(ଓଡିଶା ସ୍ପୋର୍ଟ): ଭାରତୀୟ ପରିସ୍ଥିତିରେ ସ୍ପିଡ୍ ବୋଲରଙ୍କୁ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିବା ଏତେ ସହଜ ହୋଇ ନ ଥାଏ । ଭାରତୀୟ କ୍ରିକେଟରେ ସ୍ପିଡ୍ ବୋଲରଙ୍କୁ ଅନେକ ସମସ୍ୟାର ସାମ୍ନା କରି ଆଗକୁ ବଢିବାକୁୁ ପଡିଥାଏ । ମଧ୍ୟପ୍ରଦେଶର ୨୧ ବର୍ଷିୟ ସ୍ପିଡ୍ ବୋଲର ଆବେଶ ଖାନ୍ ସଂକେତ ଦେଇଛନ୍ତି କି ସେ ସବୁ ପରିସ୍ଥିତିର ସାମ୍ନା କରି ଅନ୍ତଃରାଷ୍ଟ୍ରିୟ ସ୍ତରରେ ସଫଳ ସ୍ପିଡ୍ ବୋଲର ହେବାରେ ସକ୍ଷମ ହେବେ । ଅବଶ୍ୟ ଆବେଶଙ୍କୁ ଭାରତର ଦୁଇ ମହାନ କ୍ର୍ରିକେଟର ରାହୁଲ ଦ୍ରାବିଡ ଏବଂ ଏମ୍.ଏସ୍ ଧୋନିଙ୍କ ଠାରୁ ଟିପ୍ସ୍ ମିଳୁୁଛି, ଯେଉଁଥିରେ ତାଙ୍କର ଆତ୍ମବିଶ୍ୱାସ ବଢିଛି । ନୂତନ ସ୍ପିଡ ବୋଲରଙ୍କୁ ଆରବ ଅମିତାର ରେ ଏସିଏ କପ୍ ସମୟରେ ଭାରତୀୟ ଟିମ୍ ର ନେଟ୍ କ୍ଷେତତ୍ରରେ ଅଭ୍ୟାସ କରୁଥିବାର ଦେଖାଯାଇଥିଲା ।
ଆରବ ଖାନ ୧୮ ବର୍ଷ ପୂରଣ ହେବା ପୂର୍ବରୁ ପ୍ରଥମ ଶ୍ରେଣୀ କ୍ରିକେଟ୍ ରେ ଖେଳୀଥିଲେ ଏବଂ ଏବେ ୪ ବର୍ଷରେ ସେ ୯ଟି ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ୨୩ ୱେକେଟ୍ ହାତେଇଥିଲେ । ସେ ଏକ ସାକ୍ଷାତକାରରେ କହିଥିଲେ ଧୋନୀ ତାଙ୍କ ଗତୀରେ ପ୍ରଭାବିତ ହୋଇଥିଲେ ଏବଂ ଖେଳରେ ସୁଧାର ପାଇଁ ମହତ୍ୱପୂର୍ଣ୍ଣ ଟିପ୍ସ୍ ଦେଇଥିଲେ । ଖାନ୍ କହିଥିଲେ, ମୁଁ ଆଉଟଷ୍ଟାଙ୍ଗ ଏବଂ ଇନସ୍ୱିଙ୍ଗ୍ ପାରମ୍ପରିକ ଅନ୍ଦାଜରେ କରୁଥିଲି । ମାହି ଭାଇ ଦେଖିଲେ ଏବଂ ମୋତେ କହିଥିଲେ ଯେଉ ପିଚ୍ ରେ ସ୍ପିଡ୍ ବୋଲରଙ୍କ ପାଇଁ ସସାହାଯ୍ୟ ନ ମିଳେ, ସେଠାରେ ଅଲଗା ଗ୍ରିପ୍ ସହିତ ବୋଲିଙ୍ଗ କରିବା କଥା । ସେ ବୁଝାଇ କହିଥିଲେ ମାଟି ପିଚ୍ ରେ ବଲ୍ ପଡେ ତାହା ଯିକେ ସିମ୍ ମୁୁମେଣ୍ଟ ହେବ । ଯଦି ପିଚ୍ ଉପରେ ଲେଦର ପଡିବ ତେବେ ବଲ୍ ଟିକେ ରହି ଯିବ, ଯେଉଁଥିରେ ବ୍ୟାଟ୍ସ ମ୍ୟାନ୍ ର ଟାଇମିଙ୍ଗ ଗଡବଡେଇ ହୋଇପାରେ ଏବଂ ସେ ସେଠାରେ ସର୍ଟ ମଧ୍ୟ ଖେଳିପାରେ । ଧୋନୀ ଆହୁରି ମଧ୍ୟ କହିଥିଲେ ସ୍ପିଡ ବୋଲରଙ୍କ ପାଇଁ ବେଜାନ ପୀଚ୍ ରେ କ୍ଲିନ୍ ବୋଲ୍ଡ, ଏଲବିଡବ୍ଲୁ ଏବଂ ସେ ମିଡ୍ୱେକେଟ୍ କ୍ଷେତ୍ରରେ କ୍ୟାଚ୍ କରାଇ ୱେକେଟ୍ ନେବାରେ ଧ୍ୟାନ୍ ଦିଅନ୍ତୁ । ଯଦି ବୋଲରଭଙ୍କ ଅଧିନରେ ପିଚ୍ ଥାଏ ତେବେ ୱେକେଟ୍ କିପର୍ ଏବଂ ସ୍ଲିପ୍ ରେ ବ୍ୟାଟ୍ସ୍ ମ୍ୟାନଙ୍କୁ ଆଉଟ କରିବବ । ସେ ଆହୁରି ମଧ୍ର କହିଥିଲେ କି ଗୋଟିଏ ଯାଗାରେ ଲଗାତର ବଲ୍ ପକାଇବା ପାଇଁ ।
ଏହା ସହିତ ସେ ରହୁଲ ଦ୍ରାବିଡଙ୍କୁ ମଧ୍ୟ ଧନ୍ୟବାଦ ଜଣାଛନ୍ତି ଏବଂ କହିଛିନ୍ତି ମହାନ୍ ବ୍ୟାଟ୍ସ ମ୍ୟାନ୍ କଥନ ଶୈଳିରେ ନୂତନ ଖେଳାଳୀ ମାନଙ୍କ ମନରେ ଉତ୍ôସାହ ଭରିଦେଇଛନ୍ତି । ୨୦୧୬ ମସିହାରେ ଇଣ୍ଡିଜ୍ ବିପକ୍ଷରେ ଫାଇନାଲ ମ୍ୟାଚ୍ ପରାସ୍ତ ପରେ ଦ୍ରାବିଡ ଟିମ୍ କୁ କହିଥିଲେ ଏବେଠାରୁ ପରିଶ୍ରମ କରିବା ଆରମ୍ଭ ହେଲା । ଆବେଶ କହିଥିଲେ, ‘ମୁଁ ବହୁତ ଭାଗ୍ୟଶାଳୀ ରାହୁଲ ସାର୍ଙ୍କ ମାର୍ଗଦର୍ଶନରେ ଖେଳିଲି । ସେ ବହୁତ ଭଲ ଜିନିଷ ଶିଖାଇଥାନ୍ତି । ମୋତେ ବହୁତ କିିଛି ଶିଖିବାକୁ ମିଳିଲା, ଯାହା ଭବିଶ୍ୟତରେ କାମରେ ଆସିବ ।