Uncategorized

ଡ୍ରିମ ୧୧ ନାଁରେ ୪୦ ହଜାର କୋଟି ଟଙ୍କାର ଟ୍ୟାକ୍ସ ଠକିଥିବା ଅଭିଯୋଗ

ବିପଦରେ ଅନେକ ଅନଳାଇ ଅନଲାଇନ ଗେମିଂ ଇଣ୍ଡଷ୍ଟ୍ର । ଜିଏସଟି ବିଭାଗ ତରଫରୁ ଆସୁଛି କୋଟି କୋଟି ଟଙ୍କାର ଠକେଇ ଅଭିଯୋଗ । ଡାଇରେକ୍ଟର ଜେନେରାଲ ଆଣ୍ଡ ସର୍ଭିସ ଟ୍ୟାକ୍ସ ଇଣ୍ଟେଲିଜେନ୍ସ ଡିଜିଜିଆଇ ଗତ ସେପ୍ଟେମ୍ବରରେ ପ୍ରାୟ ୬ଟଶ ବଡ ଗେମିଙ୍ଗ କମ୍ପାନୀ ଗୁଡିକୁ କର ପୈଠ ନୋଟିସ ପଠାଇଥିଲେ । ଏହାସହ ଏଇ ଆର.ଏନ.ଜି- ରିଅଲ ମନି ଗେମିଂ କମ୍ପାନୀ ଗୁଡିକ ପ୍ରାୟ ୫୫ ହଜାର କୋଟିର ଜିଏସଟି ନ ଭରିଥିବାରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛି ଡି.ଜି.ଜି.ଆଇ । ଆଗାମୀ ସପ୍ତାହରେ ବିଭିନ୍ନ କମ୍ପାନୀ ଗୁଡିକୁ ଆହୁରି ଏକ ଲକ୍ଷ କୋଟିର ଜିଏସଟି ନୋଟିସ ପଠାଯିବ ବୋଲି ସୂତ୍ର ସୂଚନା ରହିଛି ।

ହେଲେ ଏହି ଟିକସ ଫାଙ୍କୁଥିବା କମ୍ପାନୀ ଗୁଡିକ ମଧ୍ୟରେ ଡ୍ରିମ ୧୧ ସମସ୍ତଙ୍କ ନଜରରେ ରହିଛି । କମ୍ପାନୀର ନା ଯେତେ ବଡ, ସେତେ ବଡ ଜିଏସଟି ଫାଙ୍କିର ନୋଟିସ ମଧ୍ୟ ମିଳିଛି । ଗତ ବର୍ଷ ଏପରି ୨୧ ହଜାର କୋଟି ଟଙ୍କାର ଜିଏସଟି ଫାଙ୍କିଥିବା ନେଇ ନୋଟିସ ବେଙ୍ଗୋଲୁରୁସ୍ଥିତ ଏକ ଗେମିଂ ଷ୍ଟାର୍ଟଅପ୍ କମ୍ପାନୀ ଗେମସ୍ କ୍ରାଫ୍ଟକୁ ପଠାଯାଇଥିଲା । ଚଳିତ ବର୍ଷ କିନ୍ତୁ ହର୍ଷ ଜୈନଙ୍କ ଦ୍ୱାରା ପରିଚାଳିତ ଡ୍ରିମ୍ ୧୧କୁ କର ବିଭାଗ ୪୦ ହଜାର କୋଟିର ଟ୍ୟାକ୍ସ୍ ପୈଠ କରିବାକୁ ନୋଟିସ ମିଳିଛି । ତେବେ ଏହା ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏତେ ବଡ ପରିମାଣର କର ପୈଠ ନୋଟିସ କୌଣସି ଗେମିଂ କମ୍ପାନୀକୁ ମିଳିଛି । ଏହାକୁ ବିରୋଧ କରି ଡ୍ରିମ ୧୧ର ଏକ ବିଭାଗ ଡ୍ରିମ ସ୍ପୋର୍ଟସ ବମ୍ବେ ହାଇକୋର୍ଟରେ ରିଟ୍ ପିଟିସନ ଜାରି କରିଛି ।

Related posts

୨ୟ ଟେଷ୍ଟ ଖେଳିବେ ଭାରତର ଯୁବ ବ୍ୟାଟ୍ସମ୍ୟାନ ପୃଥ୍ୱୀ

Odisha Sports Bureau

୧୦୦ ବର୍ଷର ବ୍ୟବଧାନ ପରେ ଅଲିମ୍ପିକ୍ସ ଆୟୋଜନ କରୁଛି ପ୍ୟାରିସ

Odisha Sports Bureau

ହକି ବିଶ୍ୱକପ୍ ପାଇଁ ଓଡ଼ିଶାରେ ପହଞ୍ଚିଲା ଭାରତୀୟ ଦଳ

Odisha Sports Bureau