Cricket

BCCI ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ

ନୂଆଦିଲ୍ଲୀ:- ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ମଧ୍ୟରେ ଗଣାଯାଏ। ଏହା ପଛରେ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ମଧ୍ୟ ଏକ ବଡ଼ ହାତ ଅଛି। ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୨୦୨୩-୨୪ ଆର୍ଥିକ ବର୍ଷରେ ରେକର୍ଡ ୯୭୪୧.୭ କୋଟି ଟଙ୍କାରୁ ରାଜସ୍ବ ସଂଗ୍ରହ କରିଛି। ଏଥିରେ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌)ର ଯୋଗଦାନ ୫୯ ପ୍ରତିଶତ ରହିଛି। ଆଇପିଏଲ୍‌ରୁ ୫୭୬୧ କୋଟି ଟଙ୍କା ମିଳିଥିଲା ‌ବେଳେ ବୋର୍ଡ ୩୬୧ କୋଟି ଟଙ୍କା ଅଣଆଇପିଏଲ୍‌ ମିଡିଆ ରାଇଟ୍‌ସରୁ ପାଇଥିଲା। ରଣଜୀ ଟ୍ରଫି, ଦୁଲୀପ ଟ୍ରଫି ଓ ସିକେ ନାୟୁଡୁ ଟ୍ରଫିରୁ ମଧ୍ୟ ବିସିସିଆଇର ଆୟ ବଢ଼ିବାରେ ଲାଗିଛି । ଆଇପିଏଲର ସଫଳତା ପରେ ଡବ୍ଲ୍ୟୁପିଏଲ (WPL) ଆରମ୍ଭ କରାଯାଇଛି । ଏହା ମଧ୍ୟ ମୋଟା ଅଙ୍କର ଅର୍ଥ ଦେବା ଆରମ୍ଭ କରିଛି । ଗତ ସଂସ୍କରଣରୁ ବୋର୍ଡକୁ ଏ ବାବଦକୁ ୩୭୮ କୋଟି ଟଙ୍କା ମିଳିଛି ।

Related posts

ଟେଷ୍ଟ କ୍ରିକେଟରେ ଇତିହାସ ରଚିଲେ ପାକିସ୍ତାନୀ କ୍ରିକେଟର ସାଉଦ ସକିଲ

ଆଜିଠୁ ଭାରତ-ଦକ୍ଷିଣଆଫ୍ରିକା ଦିନିକିଆ ସିରିଜ, ରାଞ୍ଚିରେ ପ୍ରଥମ ମ୍ୟାଚ

Odisha Sports Bureau

ଆଜି ଭାରତ – ଇଣ୍ଡିଜ୍ ମଧ୍ୟରେ ଚତୁର୍ଥ ଦିନିକିଆ

Odisha Sports Bureau