Cricket

ଲକ୍ଷ୍ନୌ ମ୍ୟାଚ ବାତିଲ ପରେ ଶିଖିଲା ବିସିସିଆଇ

ଲକ୍ଷ୍ନୌରେ ଘନ କୁହୁଡ଼ି ଯୋଗୁଁ ବାତିଲ ହୋଇଯାଇଛି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ମ୍ୟାଚ୍ । କୁହୁଡ଼ି ଯୋଗୁ ଟସ୍ ମଧ୍ୟ ପଡ଼ିପାରି ନଥିଲା । ମ୍ୟାଚ୍ ବାତିଲ ହେବା ପରେ ଷ୍ଟାଡିୟମରେ ଉପସ୍ଥିତ ଥିବା ହଜାର ହଜାର ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହି ଘଟଣା ପରେ ଏବେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି । ଭବିଷ୍ୟତରେ ମ୍ୟାଚ୍ ସିଡ୍ୟୁଲ୍ ବା କାର୍ଯ୍ୟସୂଚୀ ପ୍ରସ୍ତୁତ କଲାବେଳେ ବୋର୍ଡ ପାଗ ଏବଂ ପ୍ରଦୂଷଣକୁ ଗୁରୁତର ସହ ବିଚାର କରିବ ବୋଲି କହିଛି ।

ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି ଯେ, ମ୍ୟାଚ୍ ବାତିଲ ହେବା ଅତ୍ୟନ୍ତ ନିରାଶାଜନକ । ପ୍ରସ୍ତୁତି ଶେଷ ହୋଇଥିଲା ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ନିରୀକ୍ଷଣ କରାଯାଇଥିଲା, କିନ୍ତୁ ଘନ କୁହୁଡ଼ି ଯୋଗୁଁ ଖେଳ ବାତିଲ କରିବାକୁ ପଡିଲା । ଏହି ମ୍ୟାଚ୍ ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଆରମ୍ଭ ହେବାର ଥିଲା, କିନ୍ତୁ ଖରାପ ଭିଜିବିଲିଟି କାରଣରୁ ରାତି ୯:୩୦ ରେ ଅଧିକାରୀମାନେ ଖେଳ ବାତିଲ କରିଥିଲେ । ରାଜୀବ ଶୁକ୍ଲା ସ୍ୱୀକାର କରିଛନ୍ତି ଯେ ଡିସେମ୍ବର ୧୫ ରୁ ଜାନୁଆରୀ ୧୫ ମଧ୍ୟରେ ଉତ୍ତର ଭାରତରେ କୁହୁଡ଼ି ଏକ ବଡ଼ ସମସ୍ୟା ପାଲଟିଥାଏ । ତେଣୁ ଆଗାମୀ ଦିନରେ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ । କେବଳ କୁହୁଡ଼ି ନୁହେଁ, ପ୍ରଦୂଷଣ ମଧ୍ୟ ଏକ ବଡ଼ ସମସ୍ୟା । ଦିଲ୍ଲୀ-ଏନସିଆର ଏବଂ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ବାୟୁର ଗୁଣବତ୍ତା ଖରାପ ରହୁଛି, ଯାହା ଖେଳାଳିଙ୍କ ପାଇଁ କଷ୍ଟକର ପରିସ୍ଥିତି ସୃଷ୍ଟି କରୁଛି ।

Related posts

ଆସନ୍ତା ୧୫ ତାରିଖରୁ ବି.ସି. ମହାନ୍ତି ସ୍ମାରକୀ ଅନ୍ତଃ ରାଜ୍ୟ ଟି/୨୦ କ୍ରିକେଟ୍‌ ମ୍ୟାଚ୍‌ ହେବ ଆୟୋଜିତ

Odisha Sports Bureau

ପ୍ରଥମଥର ପାଇଁ ଏକାଠି ଖେଳିଲେ ଚହର ବ୍ରଦର

Odisha Sports Bureau

୨୦୦ତମ ମ୍ୟାଚ୍ ଖେଳି ରେକର୍ଡର ଅଧିକାରୀ ମିତାଲି

Odisha Sports Bureau