Cricket

ସେମିଫାଇନାଲରେ ଭାରତ ଏ ଦଳକୁ ପରାସ୍ତ କରି ବାଂଲାଦେଶ ଏ ଦଳ ରାଇଜିଂ ଷ୍ଟାର୍ସ ଏସିଆ କପର ଫାଇନାଲରେ ପ୍ରବେଶ କରିଛି

ଭାରତ ଏ ଦଳର ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୫ ଟାଇଟାଲ ଜିତିବାର ସ୍ୱପ୍ନ ଭାଙ୍ଗିଲା । ବାଂଲାଦେଶ ଏ ବିପକ୍ଷରେ ଏକ ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ଭାରତ ଏ ସୁପର ଓଭରରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି । ସେମିଫାଇନାଲରେ ଭାରତ ଏ ଦଳକୁ ପରାସ୍ତ କରି ବାଂଲାଦେଶ ଏ ଦଳ ରାଇଜିଂ ଷ୍ଟାର୍ସ ଏସିଆ କପର ଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚ୍ ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହବିବୁର ରହମାନଙ୍କ ଅର୍ଦ୍ଧଶତକ ଏବଂ ଏସ୍ ଏମ୍ ମହାରବଙ୍କ ୧୮ ବଲ୍ ରେ ଗୋଟିଏ ଚୌକା ଏବଂ ଛଅ ଛକା ସହାୟତାରେ ୪୮ ରନ୍ ର ଅପରାଜିତ ଇନିଂସ ସାହାଯ୍ୟରେ ବାଂଲାଦେଶ ଏ ଦଳ ୨୦ ଓଭରରେ ୬ ୱିକେଟ୍ ହରାଇ ୧୯୪ ରନ୍ କରିଥିଲା ।

IND-A vs BAN-A, Rising Stars Asia Cup 2025: Bangladesh A pips India A in  Super Over after chaotic climax - Sportstar

ଜବାବରେ ଭାରତର ଆରମ୍ଭ ଭଲ ଥିଲା କିନ୍ତୁ ଶେଷରେ ଦଳ ଲଗାତାର ୱିକେଟ୍ ହରାଇ ଚାଲିଥିଲା । ଶେଷ ବଲ୍ ରେ ଭାରତକୁ ଚାରି ରନ୍ ଆବଶ୍ୟକ ଥିଲା ଏବଂ ହର୍ଷ ଦୁବେ ଏକ ସଟ୍ ମାରିଥିଲେ ଯାହା ଉପରେ ଭାରତ ଦୁଇ ରନ୍ ଚୋରି କରିବାକୁ ଚେଷ୍ଟା କରିଥିଲା । ବାଂଲାଦେଶ ଏ ଦଳ ସହଜରେ ମ୍ୟାଚ୍ ଜିତିଥୁଲା କିନ୍ତୁ ଅଧିନାୟକ ଏବଂ ୱିକେଟକିପର ଆକବର ଅଲି ରନ ଆଉଟ୍ କରିବା ପାଇଁ ବଲକୁ ଷ୍ଟମ୍ପ ଆଡକୁ ଫିଙ୍ଗି ଦେଇଥିଲେ । ବଲଟି ଷ୍ଟମ୍ପକୁ ଛାଡ଼ି ଅଫ୍ ସାଇଡ୍ ଆଡକୁ ଚାଲିଯାଇଥିଲା, ଯାହା ଫଳରେ ହର୍ଷ ଏବଂ ନେହାଲ ୱାଧେରା ତିନି ରନ୍ କରିପାରିଥିଲେ । ଏହିପରି ୨୦ ଓଭର ଶେଷ ହେବା ପରେ ଭାରତର ସ୍କୋର ମଧ୍ୟ ଛଅ ୱିକେଟରେ ୧୯୪ ରନ୍ ହୋଇଗଲା । ବାଂଲାଦେଶ ଅଧିନାୟକଙ୍କ ଭୁଲ ଯୋଗୁଁ ମ୍ୟାଚ୍ ଟାଇ ହୋଇଗଲା ଏବଂ ଫଳାଫଳ ପାଇଁ ସୁପର ଓଭର କରିବାକୁ ପଡିଲା ।

IND-A vs BAN-A Rising Stars Asia Cup 2025 Semifinal: Bangladesh A Win  Thrilling Super Over To Qualify For Final

ସୁପର ଓଭରରେ, ଭାରତ ଏ ପ୍ରଥମେ ବ୍ୟାଟିଂ କରିଥିଲା, ଅଧିନାୟକ ଜିତେଶ ଶର୍ମା ପ୍ରଥମେ ଆସିଥିଲେ। ତଥାପି, ସେ ପ୍ରଥମ ବଲ ରେ ବୋଲ୍ଡ ହୋଇଥିଲେ । ଆଶୁତୋଷ ନୂତନ ବ୍ୟାଟସମ୍ୟାନ ଭାବରେ ଆସିଥିଲେ ଏବଂ ସେ ମଧ୍ୟ ଦ୍ୱିତୀୟ ବଲରେ କ୍ୟାଚ ଆଉଟ୍‌ ହୋଇଥିଲେ । ଫଳସ୍ବରୂପ, ଭାରତ ଏ ସେମାନଙ୍କର ସୁପର ଓଭରରେ ଗୋଟିଏ ବି ରନ କରିପାରି ନ ଥିଲା । ବାଂଲାଦେଶକୁ କେବଳ ଗୋଟିଏ ରନ ଆବଶ୍ୟକ ଥିଲା, କିନ୍ତୁ ସେମାନେ ପ୍ରଥମ ବଲରେ ଏକ ଉଇକେଟ ମଧ୍ୟ ହରାଇଥିଲେ ଯାହା ସୁୟାଶ ଶର୍ମା ନେଇଥିଲେ । ତାଙ୍କର ପରବର୍ତ୍ତୀ ବଲ ୱାଇଡ ଥିଲା, ଯାହା ଫଳରେ ବାଂଲାଦେଶ କେବଳ ଗୋଟିଏ ରନ କରି ମ୍ୟାଚ ଶେଷ କରିଥିଲା ।

Bangladesh beat India in dramatic Super Over to reach Asia Cup Rising Stars  final

Related posts

ଜାଣନ୍ତୁ ଜବାହରଲାଲ ନେହେରୁ ଷ୍ଟାଡିୟମ ପୁନଃବିକାଶ ଯୋଜନା ବିଷୟରେ

Odisha Sports Bureau

ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲରେ ପ୍ରବେଶ : ଝାଡ଼ଖଣ୍ଡ ୧୦୦୮ ରନରେ ଆଗୁଆ

Odisha Sports Bureau

ସିଏସକେର ବଡ଼ ନିଷ୍ପତ୍ତି