Cricket

ହସପିଟାଲରେ ଭର୍ତ୍ତି ହେଲେ ଅଷ୍ଟ୍ରେଲିଆର ମହାନ କ୍ରିକେଟ୍ ଖେଳାଳି ରିକି ପଣ୍ଟିଂ

ପର୍ଥ : ହସପିଟାଲରେ ଭର୍ତ୍ତି ହେଲେ ଅଷ୍ଟ୍ରେଲିଆର ମହାନ କ୍ରିକେଟ୍ ଖେଳାଳି ରିକି ପଣ୍ଟିଂ | ପଣ୍ଟିଂଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ପର୍ଥଠାରେ ଚାଲିଥିବା ଅଷ୍ଟ୍ରେଲିଆ-ଓ୍ବେଷ୍ଟ ଇଣ୍ଡିଜ୍ ଟେଷ୍ଟ ମ୍ୟାଚ ବେଳେ ରିକି ପଣ୍ଟିଂ କମେଣ୍ଟ୍ରି କରୁଥିଲେ । ପୂର୍ବତନ ଅଷ୍ଟ୍ରେଲିଆ ଖେଳାଳି ଜଷ୍ଟିନ ଲାଙ୍ଗର ଓ ମାଥ୍ୟୁ ହେଡେନଙ୍କ ମିଶି ସେ ଚ୍ୟାନେଲ-୭ ପକ୍ଷରୁ ସେ କମେଣ୍ଟ୍ରି କରୁଥିଲେ । ତେବେ ମଧ୍ୟାହ୍ନ ଭୋଜନ ପରେ ହଠାତ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ତୁରନ୍ତ ହସପିଟାଲକୁ ନିଆଯାଇଥିଲା । ତେବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଏପର୍ଯ୍ୟନ୍ତ ହସପିଟାଲ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ରିକି ପଣ୍ଟିଂ କେବଳ ଅଷ୍ଟ୍ରେଲିଆ ନୁହେଁ, ସମଗ୍ର ବିଶ୍ବ କ୍ରିକେଟରେ ଜଣେ ସର୍ବକାଳୀନ ମହାନ ଖେଳାଳି ଭାବେ ପରିଚିତ । ତାଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ବିଶ୍ବ ବିଜୟୀ ହୋଇଥିଲା ଓ ଅପରାଜେୟ ରହିଥିଲା ।

Related posts

୭-ବର୍ଷ-ପରେ-ଟେଷ୍ଟ-ଖେଳିବ-ଭାର

ଶୀଘ୍ର ଟିମ୍ ଇଣ୍ଡିଆକୁ ଫେରିବେ ହାର୍ଦ୍ଦିକ ପାଣ୍ଡ୍ୟା ! ଚାଲିଛି ନେଟ୍ ପ୍ରାକ୍ଟିସ

Odisha Sports Bureau

ବଡ଼ ଖବର, ନାମିବିଆ ବିପକ୍ଷ ମ୍ୟାଚରେ ବଦଳିବ ପ୍ଲେଇଂ-୧୧, ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ଖେଳାଳି

Odisha Sports Bureau