Cricket

ଦିନିକିଆ ବିଶ୍ୱକପ: ଭାରତ ଆସିବେନିକି ପାକିସ୍ତାନ ?

ଏସିଆ କପକୁ ନେଇ ଲାଗିଥିବା ବିବାଦ ଏବେ ଥମିଛି । ପାକିସ୍ତାନର ହାଇବ୍ରିଡ ମଡେଲକୁ ସମସ୍ତେ ସହମତି ଦେବା ପରେ ଏବେ ପାକିସ୍ତାନ ଏସିଆ କପ୍ ଆୟୋଜକ ହେବା ନିଶ୍ଚିତ ହୋଇଛି । ତେବେ ଏସିଆ କପ ପାଇଁ ବୋର୍ଡ ସଦସ୍ୟଙ୍କ ମଧ୍ୟରେ ସହମତି ହୋଇଯିବା ପରେ ଏବେ ଦିନିକିଆ ବିଶ୍ୱକପ ପୂର୍ବରୁ ନୂଆ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ପାକିସ୍ତାନ । ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପକୁ ନେଇ ବଡ ବୟାନ ଦେଇଛନ୍ତି ପିସିବି ଅଧ୍ୟକ୍ଷ ନଜମ ସେଟ୍ଟୀ ।

ଏସିଆ କପରେ ହାଇବ୍ରିଡ ମଡେଲକୁ ମଞ୍ଜୁରୀ ମିଳିବା ପରେ ଦିନିକିଆ ବିଶ୍ୱକପକୁ ନେଇ କୌଣସି ଦ୍ୱନ୍ଦ୍ୱ ଦେଖିବାକୁ ମିଳିବନି ବୋଲି କୁହାଯାଉଥିଲା । କିନ୍ତୁ ପିସିବି ଅଧ୍ୟକ୍ଷ ନଜମ ସେଟ୍ଟୀ ଭାରତରେ ହେବାକୁ ଥିବା ବିଶ୍ୱକପରେ ପାକିସ୍ତାନ ଟିମ୍ ଭାଗ ନେଇପାରିବ କି ନାହିଁ ତାହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ନଜମ କହିଛନ୍ତି, ଟିମ୍ କେଉଁ ଦେଶକୁ ଖେଳିବାକୁ ଯିବ କି ନାହିଁ ତାହା ସରକାର ମଞ୍ଜୁରୀ ଅଧୀନ । ଆଉ ନଜମଙ୍କ ଏଭଳି ବୟାନ ଏବେ ଆଇସିସି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ନଜମ କହିଛନ୍ତି, ପାକିସ୍ତାନ ଓ ଭାରତ ମ୍ୟାଚକୁ ନେଇ ନା ପିସିବି ନିଷ୍ପତ୍ତି ନେଇପାରିବ ନା ବିସିସିଆଇ । କାରଣ ଉଭୟ ଦେଶ କେଉଁଠାରେ ଖେଳିବେ ତାହାର ନିଷ୍ପତ୍ତି ସରକାର ହିଁ ନେଇପାରିବେ ।

ସାମ୍ବାଦିକ ସମ୍ମିଳନୀରେ ନଜମ କହିଛନ୍ତି, ଏହି ମାମଲାରେ ସରକାର ଶେଷ ନିଷ୍ପତ୍ତି ନେବେ । କାରଣ ଯେତେବେଳେ ପାକିସ୍ତାନରେ ଭାରତ ଖେଳିବା ନେଇ କଥା ଉଠେ ସେତେବେଳେ ଭାରତ ସରକାର ସ୍ଥିର କରନ୍ତି ତାଙ୍କ ଟିମ୍ କେଉଁଠାରେ ଖେଳିବ । ତେଣୁ ଆମକୁ ପଚାରିବାର ଆବଶ୍ୟକତା ନାହିଁ ଯେ, ଆମ ଟିମ୍ ଅହମ୍ମଦାବାଦରେ ଖେଳିବ କି ନାହିଁ । ସମୟ ଆସିଲେ ଏହା ମଧ୍ୟ ସ୍ପଷ୍ଟ ହେବ ଯେ, ଆମ ଟିମ ଭାରତକୁ ଯିବ କି ନାହିଁ କିମ୍ବା ସରକାର ନିଷ୍ପତ୍ତି ନେବେ ଆମେ କେଉଁଠି ଖେଳିବୁ । ଏଭଳି କହି ଦିନିକିଆ ବିଶ୍ୱକପରେ ପାକିସ୍ତାନ ଭାଗ ନେବ କି ନାହିଁ ତାହାକୁ ସସପେନ୍ସରେ ରଖିଛି ।

Related posts

ଅଷ୍ଟମ ଥର ପାଇଁ ଶ୍ରୀଲଙ୍କାକୁ ହରାଇ ଏସିଆ କପ୍ ଚମ୍ପିଆନ୍ ଟ୍ରଫି ଜିତିଛି ଟିମ୍ ଇଣ୍ଡିଆ

Odisha Sports Bureau

ଫିଟନେସ ଅସ୍ଥିରତା ଯୋଗୁ ଗୌହାଟୀ ଟେଷ୍ଟ ଖେଳି ନପାରନ୍ତି ଶୁଭମନ ଗିଲ

Odisha Sports Bureau

ପାକିସ୍ତାନ ଟିମକୁ ମିଳିଛି ଭିସା, ଆସନ୍ତା କାଲି ପହଞ୍ଚିବେ ବାବର ବାହିନୀ

Odisha Sports Bureau