ଭୁବନେଶ୍ୱର; ଖୁଲାସା କଲେ ଅଶ୍ୱିନୀ । କାହିଁକି ଅବସର ନେଲେନି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନୀ । କଣ ରହିଥିଲା ଭିତିରି ରହସ୍ୟ । ଜାଣନ୍ତୁ କଣ କହୁଛନ୍ତି ଅଶ୍ୱିନୀ, କ୍ୟାରିୟରର ଶେଷ ମ୍ୟାଚ ଭାରତରେ ଖେଳିବା ପାଇଁ ଚାହୁଁଥିଲେ, କିନ୍ତୁ ଏହା ହୋଇପାରିଲା ନାହିଁ । ମୁଁ ଭାରତରେ ଖେଳ ନଖେଳିବା ପଛରେ ରହିଛନ୍ତି ମହେନ୍ଦ୍ର ସିଂ ଧୋନି । ସିଏସକେର ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେଇ କହିଛନ୍ତି ଅଶ୍ୱିନୀ । ତେବେ ସେ କହିଛନ୍ତି, ୨୦୨୪ରେ ଧର୍ମଶାଳାରେ ନିଜ କ୍ୟାରିୟରର ୧୦୦ତମ ଆନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏହି ମ୍ୟାଚରେ ଅଶ୍ୱିନୀ ଅବସର ନେବେ ବୋଲି ଯୋଜନା କରିଥିଲେ । ଏଥିପାଇଁ ଧୋନୀଙ୍କୁ ଏହି ମ୍ୟାଚ ସମୟରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ ।ଧୋନୀଙ୍କ ଠାରୁ ସମ୍ମାନଜନକ ଭାବେ ଅବସର ନେବେ ବୋଲି ଭାବିଥିଲେ । ମାତ୍ର ଧୋନୀ ଏଠାକୁ ଆସିନଥିଲେ । ଯେଉଁ କାରଣରୁ ସେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ । ତେବେ କହି ରଖୁଛୁ କି, ଗତବର୍ଷ ଡିସେମ୍ବର ୧୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଅବସର ଘୋଷଣା କରିଛନ୍ତି ଅଶ୍ବିନୀ ।
previous post