Wrestling

ଏସିଆ କୁସ୍ତି ଚାମ୍ପିଆନଶିପ; ଗସ୍ତରୁ ବାଦ ପଡ଼ିଲେ ୩ ସଦସ୍ୟ

କିରଗିଜସ୍ତାନରେ ହେବାକୁ ଥିବା ଏସିଆ କୁସ୍ତି ଚମ୍ପିଆନଶିପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏହି ପ୍ରତିଯୋଗିତା ପାଇଁ କୁସ୍ତିଯୋଦ୍ଧାଙ୍କ ସମେତ ସହାୟକ କର୍ମଚାରୀଙ୍କ ନାମ ବି ବହୁ ଆଗରୁ ଘୋଷଣା ହୋଇସାରିଥିଲା । ହେଲେ ଏବେ ଚୟନ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୩ଜଣଙ୍କ ନାମ ବାଦ ଦିଆଯାଇଛି । ଏହି ଗସ୍ତରୁ ବାଦ ପଡିଥିବା ୩ଜଣଙ୍କ ମଧ୍ୟରୁ ଜଣେ ଏଭଳି ଲୋକ ଅଛନ୍ତି ଯେ କି, କିଛିଦିନ ପୂର୍ବରୁ ବ୍ରିଜଭୂଷଣ ଶରଣ ସିଂଙ୍କର ସମାଲୋଚନା କରିଥିଲେ ଓ ତାଙ୍କୁ କୁସ୍ତିସଂଘର ବାହାର କରାଯାଉ ବୋଲି ଉଠିଥିବା ଦାବିକୁ ସମର୍ଥନ କରିଥିଲେ ।

ଭାରତୀୟ କୁସ୍ତିସଂଘ ତରଫରୁ କିରଗିଜସ୍ତାନ ଗସ୍ତରୁ ଯେଉଁ ୩ଜଣଙ୍କୁ ବାଦ୍ ଦିଆଯାଇଛି ସେମାନଙ୍କ ମଧ୍ୟରୁ ଜଣେ କୋଚ୍ ଓ ୨ଜଣ ରେଫେରୀ ସାମିଲ ଅଛନ୍ତି । ଏହି ୩ଜଣଙ୍କ ବିରୋଧରେ ଅଭିଯୋଗ ହେବାରୁ ସେମାନଙ୍କୁ ବାଦ ଦିଆଯାଇଛି । ବାଦ ପଡିଥିବା ରେଫେରୀ ବିରେନ୍ଦ୍ର ମଲ୍ଲିକଙ୍କ ଉପରେ ୨୦୧୪ ମସିହାରେ ସ୍କଟଲାଣ୍ଡରେ ଅଭିଯୋଗ ଆସିଥିଲା । ସେଠିକାର ପୋଲିସ ରାଷ୍ଟ୍ରମଣ୍ଡଳ ଖେଳ କ୍ରମରେ ତାଙ୍କୁ ୍ରଅଟକାଇଥିଲା । ଏନେଇ ତାଙ୍କୁ ଅନେକ ଥର ପଚରାଉଚରା ମଧ୍ୟ କରିଥିଲା । ହେଲେ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଲୋକର ନାମ ନଆସିବାରୁ ତାଙ୍କୁ କ୍ଲିନଚିଟ୍ ଦିଆଯାଇଥିଲା । ଦ୍ୱିତୀୟ ରେଫେରୀ ଜଗବୀର ମଲ୍ଲିକଙ୍କ ବିରୋଧରେ ବ୍ରିଜଭୂଷଣଙ୍କ ବିରୋଧରେ ଚାଲିଥିବା ଧାରଣାରେ ସାମିଲ ହେବା ଓ ବ୍ରିଜଭୂଷଣଙ୍କ ବିରୋଧରେ ବୟାନ ଦେବା ଅଭିଯୋଗ ରହିଛି । ଏହାସହ ସେ କିଛିଦିନ ପୂର୍ବରୁ ଜଣେ କୁସ୍ତିଯୋଦ୍ଧାଙ୍କ ସହ ଗଣ୍ଡଗୋଳ କରିଥିବା ମଧ୍ୟ ଚର୍ଚ୍ଚା ହେଉଥିଲା । ସେହିଭଳି କିରଗିଜସ୍ତାନ ଗସ୍ତରୁ ବାଦ ପଡିଥିବା କୋଚ୍ ରାଜୀବ ତୋମରଙ୍କ ବିରୋଧରେ ଅଭିଯୋଗ ରହିଛି କି ସେ ଟୋକିଓ ଅଲିମ୍ପିକ୍ସରେ ବେଆଇନ ଭାବେ ସାମିଲ ହୋଇଥିଲେ ।

Related posts

ବିନେଶଙ୍କ ଦାବିକୁ ଅନୁମୋଦନ କଲା କ୍ରୀଡା ମନ୍ତ୍ରଣାଳୟ

Odisha Sports Bureau

ରେସଲର ସପକ୍ଷରେ କେଜ୍ରିୱାଲ

Odisha Sports Bureau

ରେସଲରଙ୍କୁ ଯୌନ ନିର୍ଜାତନା ମାମଲାରେ ଏଫଆଇଆର ରଜୁ କରିବାକୁ ସୁପ୍ରିମକୋଟ ଦ୍ୱାରସ୍ଥ ହୋଇଛନ୍ତି କୁସ୍ତିଯୋଦ୍ଧା ସଂଘ

Odisha Sports Bureau