Cricket

ପ୍ରଥମ ଟି-୨୦ ରେ ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ଭାରି

ମୋହାଲିରେ ଆରମ୍ଭ ହୋଇଥିବା ପ୍ରଥମ ଟି-୨୦ ରେ ବାଜି ମାରିଲା ଭାରତ । ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ ଆଇଏସ ବିନ୍ଦ୍ରା ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଆଫଗାନିସ୍ତାନ ପ୍ରଥମ ଟି-୨୦ରେ ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଛି ଭାରତ । ପ୍ରଥମେ ଆଫଗାନିସ୍ତାନ ବ୍ୟାଟିଙ୍ଗ କରି ଭାରତ ଆଗରେ ୧୫୯ ରନର ଟାଗେର୍ଟ ରଖିଥିଲା । ଏହି ଲକ୍ଷକୁ ପିଛା କରି ୧୭ ଓଭର ୩ ବଲରେ ୪ଟି ୱକେଟ ହରାଇ ବିଜୟ ଲକ୍ଷ ହାସଲ କରିଛି ଭାରତ । ଭାରତ ପକ୍ଷରୁ ଶିବମ ଦୁବେ ୬୦ ରନ କରି ଅପରାଜିତ କରିଥିବାବେଳେ ଜିତେଶ ଶର୍ମା ୩୧, ତିଳକ ବର୍ମା ୨୬ ଏବଂ ଶୁଭମନ ଗିଲ୍ ୨୩ରନ କରିଥିଲେ। ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନ ପକ୍ଷରୁ ରହମାନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜଦରାନ ଦଳ ପାଇଁ ଆରମ୍ଭ ସହ ପ୍ରଥମ ୱିକେଟ ଯୋଡ଼ିରେ ୫୧ ରନସଂଗ୍ରହ କରିଥିଲେ। ସେହିପରି ଗୁରୁବାଜ ୨୩ କରିଥିବା ବେଳେ, ଜଦରାନ ୨୫, ମହମ୍ମଦ ନବି ୪୨, ଅଜମାତୁଲ୍ଲା ୨୯, ନଜିବୁଲ୍ଲା ଜଦରାନ ୧୯ ରନ ସଂଗ୍ରହ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୫୮ ରନ ସଂଗ୍ରହ କରିଥିଲା ଭାରତ ପକ୍ଷରୁ ଅକ୍ଷର ପଟେଲ ଓ ମୁକେଶ କୁମାର ୨ଟି ଲେଖାଏଁ ୱିକେଟ ନେଇଥିଲେ।
ଏହି ସିରିଜରେ ମୋଟ ୩ଟି ଟି-୨୦ ମ୍ୟାଚ ଖେଳାଯିବ । ଦ୍ବିତୀୟ ଟି-୨୦ ଜାନୁଆରୀ ୧୪ ତାରିଖରେ ଇନ୍ଦୋରଠାରେ ଖେଳାଯିବାକୁ ଥିବା ବେଳେ ତୃତୀୟ ଟି-୨୦ ଟି ଜାନୁଆରୀ ୧୭ ତାରିଖ ଦିନ ବେଙ୍ଗାଲୁରୁଠାରେ ଖେଳାଯିବ ବୋଲି କାର୍ଯ୍ୟ ସୂଚି ରହିଛି ।

Related posts

ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ପାକିସ୍ତାନ ଠାରୁ ପଛରେ ଭାରତ

Odisha Sports Bureau

ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚଟି ଟି୨୦ ଏବଂ ତିନୋଟି ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା

Odisha Sports Bureau

କ୍ୟାପଟେନ ହେବା ପରେ ଦମଦାର ଅନ୍ଦାଜରେ ଫର୍ମକୁ ଫେରିଲେ ସୂର୍ୟ୍ୟ କୁମାର ଯାଦବ

Odisha Sports Bureau