Cricket

୬୬ ବର୍ଷ ବୟସରେ ବୁଲବୁଲ ସାହାଙ୍କୁ ବିବାହ କଲେ ଅରୁଣ ଲାଲ୍

କୋଲକାତା: ପୁଣି ଥରେ ବର ସାଜିଲେ ଭାରତୀୟ କ୍ରିକେଟ ଟିିମର ପୂର୍ବତନ ଖେଳାଳି ଅରୁଣ ଲାଲ୍ ଓ ତାଙ୍କ ସହ କନ୍ୟା ସାଜିଛନ୍ତି ସ୍କୁଲ ଟିଚର ବୁଲବୁଲ । ଯାହାକୁ ନେଇ ଏବେ ସୋସିଆଲ ମେଡିଆରେ ଖୁବ୍ ଚର୍ଚ୍ଚର ବିଷୟ ପାଲଟିଛି । ୬୬ ବର୍ଷରେ ପୁଣି ଥରେ ବର ବେଶରେ ନଜର ଆସିଲେ ଅରୁଣ ଏବଂ ତାଙ୍କଠାରୁ ୨୮ ବର୍ଷ ସାନ ବୁଲବୁଲ ସାହାଙ୍କୁ ବିବାହ କରିଛନ୍ତି  । ଗତ ମାସରେ ଅରୁଣ ଲାଲ ଓ ବୁଲବୁଲ ସାହା ର୍ନିବନ୍ଧ କରିଥିଲେ । ଏହା ହେଉଛି ଅରୁଣଙ୍କ ଦ୍ୱିତୀୟ ବିବାହ ।

ଏହା ପୂର୍ବରୁ ସେ ରୀନାଙ୍କୁ ପ୍ରଥମ ବିବାହ କରିଥିଲେ ଅରୁଣ। ଉଭୟ ଆପୋଷ ବୁଝାମଣାରେ ଛାଡପତ୍ର ମଧ୍ୟ ନେଇଛନ୍ତି । ତେବେ ପ୍ରଥମ ପତ୍ନୀଙ୍କ ସହମତିରେ ଦ୍ୱିତୀୟ ବିବାହ କରୁଛନ୍ତି ଅରୁଣ । ସ୍ଥାନୀୟ ଏକ ସ୍କୁଲରେ ଟିଚର ଥିବା ବୁଲବୁଲ ଏବେ ଅରୁଣ ଲାଲଙ୍କ ଲାଇଫ ପାର୍ଟନର ପାଲଟି ଯାଇଛନ୍ତି । ଅରୁଣ ଓ ବୁଲବୁଲ ଦୀର୍ଘ ଦିନ ହେବ ପରସ୍ପରକୁ ଜାଣିଛନ୍ତି । ଅରୁଣ ଓ ବୁଲବୁଲଙ୍କ ବିବାହ ପରେ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।

ଏହା ସହ ଏହି ନବ ଦମ୍ପତିଙ୍କ ନିକଟକୁ ଏବେ ଛୁଟୁଛି ଶୁଭେଚ୍ଛାର ସୁଅ ।ମେ’ ୨ରେ କୋଲକତାସ୍ଥିତ ହୋଟେଲ ପିୟରଲେସରେ ଅରୁଣ ଲାଲ୍ ଓ ବୁଲବୁଲଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ।ଉଭୟ ଅରୁଣ ଲାଲ ଓ ବୁଲବୁଲ ମ୍ୟାଚିଂ ଆଉଟଫିଟ୍‌ରେ ବେଶ୍‌ କ୍ୟୁଟ୍‌ କପଲ ଲାଗୁଥିଲେ। ବୁଲବୁଲ ଏକ କ୍ରିମ୍‌ କଲର ଶାଢି ପିନ୍ଧିଥିବା ବେଳେ ତାହାକୁ ମ୍ୟାଚ କରି ଅରୁଣ ଲାଲ ଏକ ସେରୱାନୀ ସହ ଓଭରକୋଟ କ୍ୟାରି କରିଥିଲେ। ଉଭୟ ସାଥୀ ହୋଇ କେକ୍‌ କଟିଂ ସେରିମନି କରିବା ସହ ଫଟୋ ପୋଜ ଦେଇଥିଲେ । ଏହି ବିବାହ ଉତ୍ସବରେ ବହୁ ହାଇପ୍ରୋଫାଇଲ ଅତିଥି ସାମିଲ ହୋଇଥିଲେ । ଅରୁଣ ଲାଲଙ୍କ ବିବାହ ଉତ୍ସବରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସମେତ ତୃଣମୂଳ କଂଗ୍ରେସର ସାଂସଦ ଡେରେକ ଓ ବ୍ରାୟନ ଓ ଭାରତୀୟ ଦଳର ପୂର୍ବତନ କ୍ରିକେଟର ସବା କରିମ ପ୍ରମୁଖ ସାମିଲ ହୋଇଥିଲେ।

Related posts

ହାର୍ଦ୍ଦିକଙ୍କ ଜାଗାରେ କିଏ ଖେଳିବ ମ୍ୟାଚ୍?

Odisha Sports Bureau

ଆଇପିଏଲ ପାଇଁ ଓସିଏ ପକ୍ଷରୁ ଓଡ଼ିଆ ଖେଳାଳିଙ୍କ ନାମ ସୁପାରିଶ କଲା ଓସିଏ

Odisha Sports Bureau

ସମସ୍ତ ଫର୍ମାଟ୍‌ରୁ ଅବସର ନେଲେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା

Odisha Sports Bureau