Cricket

ଘରୋଇ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ବାଂଲାଦେଶ ଦଳ ଘୋଷଣା କରିଛି

ବାଂଲାଦେଶ-: ଘରୋଇ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ବାଂଲାଦେଶ ଦଳ ଘୋଷଣା କରିଛି । ଅଭିଜ୍ଞ ୱିକେଟ୍‌ କିପର ବ୍ୟାଟର ଲିଟନ ଦାସଙ୍କ ସମେତ ମହମ୍ମଦ ନଇମ୍‌, ସମିମ ହୋସେନ, ତନଭୀର  ଇସଲାମ୍‌ ଓ ହାସାନ ମାହମୁଦ ଦଳକୁ ପ୍ରତ୍ୟାବର୍ତ୍ତନ  କରିଛନ୍ତି । ଅନ୍ୟ ପଟରେ ଆହତ ଥିବା ଅଭିଜ୍ଞ ବ୍ୟାଟର ସୌମ୍ୟ ସରକାର ବାଦ୍‌ ପଡ଼ିଛନ୍ତି ।

ସୂଚନା ମୁତାବକ, ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ବାଂଲାଦେଶ ଦଳ ଘୋଷଣା କରିଛି। ଏହି ଦଳରେ ୧୬ ଜଣ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି। ଅଧିନାୟକତ୍ୱ ଦାୟିତ୍ୱ ମେହେଦି ହାସନ ମିରାଜଙ୍କୁ ଦିଆଯାଇଛି। ଦ୍ରୁତ ବୋଲର ତସ୍କିନ ଅହମ୍ମଦ ଏବଂ ମୁସ୍ତାଫିଜୁର ରହମାନ ଆହତ ହେବା ପରେ ଫେରିଛନ୍ତି। ଏହା ବ୍ୟତୀତ ଟି-୨୦ ଅଧିନାୟକ ଲିଟନ ଦାସଙ୍କୁ ଦଳରେ ସାମିଲ କରାଯାଇଛି। ସେହିଭଳି ବାମହାତୀ ଓପନର ନଇମ ଶେଖ ପ୍ରାୟ ଦୁଇ ବର୍ଷ ପରେ ଦିନିକିଆ ଦଳକୁ ଫେରିଛନ୍ତି। ତେବେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଡ୍ର ଥିଲା। ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ୨୫ ଜୁଲାଇରେ ଖେଳାଯିବ। ଟେଷ୍ଟ ସିରିଜ୍ ପରେ, ଦୁଇ ଦଳ ମଧ୍ୟରେ ଏକ ଦିନିକିଆ ସିରିଜ୍ ଖେଳାଯିବ। ପ୍ରଥମ ଦିନିକିଆ ଜୁଲାଇ ୨ ଏବଂ ଦ୍ୱିତୀୟ ମ୍ୟାଚ୍ ୫ ଜୁଲାଇରେ କଲମ୍ବୋରେ ଖେଳାଯିବ। ତୃତୀୟ ଏବଂ ଶେଷ ଦିନିକିଆ ଜୁଲାଇ ୮ ତାରିଖରେ ପାଲେକେଲରେ ଅନୁଷ୍ଠିତ ହେବ।

ବାଂଲାଦେଶ ଦଳରେ ସ୍ତନ ପାଇଥିବା ଖେଳାଳି ମାନେ ହେଲେ : ମେହେଦି ହାସନ ମିରାଜ (ଅଧିନାୟକ), ତାଞ୍ଜୀଦ ହାସନ, ପରଭେଜ ହୋସେନ ଇମୋନ, ନାଏମ ଶେଖ, ନାଜମୁଲ ହୁସେନ ଶାଣ୍ଟୋ, ତାହିଦ ହ୍ରିଡୋ, ଲିଟନ ଦାସ, ଜେକର ଅଲି ଅନିକ, ଶାମିମ ହୁସେନ୍, ରିଷଦ ହୁସେନ୍, ତନଭୀର ଇସଲାମ, ମୁସ୍ତାଫିଜୁର ରହମାନ, ତାଞ୍ଜୀମ ହାସିନ

Related posts

ଆଇପିଏଲ ୨୦୨୪ରେ କମେଣ୍ଟ୍ରି କରିବେ ନବଜୋତ ସିଂ ସିଦ୍ଧୁ

Odisha Sports Bureau

ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ୍: ପ୍ରଥମ ଇନିଂସରେ ଭାରତ ୧୮୦ ରନରେ ସୀମିତ

Odisha Sports Bureau

ଆଫ୍ରିକାକୁ ୨୮୮ ଲକ୍ଷ୍ୟ ଟାର୍ଗେଟ

Odisha Sports Bureau