Cricket

ଖୁଲାସା କଲେ ଅଶ୍ୱିନୀ;କ୍ୟାରିୟରର ଶେଷ ମ୍ୟାଚ ଭାରତରେ ଖେଳିବା ପାଇଁ ଚାହୁଁଥିଲେ

ଭୁବନେଶ୍ୱର; ଖୁଲାସା କଲେ ଅଶ୍ୱିନୀ । କାହିଁକି ଅବସର ନେଲେନି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନୀ । କଣ ରହିଥିଲା ଭିତିରି ରହସ୍ୟ । ଜାଣନ୍ତୁ କଣ କହୁଛନ୍ତି ଅଶ୍ୱିନୀ, କ୍ୟାରିୟରର ଶେଷ ମ୍ୟାଚ ଭାରତରେ ଖେଳିବା ପାଇଁ ଚାହୁଁଥିଲେ, କିନ୍ତୁ ଏହା ହୋଇପାରିଲା ନାହିଁ । ମୁଁ ଭାରତରେ ଖେଳ ନଖେଳିବା ପଛରେ ରହିଛନ୍ତି ମହେନ୍ଦ୍ର ସିଂ ଧୋନି । ସିଏସକେର ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେଇ କହିଛନ୍ତି ଅଶ୍ୱିନୀ । ତେବେ ସେ କହିଛନ୍ତି, ୨୦୨୪ରେ ଧର୍ମଶାଳାରେ ନିଜ କ୍ୟାରିୟରର ୧୦୦ତମ ଆନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏହି ମ୍ୟାଚରେ ଅଶ୍ୱିନୀ ଅବସର ନେବେ ବୋଲି ଯୋଜନା କରିଥିଲେ । ଏଥିପାଇଁ ଧୋନୀଙ୍କୁ ଏହି ମ୍ୟାଚ ସମୟରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ ।ଧୋନୀଙ୍କ ଠାରୁ ସମ୍ମାନଜନକ ଭାବେ ଅବସର ନେବେ ବୋଲି ଭାବିଥିଲେ । ମାତ୍ର ଧୋନୀ ଏଠାକୁ ଆସିନଥିଲେ । ଯେଉଁ କାରଣରୁ ସେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ । ତେବେ କହି ରଖୁଛୁ କି, ଗତବର୍ଷ ଡିସେମ୍ବର ୧୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଅବସର ଘୋଷଣା କରିଛନ୍ତି ଅଶ୍ବିନୀ ।

Related posts

ଅଯୋଧ୍ୟା ଯିବେ ଦୁଇ କିମ୍ବଦନ୍ତୀ ଖେଳାଳୀ; ସଚିନ ଓ ବିରାଟଙ୍କୁ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ୟ୍ୟକ୍ରମ ପାଇଁ ମିଳିଲା ନିମନ୍ତ୍ରଣ

Odisha Sports Bureau

ଜୀବନ ପାଇଁ ଲଢ଼ୁଛନ୍ତି ଶାପୁର ଜାଦ୍ରନ

Odisha Sports Bureau

ଭାରତର ବଡ଼ ବିଜୟ, ଅନେକ ପ୍ରଚେଷ୍ଟା ପରେ ବି ଜିତିପାରିଲାନି ବାଂଲାଦେଶ

Odisha Sports Bureau