱାଗତ କରିପାରନ୍ତି । ସେସିଆଲ ମିଡିଆରେ ଏହାର ଜୋରସୋର ଚର୍ଚ୍ଚା ଚାଲିଛି । ଏହା ମଧ୍ୟ ସୂଚନା ମିଳିଛି ଯେ ଅନୁଷ୍କାଙ୍କ ମା’ ହେବା କଥା ସତ ଏବଂ ଦୁଇ ମାସ ହେବ ସେ ଗର୍ଭବତୀ ଅଛନ୍ତି । ଅନୁଷ୍କା ବହୁତ ଶୀଘ୍ର ତାଙ୍କ ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଜଣାଇ ପାରନ୍ତି । ଏହା ମଧ୍ୟ କୁହାଯାଉଛି ଯେ ସେ ଗର୍ଭବତୀ ଥିବା ଯୋଗୁ ଲାଇମ୍‌ଲାଇଟ୍‌ରୁ ଦୂରେଇ ରହୁଛନ୍ତି ।

କିଛି ଗଣମାଧ୍ୟମ ସୁତ୍ର ଅନୁଯାୟୀ, ଅନୁଷ୍କା ଶର୍ମା ଗର୍ଭବତୀ ଥିବା ଯୋଗୁ ବିରାଟ କୋହଲିଙ୍କ କ୍ରିକେଟ୍‌ ଟୁରକୁ ମଧ୍ୟ ଯାଇନଥିଲେ । ବିରାଟ ଓ ଅନୁଷ୍କାଙ୍କୁ ମୁମ୍ବାଇର ଏକ ହସ୍ସପିଟାଲ ବାହାରେ ଦେଖିବା ପାଇଁ ମିଳିଛିି । ତେବେ ଦୁଇ ଜଣ ଷ୍ଟାର ଖୁବ୍‌ ଶୀଘ୍ର ଏହି ଖୁସି ଖବର ଘୋଷଣା କରିବେ ବୋଲି କୁହାଯାଉଛି ।

Related posts

ଭାରତ-ଦକ୍ଷିଣ ଆଫ୍ରିକା: ବର୍ଷା ପାଇଁ ବାତିଲ ହେଲା ପ୍ରଥମ ମୁକାବିଲା

Odisha Sports Bureau

ଆଜି ମୋହାଲିରେ ମୁହାଁମୁହିଁ ହେବେ ପଞ୍ଜାବ- ବାଙ୍ଗାଲୋର

Odisha Sports Bureau

ସମ୍ମାନ ରଖିଲେ ଶାର୍ଦ୍ଦୁଳ

Odisha Sports Bureau