ମୁମ୍ବାଇ: ଚର୍ଚ୍ଚିତ ବଡିବିଲଡରଙ୍କ ପରଲୋକ । ତେବେ ଆଶିଷ ସାଖରକର ଜଣେ ଜଣାଶୁଣା ବଡିବିଲଡର ଥିଲେ। ଆଶିଷ ‘ମି.ୟୁନିଭର୍ସ’ର ରୂପା ଓ କାଂସ୍ୟ ପଦକ ହାସଲ କରିଛନ୍ତି। ଏଥିସହିତ ସେ ତାଙ୍କ କ୍ୟାରିୟର ମଧ୍ୟରେ ‘ମିଷ୍ଟର ଇଣ୍ଡିଆ’ର ଚାରିଥର ବିଜେତା ରହିଛନ୍ତି।
ସୂଚନାଅନୁସାରେ, ଦୀର୍ଘଦିନ ଧରି ରୋଗରେ ପୀଡ଼ିତ ରହିବା ପରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବାର ଖବର ଆସିଥିଲା। କିନ୍ତୁ ବୁଧବାର ଆଶିଷଙ୍କ ମୃତ୍ୟୁ ଖବରକୁ ଅଧିକାରିକ ଭାବେ ଘୋଷଣା କରାଯାଇଛି। ଏହି ଦୁଃଖଦ ଖବର ପାଇବା ପରେ ଚର୍ଚ୍ଚିତ ବଡିବିଲଡର ଆଶିଷ ସାଖରକରଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକରଛାୟା ଖେଳି ଯାଇଛି।
୮୦କିଲୋଗ୍ରାମ ଓଜନର ବଡିବିଲଡର ଆଶିଷ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ କରିଛନ୍ତି। ମହାରାଷ୍ଟ୍ର ସରକାର ଶିବ ଛତ୍ରପତି ପୁରସ୍କାରରେ ମଧ୍ୟ ତାଙ୍କୁ ସମ୍ମାନିତ କରିଛନ୍ତି। ତାଙ୍କ ପରିବାର କହିଲେ ସ୍ତ୍ରୀ ଓ ପୁଅକୁ ନେଇ ରହିଛି। ଆଜି ସନ୍ଧ୍ୟା ସୁଦ୍ଧା ତାଙ୍କର ଅନ୍ତିମ ସଂସ୍କାର ହୋଇଯିବ।’