Cricket

ପ୍ଲେ ଅଫ୍‌ରେ ଗୁଜରାଟ ସହ ବେଙ୍ଗାଲୁରୁ, ପଞ୍ଜାବ

ନୂଆଦିଲ୍ଲୀ-: ଆଇପିଏଲ୍‌ର ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ରବିବାର ଗୁଜରାଟ ଟାଇଟନ୍ସ ଧମାକାଦାର କ୍ରିକେଟ୍ ଖେଳି ୧୦ ୱିକେଟ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ପରାସ୍ତ କରିଛି । ଏହି ବିଜୟ ପରେ ଗୁଜରାଟ ସହ ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସକୁ ମଧ୍ୟ ପ୍ଲେ ଅଫ୍‌କୁ ଯାଇଛନ୍ତି । ପଞ୍ଚମ ପରାଜୟ ବରଣ କରିବା ପରେ ଦିଲ୍ଲୀର ପ୍ଲେ ଅଫ୍ ଖେଳିବା ନେଇ ଆଶା ମଉଳିଛି ।

କେଏଲ୍ ରାହୁଲଙ୍କ ଅପରାଜିତ ୧୧୨ ରନ ବଳରେ ଦିଲ୍ଲୀ ୩ ୱିକେଟ୍ ହରାଇ ୧୯୯ ରନ୍ କରିଥିଲା । ହେଲେ ଗୁଜରାଟର ଦୁଇ ଯୁବ ଓପନର୍ ଶବମନ ଗିଲ୍ ଓ ସାଇ ସୁଦର୍ଶନ ପ୍ରଥମ ୱିକେଟ୍‌ରେ ରେକର୍ଡଭରା ୨୦୫ ରନ୍ କରି ନିଜ ଦଳକୁ ଗୋଟିଏ ଓଭର ପୂର୍ବରୁ ୧୦ ୱିକେଟ୍‌ରେ ବିଜୟୀ କରାଇଥିଲେ। ସୁଦର୍ଶନ ବ୍ୟକ୍ତିଗତ ଭାବେ ପ୍ରଥମ ଆଇପିଏଲ୍ ଶତକ ଅର୍ଜନ କରିଥିଲେ। ଗିଲ୍ କିନ୍ତୁ ୭ ରନ୍ ପାଇଁ ଆଉ ଏକ ଶତକରୁ ବଞ୍ଚିତ ହୋଇଥିଲେ ।

ବିରାଟ କୋହଲିଙ୍କ ଦଳ ଆରସିବି ଏଥର ଆଇପିଏଲରେ ଟାଇଟଲ ଜିତିବା ସମ୍ଭାବନା ଅଧିକ ରହିଛି । ୨୦୧୬ରେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବଦ ଠାରୁ ପରାସ୍ତ ହୋଇ ବେଙ୍ଗାଲୁରୁ ହଜାର ହଜାର ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା । କିନ୍ତୁ ଚଳିତ ଥର ଟିମର ସଦସ୍ୟ ଭଲ ପ୍ରଦର୍ଶନ କରୁଛନ୍ତି ବୋଲି କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା । ରାଇନା କହିଛନ୍ତି ଚଳିତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ ଟାଇଟଲ ଜିତିବା ସମ୍ଭାବନା ଅଧିକ ରହିଛି । କାରଣ ଏଥର ସେମାନେ ଭିନ୍ନ ଉପାୟରେ ଖେଳୁଛନ୍ତି । ସେମାନେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଟିମ୍‍ ୧୫୦ ଓ ୧୩୬ ରନ ଭଳି ସ୍କୋରକୁ ମଧ୍ୟ ସମ୍ନା କରିଛନ୍ତି । ସେମାନଙ୍କର ବୋଲରମାନେ ଚମକ୍ରାର ପ୍ରଦର୍ଶନ କରିଛନ୍ତି ।

Related posts

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘଣ୍ଟା ଜବତ

Odisha Sports Bureau

ବାଂଲାଦେଶର ବିଶ୍ଵକପ୍ ବହିଷ୍କାର ପରେ ଏବେ କ’ଣ ରହିବ ପାକିସ୍ତାନର ଆଭିମୂଖ୍ୟ

Odisha Sports Bureau

ଏକାଠି ରାତ୍ରି ଭୋଜନ କରିବେ ଉଭୟ ଦେଶର ଖେଳାଳୀ

Odisha Sports Bureau