ମାଲକାନଗିରି / ଆଶିଷ ବାଇନ: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଶିକ୍ଷା ବିଭାଗ ଅଧୀନସ୍ଥ ଏମ ଭି ୭୯ ଗ୍ରମ ସ୍ଥିତ ସାବରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆୟୋଜନ ହୋଇଯ । ଏହି ଅବସରରେ ପଡିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶ୍ୱବା ରଞ୍ଜନ ମାଲି ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଏସ୍ ଏମ୍ ସି ସଭାପତି ଅଜାମିଲ ମଣ୍ଡଲ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ନାୟକଙ୍କ ତତତ୍ଵାବଧାନରେ ୨ ଦିନର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହେଉଛି । ଏହି ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ରେ ୧୨ ଟି ବିଦ୍ୟାଳୟରୁ ମୋଟ ୧୫୦ ଛାତ୍ର ଛାତ୍ରୀ ଯୋଗଦେବା ସୂଚନା ମିଳିଛି ।
previous post
next post