Cricket

ବିସିସିଆଇର ଅଜବ ନିଷ୍ପତ୍ତି: ନୂଆ ଜର୍ସିରେ ଲେଖା ହୋଇନି ‘ଇଣ୍ଡିଆ’

ଡୋମିନିକା:   ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳ ବୁଧବାରଠାରୁ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ କରିଛି। କିନ୍ତୁ ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ଏକ ବଡ଼ ବିବାଦର ସୂତ୍ରପାତ ହୋଇଛି। ବିଶ୍ବର ଅନ୍ୟତମ ଧନୀ କ୍ରୀଡ଼ାସଂସ୍ଥା ହେବା ସତ୍ତ୍ବେ ବିସିସିଆଇ କିଭଳି ଏକ କଠୋର ତଥା ନିନ୍ଦନୀୟ ନିଷ୍ପତ୍ତି ନେଇପାରେ ତାହା ଅନେକଙ୍କୁ ଆଶ୍ଚର୍ୟ୍ୟ ଚକିତ କରିଛି।

ଘଟଣାଟି ହେଲା ଭାରତୀୟ ଦଳ ଏହି ଗସ୍ତରୁ ନୂଆ ଜର୍ସିରେ ଖେଳିବା ଆରମ୍ଭ କରିଛି। ମଙ୍ଗଳବାର ରାତିରୁ ବିସିସିଆଇ ଭାରତୀୟ ଖେଳାଳିଙ୍କୁ ନୂଆ ଜର୍ସିର ହେଡ୍ସଟ୍ ଗ୍ରୁପ ଫଟୋ ଜାରି କରିଥିଲା। ଖେଳାଳିଙ୍କ ଜର୍ସିର କୌଣସି ସ୍ଥାନରେ ଦେଶର ନାମ ଲେଖା ହୋଇନାହିଁ। ପୂର୍ବରୁ ଛାତିରେ ‘ଇଣ୍ଡିଆ’ ଲେଖା ହେଉଥିବା ବେଳେ ଏବେ ସେହି ସ୍ଥାନକୁ ନୂଆ ପ୍ରାୟୋଜକ ‘ଡ୍ରିମ୍ ୧୧’ଙ୍କୁ ସମ୍ପୂର୍ଣ୍ଣ ଭାବେ ସମର୍ପି ଦିଆଯାଇଛି। ଗତ ମାସରେ ଭାରତ ଇଂଲଣ୍ଡରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଖେଳିବା ବେଳେ ଛାତିରେ ‘ଇଣ୍ଡିଆ’ ଲେଖାଥିଲା। କିନ୍ତୁ ନୂଆ ଜର୍ସିରେ ତାହାକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି।

ଏହି ଫଟୋ ସାମାଜିକ ଗଣମାଧ୍ୟମରେ ଜାରି ହେବା ମାତ୍ରେ ପ୍ରଶଂସକମାନେ ଅର୍ଥ ପିପାସୁ ବିସିସିଆଇକୁ ନାନା ଢଙ୍ଗରେ ସମାଲୋଚନା କରିବା ଆରମ୍ଭ କରିଛନ୍ତି । ଏହା ସବୁଠାରୁ କଦର୍ୟ୍ୟ ଜର୍ସି ବୋଲି କେତେକ ପ୍ରଶଂସକ ଲେଖିଛନ୍ତି। ଆଇସିସି ଇଭେଣ୍ଟରେ ଦେଶର ନାମ ଲେଖାଯିବା ବାଧ୍ୟତାମୂଳକ ଥିବାବେଳେ ବିସିସିଆଇ ତାହାକୁ ହଟାଇଦେବା କ୍ରିକେଟ୍ ପ୍ରେମୀଙ୍କ ମନରେ ଶକ୍ତ ଆଘାତ ଦେଇଛି ।

Related posts

ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ବିଜୟ ହାସଲ କଲା ଭାରତ

Odisha Sports Bureau

ସ୍ଥଗିତ ହେଲା ଚଳିତ ବର୍ଷ ଆଇପିଏଲ

ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ପରଲୋକ

Odisha Sports Bureau