Cricket

ଓଡିଶା କ୍ରିକେଟର ନୂଆ କୋଚ ହେଲେ କ୍ରିକେଟର ତଥା କୋଚ ସୁରେନ୍ଦ୍ର ଭାବେ

କଟକ: ଓଡିଶାର କ୍ରିକେଟର ନୂଆ କୋଚ ହେଲେ ମହାରାଷ୍ଟ୍ରର ଜଣାଶୁଣା କ୍ରିକେଟର ତଥା କୋଚ ସୁରେନ୍ଦ୍ର ଭାବେ । ତେବେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଦୀନେଶ ମୋଙ୍ଗିଆ କୋଚ ପଦ ଛାଡିବା ସୁରେନ୍ଦ୍ର ଭାବେଙ୍କୁ ୨ ବର୍ଷ ପାଇଁ ଚୟନ କରିଛି ଓସିଏ । ଦୁଇ ବର୍ଷ ପାଇଁ ସୁରେନ୍ଦ୍ର ଭାବେ ଓଡିଶା ରଣଜୀ ଦଳ ସହ ଜୁନିୟର କ୍ରିକେଟ ଉପରେ ବିଶେଷ ଧ୍ୟାନ ଦେବେ । ତେବେ ଏହି ପଦ ପାଇଁ ୧୩ ଜଣ ଅଭିଜ୍ଞ କୋଚ ଆବେଦନ କରିଥିବା ବେଳେ ସୁରେନ୍ଦ୍ର ଙ୍କ ନାମ ଘୋଷଣା କରାଯାଇଛି।ପୂର୍ବରୁ ମହାରାଷ୍ଟ୍ର ପାଇଁ ସୁରେନ୍ଦ୍ର ଭାବେ ସଫଳତାର ସହ ୧୬ ବର୍ଷ ରଣଜୀ ଖେଳିବା, ବେଶ ନିଷ୍ଠା ର ସହ ଅଧିନାୟକ ଦାୟିତ୍ୱ ତୁଲାଇବା ଓ ସର୍ବୋ ପରି ୨୫ ବର୍ଷ ଧରି ମହାରାଷ୍ଟ୍ର, ହରିୟାଣା ଓ ପଞ୍ଜାବ ଟିମକୁ ପ୍ରଶିକ୍ଷଶିଣ ଦେବା ଅଭିଜ୍ଞତାକୁ ନଜରରେ ରଖି ତାଙ୍କୁ ଏହି ଗୁରୁଗୁରୁ ଦାୟିତ୍ୱ ଦେଇଛି ଓସିଏ । ସୁରେନ୍ଦ୍ର କହିଛହିନ୍ତି ଯେ ଓଡିଶା ଟିମକୁ ପ୍ରଶିକ୍ଷଶିଣ ଦେବା ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ । ତେବେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଗୁଡିକ ରେ କିପରି ଦଳ ଜିତିବ ଏବଂ ଲଗାତାର ଭାବେ ସବୁ ଫର୍ମା ଟ ରେ ଓଡିଶା ଭଲ କରିବ ସେଥି ପ୍ରତି ସେ ଯତ୍ନଶୀଳ ହେବେ । ସେହିପରି ଅନ୍ୟ ପକ୍ଷରେ ଓସିଏ ସୁରେନ୍ଦ୍ର ଭାବେଙ୍କ ଉପରେ ବେଶ ଆଶାଭରଷା କରି ତାଙ୍କୁ ମୁଖ୍ୟ କୋଚ କରିଛି ।

Related posts

ରିଟାୟର୍ଡ ହଟ୍ ହୋଇ ପ୍ୟାଭିଲିୟନ ଫେରିଲେ ଶୁଭମନ ଗିଲ୍

Odisha Sports Bureau

୨୩ ବର୍ଷ ବୟସରେ ପାଦ ଥାପିଲେ ସ୍ମୃତି

ବୈରାଟପୁର ପ୍ରିମିୟର ଲିଗ କ୍ରିକେଟ ୨୦୨୫, ଚି଼ଲ୍ ବ୍ରୋ କୁ ହରାଇ ଏସଏସ ଫାଇଟର ଚାମ୍ପିଅନ

Odisha Sports Bureau