Cycling

ସାଇକେଲ ଚାଳକକୁ ଧକ୍କା ଦେଇ ବାଇକ୍ ଆରୋହୀ ମୃତ

ହମବର୍ଗ: ହମବର୍ଗଠାରେ ଆୟୋଜିତ ଆଇରନମ୍ୟାନ୍ ୟୁରୋପୀୟ ଚାମ୍ପିଅନସିପ୍ରେ ରବିବାର ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ସାଇକ୍ଲିଷ୍ଟ ସହ ଧକ୍କା ହୋଇ ଜଣେ ମୋଟର ସାଇକେଲ ଚାଳକ ମୃତ୍ୟୁ ବରଣ କରିଛନ୍ତି। ମୋଟର ସାଇକେଲ ଚାଳକଙ୍କ ସହ ଜଣେ କ୍ୟାମେରାମ୍ୟାନ୍ ମଧ୍ୟ ଯାଉଥିଲେ। ଏହି ଘଟଣା ଏକ ଅଣଓସାରିଆ ରାସ୍ତାରେ ହୋଇଥିଲା। ପ୍ରତିଯୋଗୀ ଏବଂ ସେମାନଙ୍କ ଗାଡ଼ି ରାସ୍ତାର ଉଭୟ ପାର୍ଶ୍ବକୁ କବ୍ଜାରେ ରଖିଥିବାରୁ ଏଭଳି ଦୁର୍ଘଟଣା ଘଟିଥିଲା। ଏହି ଗାଡ଼ି ଜଣେ ସାଇକେଲ ଚାଳକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ସେହିଠାରେ ମୋଟର ସାଇକେଲ ଚାଳକର ମୃତ୍ୟୁ ଘଟିଥିଲା ବେଳେ ଆହତ ସାଇକେଲ ଚାଳକ ଓ କ୍ୟାମେରାମ୍ୟାନ୍ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ସ୍ଥାନୀୟ ପୁଲିସ କହିଛି। ଏହି ଦୁର୍ଘଟଣା ପରେ ରେସ୍କୁ କିଛି ସମୟ ସ୍ଥଗିତ ରଖାଯାଇଥିଲା।

Related posts

ଜିତିବା ଆଶାକୁ ଧୋଇନେଲା ବର୍ଷା

Odisha Sports Bureau

ଆଜି ଭାରତ- ୱେଷ୍ଟଇଣ୍ଡଜି ଟି-୨୦ ସିରିଜର ଚତୁର୍ଥ ମ୍ୟାଚ

Odisha Sports Bureau

ଜର୍ମାନୀରେ ପଦକ ଜିତିଲେ ଚାଷୀର ଝିଅ କଳ୍ପନା