Cricket

ଟି-୨୦ ବିଶ୍ଵକପ୍ ଖେଳିବନି ବାଂଲାଦେଶ, ରୋକଠକ୍ କରିଦେଲା ମନା

ନୂଆଦିଲ୍ଲୀ: ଭାରତରେ ଆୟୋଜିତ ହେବାକୁ ଥିବା ୨୦୨୬ ଟି-୨୦ ୱାର୍ଲ୍ଡ କପରେ ବାଂଲାଦେଶ କ୍ରିକେଟ୍ ଟିମ୍ ଭାଗ ନେବ ନାହିଁ। ଏନେଇ ବାଂଲାଦେଶ ସରକାର ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ସରକାରଙ୍କ କହିବାନୁସାରେ, ICC ଦ୍ୱାରା ବାଂଲାଦେଶର ମ୍ୟାଚ୍‌ଗୁଡ଼ିକୁ ଅନ୍ୟ ଦେଶକୁ ସ୍ଥାନାନ୍ତର କରିବା ଅନୁରୋଧ ଅସ୍ୱୀକୃତ ହେବା ପରେ ଏହି ସିଦ୍ଧାନ୍ତ ନେଇଛି ସରକାର ।

ବାଂଲାଦେଶର କ୍ରୀଡ଼ା ପରାମର୍ଶଦାତା ଆସିଫ୍ ନଜରୁଲ୍ କହିଥିଲେ ଯେ, ବାଂଲାଦେଶୀ ଖେଳାଳିମାନେ ୱାର୍ଲ୍ଡ କପ୍ ଖେଳିବାକୁ ଚାହାଁନ୍ତି, କିନ୍ତୁ ଟିମ୍ ଭାରତରେ ନ ଖେଳି ଶ୍ରୀଲଙ୍କାରେ ମ୍ୟାଚ୍ ଖେଳିବାକୁ ଚାହୁଁଛି।ସରକାର ଜାରି କରିଥିବା ବିବୃତିରେ କହାଯାଇଛି ଯେ, ଏହି ନିଷ୍ପତ୍ତିରେ ବାଂଲାଦେଶ ଠାରୁ ଅଧିକ ICC ର କ୍ଷତି ହେବ। ସେମାନେ କହିଛନ୍ତି ଯେ, ୨୦ କୋଟି ଜନସଂଖ୍ୟା ଥିବା ଦେଶକୁ ଅଲଗା କରିଦିଆଯାଇଛି। କ୍ରିକେଟ୍ ଓଲିମ୍ପିକ୍ସକୁ ପ୍ରବେଶ କରୁଥିବା ସମୟରେ ବାଂଲାଦେଶ ଯଦି ଭାଗ ନେଇନଥାଏ, ତେବେ ଏହା ICC ପାଇଁ ବଡ଼ ହାନି।

ଏହାସହିତ, ମୁସ୍ତାଫିଜୁର୍ ରହମାନଙ୍କ IPL ରୁ ରିଲିଜ୍ ହେବାକୁ ନେଇ ମଧ୍ୟ ବାଂଲାଦେଶ ସରକାର ପ୍ରତିକ୍ରିୟା ଦେଇଛି । ସରକାର କହିଛନ୍ତି ଯେ, ଏହା କୌଣସି ଏକକ ଘଟଣା ନୁହେଁ ଏବଂ ଏହି ନିଷ୍ପତ୍ତି BCCI ଦ୍ୱାରା ନିଆଯାଇଥିଲା। IPL ମିନି ଅକ୍ସନରେ କୋଲକାତା ନାଇଟ୍ ରାଇଡର୍ସ ୯.୨୦ କୋଟି ଟଙ୍କାରେ ମୁସ୍ତାଫିଜୁରଙ୍କୁ କିଣିଥିଲା, କିନ୍ତୁ ପରେ ସେ ଦଳରୁ ରିଲିଜ୍ ହୋଇଥିଲେ। ବାଂଲାଦେଶ ସରକାର କହିଛନ୍ତି ଯେ, ସେମାନେ ଆଗାମୀ ଦିନରେ ମଧ୍ୟ ICC ସହ ଆଲୋଚନା ଜାରି ରଖିବେ, କାରଣ ଦଳ ୱାର୍ଲ୍ଡ କପ୍ ଖେଳିବାକୁ ଚାହୁଁଛି, କିନ୍ତୁ ଭାରତରେ ନୁହେଁ।

Related posts

ମ୍ୟାଚ ଆରମ୍ଭରୁ ପ୍ରଥମ ଓଭରରେ ଓ୍ଵିକେଟ୍‌ରେ ହରାଇଲା ଭାରତ

Odisha Sports Bureau

ଭାରତୀୟ ଦଳର କୋଚ ପାଇଁ ଆଗ ଧାଡ଼ିରେ ଜୟବର୍ଦ୍ଦନେ

ରିଜର୍ଭ ଡେରେ ନ୍ୟୁଜିଲାଣ୍ଡ ନାଁରେ ଟ୍ରଫି ରିଜର୍ଭ