More Sports

ଆମେରିକାରେ ଡେବ୍ୟୁ କରିବେ ବିଜେନ୍ଦର

(ଓଡିଶା ସ୍ପୋର୍ଟ/ ନୂଆଦିଲ୍ଲୀ): ଭାରତର ଷ୍ଟାର୍ ବକ୍ସର୍ ବିଜେନ୍ଦର ସିଂହ ଆସନ୍ତା ଏପ୍ରିଲ୍ ୧୨ ତାରିଖରେ ଆମେରିକାରେ ପେସାଦାର ବକ୍ସିଂ ସର୍କିଟରେ ଡେବ୍ୟୁ କରିବେ । ଏଥିପାଇଁ ବିଜେନ୍ଦର ମାଇକ ଟାଇସନ୍ ଓ ମ୍ୟାନି ପାକ୍ୱିଓଙ୍କୁ ତାଲିମ୍ ଦେଇଥିବା ହଲ୍ ଅଫ୍ ଫେମ୍ କୋଚ୍ ଫ୍ରେଡି ରୋଚଙ୍କ ମାର୍ଗଦର୍ଶନରେ ଟ୍ରେନିଂ ଆରମ୍ଭ କରିଦେଇଛନ୍ତି । ତେବେ ବିଜେନ୍ଦରଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ନାମ ଏପର୍ୟ୍ୟନ୍ତ ଘୋଷଣା ହୋଇନାହିଁ । ପେସାଦାର ବକ୍ସିଂରେ ୧୦ଟି ମୁକାବିଲାରେ ଅପରାଜେୟ ରହିଥିବା ବିଜେନ୍ଦର ଭାସିଲି ଲୋମାଚେଙ୍କୋ-ଆନ୍ଥୋନୀ କ୍ରୋଲା ଅଣ୍ଡରକାର୍ଡର ଷ୍ଟେପଲ୍ସ ସେଣ୍ଟରେ ପଦାର୍ପଣ କରିବେ । ଏହା ୮ ରାଉଣ୍ଡ ବିଶିଷ୍ଟ ହେବ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ନାମରେ ଶୀଘ୍ର ଘୋଷଣା କରାଯିବ । ୩ ବର୍ଷୀୟ ବିଜେନ୍ଦର ନିକଟରେ ନିଜର ଟ୍ରେନିଂ ବେସ୍ ଲସ୍ ଆଞ୍ଜେଲ୍ସରୁ ସ୍ଥାନାନ୍ତର କରି ବର୍ତ୍ତମାନ ‘ଦି ୱାଇଲ୍ଡ କାର୍ଡ ବକ୍ସିଂ କ୍ଲବରେ ରୋଚଙ୍କ ଅଧୀନରେ ଟ୍ରେନିଂ ନେଉଛନ୍ତି । ରୋଚଙ୍କୁ ୨୦୧୨ରେ ଇଣ୍ଟରନ୍ୟାଶନାଲ୍ ବକ୍ସିଂ ହଲ୍ ଅଫ୍ ଫେମ୍ (ଆଇବିଏଚ୍ଓଏଫ୍)ରେ ସମ୍ମାନିତ କରାଯାଇଥିଲା । ଟ୍ରେନର୍ ଭାବେ ରୋଚଙ୍କ ପାଖରେ ୩୨ ବର୍ଷର ଲମ୍ବା ଅଭିଜ୍ଞତା ରହିଛି, ଯେଉଁଥିରେ ସେ ୩୬ ବିଶ୍ୱ ଚାମ୍ପିୟନର ମେଣ୍ଟର ରହିସାରିଛନ୍ତି । ରୋଚଙ୍କ ଟ୍ରେନିଂରେ ଟାଇସନ୍, ୮ଥର ଡିଭିଜନ୍ ୱାର୍ଲ୍ଡ ଚାମ୍ପିୟନ ମ୍ୟାନି ପାକ୍ୱିଓ, ପାଞ୍ଚଥର ଏବଂ ଚାରିଥର ଡିଭିଜନ୍ ୱାର୍ଲ୍ଡ ଚାମ୍ପିୟନ୍ ମିଜୁଏଲ୍ କୋଟ୍ଟୋ ଏବଂ ମଲଟିପୁଲ୍ ୱାର୍ଲ୍ଡ ଚାମ୍ପିୟନ୍ ଓସ୍କାର ଡି’ ଲା ହୋୟା ବିପୁଳ ସଫଳତା ଅର୍ଜନ କରିଥିଲେ ।

ଆମେରିକାରେ ଡେବ୍ୟୁ କରିବା ନେଇ ବିଜେନ୍ଦର ବହୁତ ଉତ୍ସାହିତ ଅଛନ୍ତି । ସେ କହିଛନ୍ତି, ଆମେରିକାରେ ପେସାଦାର ବକ୍ସିଂର ସ୍ତର ବହୁତ ଉପରେ । ମୋ ପାଇଁ ରୋଚ୍ ହିଁ ଉପଯୁକ୍ତ ଟ୍ରେନର୍ । ତାଙ୍କ ଅଧୀନରେ ଟ୍ରେନିଂ ନେଇ ମୁଁ ବକ୍ସିଂ ଫ୍ୟାନଙ୍କୁ ନୂଆ କିଛି କରି ଦେଖାଇବି ବୋଲି ବିଜେନ୍ଦର କହିଛନ୍ତି । ଅନ୍ୟପକ୍ଷରେ ରୋଚ୍ କହିଛନ୍ତି, ବିଜେନ୍ଦରଙ୍କ ପାଖରେ ପ୍ରତିଭା ଭରପୂର ରହିଛି । ତାଙ୍କ ପାଖରେ ଯେଉଁ ଅଭିଜ୍ଞତା ରହିଛି, ସେଥିରେ ସେ ସୁପର୍ ମିଡିଲ୍-ୱେଟ୍ ବର୍ଗର ବକ୍ସରଙ୍କୁ ସମସ୍ୟାରେ ପକାଇପାରନ୍ତି ।

Related posts

ଏସିଆ ବଡୀ ବିଲ୍ଡିଙ୍ଗ୍ ଚମ୍ପିଆନସିପରେ ରୌପ୍ୟ ପଦକ ଜିତିଲେ କାଦିର

Odisha Sports Bureau

ରେସିଂ ପଏଣ୍ଟ ଦଳର ବ୍ରେକ୍ ଡକ୍ଟ ୧୫ ପଏଣ୍ଟ କାଟି ଚାରି ମିଲିୟନ ୟୁରୋ ଜରିମାନା

Odisha Sports Bureau

ନେସନାଲ୍ ଚମ୍ପିଆନଶିପରେ ସ୍ୱର୍ଣ୍ଣ ଜିତିଲେ ମୀରାବାଇ

Odisha Sports Bureau