Cricket

ଏଥର ଏସିଆନ ଗେମ୍ସରେ ଖେଳିବ ଉଭୟ ଭାରତୀୟ ପୁରୁଷ ଏବଂ ମହିଳା କ୍ରିକେଟ ଟିମ୍‌

ନୂଆଦିଲ୍ଲୀ : ଚୀନର ହାଗଂଜୁରେ ଆୟୋଜନ ହେବ ଏସିଆନ୍‌ ଗେମ୍ସ ୨୦୨୩ | ଚଳିତବର୍ଷ ଶେଷକୁ ହେବ ଆୟୋଜନ | ହାକୁ ନେଇ ବିସିସିଆଇ ଏକ ବଡ ନିଷ୍ପତ୍ତି ନେଇଛି । ଏସିଆନ ଗେମ୍ସରେ କ୍ରିକେଟ ଇଭେଣ୍ଟର ଆୟୋଜନ ଟି-୨୦ ଭଳି କରାଯାଉଛି । ଏଥିର ଏସିଆନ ଗେମ୍ସକୁ ଉଭୟ ମହିଳା ଏବଂ ପୁରୁଷ କ୍ରିକେଟ ଟିମ୍‌କୁ ପଠାଇବ ବୋଲି ନିଷ୍ପତ୍ତି ନେଇଛି ।

ତେବେ ବିଶ୍ବକପ ୨୦୨୩ ବେଳେ ଆୟୋଜନ ହେବ ଏସିଆନ ଗେମ୍ସ | ଏଭଳି ସ୍ଥିତିରେ କ୍ରିକେଟରେ ପୁରୁଷ ବି ଟିମକୁ ପଠାଯିବ । ରିପୋର୍ଟ ଅନୁଯାୟୀ, ବିସିସିଆଇ ମଧ୍ୟ ମହିଳା ଖେଳାଳିଙ୍କ ମଜବୁତ ଟିମ୍‌ ପଠାଇବାକୁ ଯୋଜନା କରିଛି । ଏସିଆନ୍ସ ଗେମ୍ସ ଚଳିତବର୍ଷ ଡିସେମ୍ବର ୨୩ରୁ ୮ ଅକ୍ଟୋବର ମଧ୍ୟରେ ହେବ । ସେହିପରି ବିଶ୍ବକପର ଆୟୋଜନ ୫ ଅକ୍ଟୋବରରୁ ୨୩ ଅକ୍ଟୋବର ପର୍ଯ୍ୟନ୍ତ ହେବ । ଯେଉଁମାନେ ଏସିଆନ ଗେମ୍ସରେ ଖେଳିବେ ସେମାନଙ୍କ ଲିଷ୍ଟ ବିସିସିଆଇ ୩୦ ଜୁନ୍‌ ପୂର୍ବରୁ ପଠାଇବ ।

ବିସିସିଆଇ ୨୦୧୦ ଏବଂ ୨୦୧୪ରେ ଏସିଆନ ଗେମ୍ସ ପାଇଁ ଯେଉଁ କ୍ରିକେଟ ଇଭେଣ୍ଟ ଆୟୋଜନ କରିଥିଲା । ସେଥିରେ ଭାରତର ପୁରୁଷ କିମ୍ବା ମହିଳା ଟିମ୍‌ କାହାକୁ ମଧ୍ୟ ପଠାଯାଇନଥିଲା । କିନ୍ତୁ ଚଳିତବର୍ଷ ଚୀନରେ ହେବାକୁ ଥିବା ଏସିଆନ ଗେମ୍ସରେ ଏମାନଙ୍କୁ ସାମିଲ କରାଯିବ । ୨୦୧୮ରେ ଜାକାର୍ତ୍ତାରେ ହୋଇଥିବା ଏସିଆନ ଗେମ୍ସରେ କ୍ରିକେଟ ଇଭେଣ୍ଟର ଆୟୋଜିତ ହୋଇନଥିଲା । ଇଂଲଣ୍ଡରେ ଗତବର୍ଷ ହୋଇଥିବା କମନୱେଲଥ ଗେମ୍ସରେ ଭାରତୀୟ ମହିଳା କ୍ରିକେଟ ଟିମ୍‌ ଭଲ ପ୍ରଦର୍ଶନ କରିଥିଲା । ଟିମ୍‌ ଫାଇନାଲରେ ଅଷ୍ଟ୍ରେଲିଆକୁ ଟକ୍କର ଦେଇଥିଲେ । କିନ୍ତୁ ମ୍ୟାଚ୍‌ ଜିତିପାରିନଥିଲା ।

ସୂଚନା ଅନୁସାରେ, ଭାରତୀୟ ଟିମ୍‌ ଜୁଲାଇ ୧୨ ତାରିଖରୁ ୱେଷ୍ଟଇଣ୍ଡିଜରେ ଟେଷ୍ଟ ସିରିଜ ଖେଳିବ । ତା’ ପରେ ଦିନିକିଆ ଏବଂ ଟି-୨୦ ମ୍ୟାଚ୍‌ ଖେଳିବ । ଟିମ୍‌ ଇଣ୍ଡିଆ ୨ଟି ଟେଷ୍ଟ, ୩ ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍‌ ଖେଳିବ । ଏହାପରେ ଜୁଲାଇ ୨୭ରୁ ଦିନିକିଆ ଏବଂ ଅଗଷ୍ଟ ୩ରୁ ଟି-୨୦ ମ୍ୟାଚ ଖେଳିବ । ବିଶ୍ବକପ ୨୦୨୩ ଟୁର୍ଣ୍ଣାମେଣ୍ଟ ୫ ଅକ୍ଟୋବରରୁ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଚେନ୍ନାଇରେ ଖେଳାଯିବ । ପୁନେ, ଧର୍ମଶାଳା, ଲକ୍ଷ୍ନୌ ଏବଂ ମୁମ୍ବାଇରେ ଭାରତର ମ୍ୟାଚ୍‌ ଖେଳାଯିବ ।

Related posts

ଗୌହାଟି ଟେଷ୍ଟରୁ ବାଦ ପଡିଲେ ଗିଲ୍, ଦଳର ନେତୃତ୍ୱ ନେବେ ଋଷଭ ପନ୍ତ

Odisha Sports Bureau

ମନରେଗା ଯୋଜନାରେ ବଡ଼ ଠକେଇ, କ୍ରିକେଟର ମହମ୍ମଦ ଶାମିଙ୍କ ଭଉଣୀ ଏବଂ ଭାଇଙ୍କୁ ମିଳୁଛି ମଜୁରୀ

Odisha Sports Bureau

ପାକିସ୍ତାଦ କ୍ରିକେଟ ଦଳର ଫିଲ୍ଡିଂ କୋଚ ହେଲେ ମହମ୍ମଦ ମସରୁର

Odisha Sports Bureau