Badminton

ପ୍ରମୋଦଙ୍କୁ ଏସୀୟ ପାରା କ୍ରୀଡ଼ା ଟିକେଟ୍‌

ଭୁବନେଶ୍ବର: ଅଲିମ୍ପିକ୍‌ ବିଜେତା ଓଡ଼ିଆ ପୁଅ ପ୍ରମୋଦ ଭଗତ ଚୀନ୍‌ରେ ଆୟୋଜିତ ହେବାକୁ ଥିବା ଏସୀୟ ପାରା କ୍ରୀଡ଼ା ଟିକେଟ୍‌ କରାୟତ୍ତ କରିଛନ୍ତି। ଗ୍ରେଟର ନୋଏଡ଼ାରେ ଆୟୋଜିତ ଦୁଇ ଦିନିଆ ପାରା ବ୍ୟାଡ୍‌ମିଣ୍ଟନ୍‌ ଟ୍ରାଏଲ୍ସରେ ସେ ନିଜର ଚମକ ଦେଖାଇ ଭାରତୀୟ ଏସିଆଡ୍‌ ଦଳରେ ସ୍ଥାନ ନିଶ୍ଚିତ କରିଥିଲେ। ସେ ପୁରୁଷ ଏକକ, ଯୁଗଳ ସହ ମିଶ୍ରିତ ଯୁଗଳରେ ଅଂଶଗ୍ରହଣ କରିବେ। ଟ୍ରା‌ଏଲ୍ସରେ ସେ ଏକକ ଏସ୍‌ଏଲ୍‌ ୩ ବର୍ଗରେ ୫ରୁ ୪ ଜିତିଥିଲେ। ଯୁଗଳରେ ବିଶ୍ବର ଏକ ନମ୍ବର ଯୋଡ଼ି ସେ ଓ ତାଙ୍କ ସାଥୀ ସୁକାନ୍ତ କଦମ ୪ରୁ ୩ ମ୍ୟାଚ୍‌ ଜିତିଥିଲେ। ମିଶ୍ରିତ ଯୁଗଳରେ ପ୍ରମୋଦ ଓ ମନୀଷା ରାମଦାସ ୬ରୁ ୫ଟିରେ ବିଜୟୀ ହୋଇଥିଲେ।

 

Related posts

ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ: ସାଇନା,କଶ୍ୟପ ଓ ସୌରଭ ସେମିଫାଇନାଲରେ

Odisha Sports Bureau

ଅଲ ଇଂଲଣ୍ଡ ସୁପର ୧୦୦ ବ୍ୟାଡମିଣ୍ଟନ ଟାଇଟଲ ହାସଲ ନେଇ ମଉଳିଲା ଲକ୍ଷ୍ୟଙ୍କ ସ୍ୱପ୍ନ

Odisha Sports Bureau

ବ୍ୟାଟମିଣ୍ଟନ କ୍ୱାର୍ଟରରେ ପିଭି ସିନ୍ଧୁ

Odisha Sports Bureau