କଟକ: ଓଡିଶାର କ୍ରିକେଟର ନୂଆ କୋଚ ହେଲେ ମହାରାଷ୍ଟ୍ରର ଜଣାଶୁଣା କ୍ରିକେଟର ତଥା କୋଚ ସୁରେନ୍ଦ୍ର ଭାବେ । ତେବେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଦୀନେଶ ମୋଙ୍ଗିଆ କୋଚ ପଦ ଛାଡିବା ସୁରେନ୍ଦ୍ର ଭାବେଙ୍କୁ ୨ ବର୍ଷ ପାଇଁ ଚୟନ କରିଛି ଓସିଏ । ଦୁଇ ବର୍ଷ ପାଇଁ ସୁରେନ୍ଦ୍ର ଭାବେ ଓଡିଶା ରଣଜୀ ଦଳ ସହ ଜୁନିୟର କ୍ରିକେଟ ଉପରେ ବିଶେଷ ଧ୍ୟାନ ଦେବେ । ତେବେ ଏହି ପଦ ପାଇଁ ୧୩ ଜଣ ଅଭିଜ୍ଞ କୋଚ ଆବେଦନ କରିଥିବା ବେଳେ ସୁରେନ୍ଦ୍ର ଙ୍କ ନାମ ଘୋଷଣା କରାଯାଇଛି।ପୂର୍ବରୁ ମହାରାଷ୍ଟ୍ର ପାଇଁ ସୁରେନ୍ଦ୍ର ଭାବେ ସଫଳତାର ସହ ୧୬ ବର୍ଷ ରଣଜୀ ଖେଳିବା, ବେଶ ନିଷ୍ଠା ର ସହ ଅଧିନାୟକ ଦାୟିତ୍ୱ ତୁଲାଇବା ଓ ସର୍ବୋ ପରି ୨୫ ବର୍ଷ ଧରି ମହାରାଷ୍ଟ୍ର, ହରିୟାଣା ଓ ପଞ୍ଜାବ ଟିମକୁ ପ୍ରଶିକ୍ଷଶିଣ ଦେବା ଅଭିଜ୍ଞତାକୁ ନଜରରେ ରଖି ତାଙ୍କୁ ଏହି ଗୁରୁଗୁରୁ ଦାୟିତ୍ୱ ଦେଇଛି ଓସିଏ । ସୁରେନ୍ଦ୍ର କହିଛହିନ୍ତି ଯେ ଓଡିଶା ଟିମକୁ ପ୍ରଶିକ୍ଷଶିଣ ଦେବା ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ । ତେବେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଗୁଡିକ ରେ କିପରି ଦଳ ଜିତିବ ଏବଂ ଲଗାତାର ଭାବେ ସବୁ ଫର୍ମା ଟ ରେ ଓଡିଶା ଭଲ କରିବ ସେଥି ପ୍ରତି ସେ ଯତ୍ନଶୀଳ ହେବେ । ସେହିପରି ଅନ୍ୟ ପକ୍ଷରେ ଓସିଏ ସୁରେନ୍ଦ୍ର ଭାବେଙ୍କ ଉପରେ ବେଶ ଆଶାଭରଷା କରି ତାଙ୍କୁ ମୁଖ୍ୟ କୋଚ କରିଛି ।