Cricket

ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରିଛି

ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରିଛି। ନଭେମ୍ବରରେ ଖେଳାଯିବାକୁ ଥିବା ଏହି ସିରିଜ୍‌ରେ ଉଭୟ ଦଳ ମଧ୍ୟରେ ୩ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳାଯିବ। ତେବେ ଦଳ ଘୋଷଣା ପରେ ଚର୍ଚ୍ଚାରେ ରହିଛି ଅଷ୍ଟ୍ରେଲିଆର ବୋଲିଂ ବିଭାଗ। ଅଭିଜ୍ଞ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ ଓ ଜୋସ୍ ହେଜଲଉଡ୍‌ଙ୍କୁ ଉଭୟ ସ୍କ୍ୱାଡ୍‌ରୁ ବାଦ୍ ଦିଆଯାଇଛି। ଆଗାମୀ ନ୍ୟୁଜିଲାଣ୍ଡ ଓ ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଏହି ତିନି ଖେଳାଳି ପ୍ରସ୍ତୁତି କରିବେ।

Australian team for India vs Australia T20 series 2019: Full Australia squad  for T20s against India | GQ India

ଅନ୍ୟପଟେ ଯୁବ ଖେଳାଳିଙ୍କ ଉପରେ ଭରସା କରିଛି ଅଷ୍ଟ୍ରେଲିଆ। ଅଣ୍ଡର-୧୯ କ୍ରିକେଟ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିବା ମହଲି ବିୟର୍ଡମ୍ୟାନ୍ ଓ ଓଲିଭର ପିକ୍‌ଙ୍କୁ ଦିନିକିଆ ଦଳରେ ସୁଯୋଗ ମିଳିଛି। ତେବେ ନାଥନ୍ ଏଲିସ୍ ଦିନିକିଆ ଦଳରେ ସ୍ଥାନ ପାଇନଥିବା ବେଳେ ଟି-୨୦ ସିରିଜ୍‌ରେ ପ୍ରତ୍ୟାବର୍ତ୍ତନ କରିବେ।

AUS vs SL: Australia playing XI vs Sri Lanka, Match 14, ICC Cricket World  Cup 2023 - Predicted

ସେହିପରି ଟି-୨୦ ଦଳରେ ଭାରତୀୟ ବଂଶୋଦ୍ଭବ ନିଖିଲ ଚୌଧୁରୀଙ୍କୁ ସାମିଲ କରାଯାଇଛି। ଅଷ୍ଟ୍ରେଲିଆ ପାଇଁ ଏଯାଏଁ ୩ଟି ଟି-୨୦ ମ୍ୟାଚ୍ ଖେଳି ସେ ୨ଟି ୱିକେଟ୍ ନେବା ସହ ୨୬ ରନ୍ କରିଛନ୍ତି। ତାଙ୍କ ବ୍ୟତୀତ ଲିଆମ୍ ସ୍କଟ୍, ଜ୍ୟାକ୍ ଏଡୱାର୍ଡସ, ଜୋଏଲ୍ ଡେଭିସ୍, ଲଚଲାନ ଶ’ ଓ ସାମ୍ ହାର୍ପରଙ୍କ ଭଳି ନୂଆ ମୁହଁଙ୍କୁ ମଧ୍ୟ ଟି-୨୦ ଦଳରେ ସ୍ଥାନ ମିଳିଛି। ତେବେ ଅଭିଜ୍ଞ ଖେଳାଳିଙ୍କୁ ବିଶ୍ରାମ ଦେଇ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଥିବା ଅଷ୍ଟ୍ରେଲିଆ ଇଂଲଣ୍ଡ ବିପକ୍ଷରେ କିଭଳି ପ୍ରଦର୍ଶନ କରୁଛି, ତାହା ଉପରେ ରହିବ କ୍ରିକେଟ୍ ପ୍ରେମୀଙ୍କ ନଜର।

Related posts

ଭାରତ-ଦକ୍ଷିଣ ଆଫ୍ରିକା: ବର୍ଷା ପାଇଁ ବାତିଲ ହେଲା ପ୍ରଥମ ମୁକାବିଲା

Odisha Sports Bureau

ଟି୨୦ ବିଶ୍ୱକପ୍ ୨୦୨୬ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା: ଆଘାତଗ୍ରସ୍ତ ହେଲେ ହର୍ଷିତ ରାଣା

Odisha Sports Bureau

ଅଣ୍ଡର-୧୯ T – ୨୦: ଫାଇନାଲ୍‌ରେ ଇଂଲଣ୍ଡକୁ ୭ ୱିକେଟ୍‌ରେ ହରାଇଲା ଭାରତୀୟ ମହିଳା କ୍ରିକେଟ ଟିମ୍‌

Odisha Sports Bureau