Cricket

ଏମ୍.ଏସ୍ ଧୋନୀ ଏବଂ ରାହୁଲ ଦ୍ରାବିଡଙ୍କ ଠାରୁ ଟିପ୍ସ୍ ନେଇ ସଫଳତାର ସ୍ୱାଦ ଚାଖୁଛନ୍ତି ନୂତନ ସ୍ପିଡ୍ ବୋଲର୍

(ଓଡିଶା ସ୍ପୋର୍ଟ): ଭାରତୀୟ ପରିସ୍ଥିତିରେ ସ୍ପିଡ୍ ବୋଲରଙ୍କୁ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିବା ଏତେ ସହଜ ହୋଇ ନ ଥାଏ । ଭାରତୀୟ କ୍ରିକେଟରେ ସ୍ପିଡ୍ ବୋଲରଙ୍କୁ ଅନେକ ସମସ୍ୟାର ସାମ୍ନା କରି ଆଗକୁ ବଢିବାକୁୁ ପଡିଥାଏ । ମଧ୍ୟପ୍ରଦେଶର ୨୧ ବର୍ଷିୟ ସ୍ପିଡ୍ ବୋଲର ଆବେଶ ଖାନ୍ ସଂକେତ ଦେଇଛନ୍ତି କି ସେ ସବୁ ପରିସ୍ଥିତିର ସାମ୍ନା କରି ଅନ୍ତଃରାଷ୍ଟ୍ରିୟ ସ୍ତରରେ ସଫଳ ସ୍ପିଡ୍ ବୋଲର ହେବାରେ ସକ୍ଷମ ହେବେ । ଅବଶ୍ୟ ଆବେଶଙ୍କୁ ଭାରତର ଦୁଇ ମହାନ କ୍ର୍ରିକେଟର ରାହୁଲ ଦ୍ରାବିଡ ଏବଂ ଏମ୍.ଏସ୍ ଧୋନିଙ୍କ ଠାରୁ ଟିପ୍ସ୍ ମିଳୁୁଛି, ଯେଉଁଥିରେ ତାଙ୍କର ଆତ୍ମବିଶ୍ୱାସ ବଢିଛି । ନୂତନ ସ୍ପିଡ ବୋଲରଙ୍କୁ ଆରବ ଅମିତାର ରେ ଏସିଏ କପ୍ ସମୟରେ ଭାରତୀୟ ଟିମ୍ ର ନେଟ୍ କ୍ଷେତତ୍ରରେ ଅଭ୍ୟାସ କରୁଥିବାର ଦେଖାଯାଇଥିଲା ।

ଆରବ ଖାନ ୧୮ ବର୍ଷ ପୂରଣ ହେବା ପୂର୍ବରୁ ପ୍ରଥମ ଶ୍ରେଣୀ କ୍ରିକେଟ୍ ରେ ଖେଳୀଥିଲେ ଏବଂ ଏବେ ୪ ବର୍ଷରେ ସେ ୯ଟି ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ୨୩ ୱେକେଟ୍ ହାତେଇଥିଲେ । ସେ ଏକ ସାକ୍ଷାତକାରରେ କହିଥିଲେ ଧୋନୀ ତାଙ୍କ ଗତୀରେ ପ୍ରଭାବିତ ହୋଇଥିଲେ ଏବଂ ଖେଳରେ ସୁଧାର ପାଇଁ ମହତ୍ୱପୂର୍ଣ୍ଣ ଟିପ୍ସ୍ ଦେଇଥିଲେ । ଖାନ୍ କହିଥିଲେ, ମୁଁ ଆଉଟଷ୍ଟାଙ୍ଗ ଏବଂ ଇନସ୍ୱିଙ୍ଗ୍ ପାରମ୍ପରିକ ଅନ୍ଦାଜରେ କରୁଥିଲି । ମାହି ଭାଇ ଦେଖିଲେ ଏବଂ ମୋତେ କହିଥିଲେ ଯେଉ ପିଚ୍ ରେ ସ୍ପିଡ୍ ବୋଲରଙ୍କ ପାଇଁ ସସାହାଯ୍ୟ ନ ମିଳେ, ସେଠାରେ ଅଲଗା ଗ୍ରିପ୍ ସହିତ ବୋଲିଙ୍ଗ କରିବା କଥା । ସେ ବୁଝାଇ କହିଥିଲେ ମାଟି ପିଚ୍ ରେ ବଲ୍ ପଡେ ତାହା ଯିକେ ସିମ୍ ମୁୁମେଣ୍ଟ ହେବ । ଯଦି ପିଚ୍ ଉପରେ ଲେଦର ପଡିବ ତେବେ ବଲ୍ ଟିକେ ରହି ଯିବ, ଯେଉଁଥିରେ ବ୍ୟାଟ୍ସ ମ୍ୟାନ୍ ର ଟାଇମିଙ୍ଗ ଗଡବଡେଇ ହୋଇପାରେ ଏବଂ ସେ ସେଠାରେ ସର୍ଟ ମଧ୍ୟ ଖେଳିପାରେ । ଧୋନୀ ଆହୁରି ମଧ୍ୟ କହିଥିଲେ ସ୍ପିଡ ବୋଲରଙ୍କ ପାଇଁ ବେଜାନ ପୀଚ୍ ରେ କ୍ଲିନ୍ ବୋଲ୍ଡ, ଏଲବିଡବ୍ଲୁ ଏବଂ ସେ ମିଡ୍ୱେକେଟ୍ କ୍ଷେତ୍ରରେ କ୍ୟାଚ୍ କରାଇ ୱେକେଟ୍ ନେବାରେ ଧ୍ୟାନ୍ ଦିଅନ୍ତୁ । ଯଦି ବୋଲରଭଙ୍କ ଅଧିନରେ ପିଚ୍ ଥାଏ ତେବେ ୱେକେଟ୍ କିପର୍ ଏବଂ ସ୍ଲିପ୍ ରେ ବ୍ୟାଟ୍ସ୍ ମ୍ୟାନଙ୍କୁ ଆଉଟ କରିବବ । ସେ ଆହୁରି ମଧ୍ର କହିଥିଲେ କି ଗୋଟିଏ ଯାଗାରେ ଲଗାତର ବଲ୍ ପକାଇବା ପାଇଁ ।

ଏହା ସହିତ ସେ ରହୁଲ ଦ୍ରାବିଡଙ୍କୁ ମଧ୍ୟ ଧନ୍ୟବାଦ ଜଣାଛନ୍ତି ଏବଂ କହିଛିନ୍ତି ମହାନ୍ ବ୍ୟାଟ୍ସ ମ୍ୟାନ୍ କଥନ ଶୈଳିରେ ନୂତନ ଖେଳାଳୀ ମାନଙ୍କ ମନରେ ଉତ୍ôସାହ ଭରିଦେଇଛନ୍ତି । ୨୦୧୬ ମସିହାରେ ଇଣ୍ଡିଜ୍ ବିପକ୍ଷରେ ଫାଇନାଲ ମ୍ୟାଚ୍ ପରାସ୍ତ ପରେ ଦ୍ରାବିଡ ଟିମ୍ କୁ କହିଥିଲେ ଏବେଠାରୁ ପରିଶ୍ରମ କରିବା ଆରମ୍ଭ ହେଲା । ଆବେଶ କହିଥିଲେ, ‘ମୁଁ ବହୁତ ଭାଗ୍ୟଶାଳୀ ରାହୁଲ ସାର୍ଙ୍କ ମାର୍ଗଦର୍ଶନରେ ଖେଳିଲି । ସେ ବହୁତ ଭଲ ଜିନିଷ ଶିଖାଇଥାନ୍ତି । ମୋତେ ବହୁତ କିିଛି ଶିଖିବାକୁ ମିଳିଲା, ଯାହା ଭବିଶ୍ୟତରେ କାମରେ ଆସିବ ।

Related posts

ରମାକାନ୍ତ ଆଚରେକରଙ୍କ ଦେହାନ୍ତରେ କଳା ବ୍ୟାଣ୍ଡ ପିନ୍ଧି ସମ୍ମାନ ଜଣାଇଲେ, ଭାରତୀୟ ଟିମ୍

Odisha Sports Bureau

ଆଡିଲେଡରେ ଭାରତୀୟ ଖେଳାଳିଙ୍କୁ ଅସଦାଚରଣ, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

Odisha Sports Bureau

ଡିପିରେ ତ୍ରିରଙ୍ଗା ରଖି ବିସିସିଆଇର ହଟିଲା ବ୍ଲୁ ଟିକ୍

Odisha Sports Bureau