Cricket

ଏସିଆନ ଗେମ୍ସ: ମହିଳା କ୍ରିକେଟ ସେମିରେ ଭାରତ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ଚାଲିଥିବା ଏସିଆନ ଗେମ୍ସରେ ଭାରତୀୟ ମହିଳା କ୍ରିକେଟ ଟିମ ସେମିଫାଇନାଲରେ ପ୍ରବେଶ କରି ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ଶୀର୍ଷ ର‌୍ୟାଙ୍କିଙ୍ଗ ଭାରତକୁ ସିଧାସଳଖ କ୍ୱାର୍ଟର ଫାଇନାଲରେ ଖେଳିବା ପାଇଁ ସୁଯୋଗ ମିଳିଥିଲା । ମାଲେସିଆ ବିପକ୍ଷ ମ୍ୟାଚ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨ ୱିକେଟ ବିନିମୟରେ ୧୭୩ ରନ କରିଥିଲା । ଶେଫାଳୀ ବର୍ମା ୩୯ ବଲରେ ୬୭ ଓ ଜେମିମା ରୋଡ୍ରିଗ୍ୟୁଜ ୪୭ ରନ କରି ଅପରାଜିତ ରହିଥିଲେ । ବର୍ଷା ଯୋଗୁ ମ୍ୟାଚକୁ ୧୫ ଓଭର କରାଯାଇଥିଲା ।

ଡକ୍ୱୱର୍ଥ ଲୁଇସ ନିୟମ ଅନୁସାରେ ମାଲେସିଆ ସମ୍ମୁଖରେ ୧୭୭ ରନର ବିଜୟ ଲକ୍ଷ୍ୟ ରଖା ଯାଇଥିଲା । ମାଲେସିଆ ୨ଟି ବଲରେ ୧ ରନ କରିଥିବା ବେଳେ ପୁନର୍ବାର ବର୍ଷା ହୋଇଥିଲା । ଶ୍ରେଷ୍ଠ ର‌୍ୟାଙ୍କିଙ୍ଗ ଆଧାରରେ ଭାରତକୁ ବିଜୟୀ ଘୋଷିତ କରାଯାଇଥିଲା । ୨୪ରେ ଭାରତ ସେମିଫାଇନାଲ ମ୍ୟାଚ ଖେଳିବ ।

Related posts

BCCI ର ନୂଆ ସମ୍ପାଦକ ହେଲେ ଦେବଜିତ ସାଇକିଆ

Odisha Sports Bureau

ବିଶ୍ୱକପରୁ ବାଦ ପରେ ଭାବୁକ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା , ସୋସିଆଲ ମିଡିଆରେ କଲେ ପୋଷ୍ଟ

Odisha Sports Bureau

ଶୁବମନ ଗିଲଙ୍କ ଭଉଣୀଙ୍କୁ ଅପଶବ୍ଦ କହିଥିବା ଲୋକଙ୍କୁ ଛଡ଼ାଯିବ ନାହିଁ: ଦିଲ୍ଲୀ ମହିଳା ଆୟୋଗ

Odisha Sports Bureau