ନୂଆଦିଲ୍ଲୀ: କ୍ରିକେଟ ଅଷ୍ଟ୍ରେଲିଆକୁ ମିଳିଲା ନୂଆବର୍ଷର ଭେଟି । ଆସେସ ସିରିଜର ତୃତୀୟ ମ୍ୟାଚରେ ଇଂଲଣ୍ଡକୁ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଫଳରେ ୫ ମ୍ୟାଚବିଶିଷ୍ଟ ସିରିଜରେ ୩-୦ରେ ଦଳ ଆଗୁଆ ରହିଛି । ବଜୟ ସହିତ ଅଷ୍ଟ୍ରେଲିଆ ଆଉ ଏକ ବଡ ଫାଇଦା ମଧ୍ୟ ମିଳିଛି । ଏହି ବିଜୟ ସହ ଦଳ ଆଇସିସି ପଏଣ୍ଟ ଟେବୁଲର ଏକ ନମ୍ବରରେ ପହଞ୍ଚିଛି । ୨୦୨୧-୨୩ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପ୍ରତିଯୋଗତାରେ ଅଷ୍ଟ୍ରେଲିଆ ତିନୋଟି ମ୍ୟାଚ ଜିତିଛି । ଏଥିସହ ଟେବୁଲର ଶୀର୍ଷରେ ପହଞ୍ଚିଛି ଟିମ ଅଷ୍ଟ୍ରେଲିଆ ।
Australia on 🔝
Here's how the #WTC23 table is taking shape after the third #Ashes Test in Melbourne 🔢 pic.twitter.com/Nc2RcwluJz
— ICC (@ICC) December 28, 2021
ତେବେ ଅଷ୍ଟ୍ରେଲିଆ ପରେ ଦୁଇଟି ମ୍ୟାଚ ଜିତି ଦ୍ୱିତୀୟ ସ୍ଥାନରେ ରହିଛି ଶ୍ରୀଲଙ୍କା । ଉଭୟ ଦଳ ବିଜୟ ପ୍ରତିଶତ ୧୦୦ ରହିଛି । ସେହିପରି ପାକିସ୍ତାନ ତିନୋଟି ବିଜୟ ଏବଂ ଗୋଟିଏ ପରାଜୟ ସହିତ ତୃତୀୟ ସ୍ଥାନରେ ରହିଛି । ପାକିସ୍ତାନର ୭୫ ରହିଛି ବିଜୟ ପ୍ରତିଶତ । ତେବେ ଭାରତ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ଦୁଇଟି ସିରିଜ ଖେଳିଥିବା ବେଳେ ତିନୋଟି ଜିତିବା ସହ ଗୋଟିଏ ହାରିଛି, ଏବଂ ଦୁଇଟି ମ୍ୟାଚ ଡ୍ର ରହିଛି । ତେଣୁ ୫୮.୩୩ ପ୍ରତିଶତ ସହିତ ଚତୁର୍ଥ ସ୍ତାନ ଅଧିକାର କରିଛି ଭାରତ ।