Cricket

ବୋଲିଂରେ ବୁମରାହଙ୍କ ୨ୟ ସ୍ଥାନ: ଖସିଲେ ରୋହିତ-କୋହଲି

ଦୁବାଇ : ଆଇସିସି ପକ୍ଷରୁ ଟପ୍-୧୦ ବୋଲିଂ, ବ୍ୟାଟିଂ ଏବଂ ଅଲରାଉଣ୍ଡର ତାଲିକା ପ୍ରକାଶ । ଅଲରାଉଣ୍ଡର ତାଲିକା ହାର୍ଦ୍ଦିକ ପାଣ୍ଡ୍ୟା ଉପରକୁ ଉଠିଥିବା ବେଳେ ବୋଲିଂ ଓ ବ୍ୟାଟିଂ ତାଲିକାରେ ଅନ୍ୟସବୁ ଭାରତୀୟଙ୍କ ରାଙ୍କିଂ ହ୍ରାସ ପାଇଛି । ଖାସ୍ କରି ଦିନିକିଅ । ଟପ୍-୧୦ ବୋଲିଂ ତାଲିକାରେ ବୁମରାହ ଗୋଟିଏ ସ୍ଥାନ ତଳକୁ ଖସି ୨ୟରେ ପହଞ୍ଚିଛନ୍ତି । ସେହିପରି ଦିନିକିଅ ।

ଟପ୍୧୦ରେ ବିରାଟ କୋହଲି ଓ ରୋହିତ ଶର୍ମା ତଳକୁ ଖସିଛନ୍ତି । ଉଭୟ ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ରହିଛନ୍ତି । ଟପ୍-୧୦ ଦିନିକିଆ ବ୍ୟାଟିଂ ତାଲିକା- ଅ ।ଇସିସି ପକ୍ଷରୁ ସଦ୍ୟପ୍ରକାଶିତ ରାଙ୍କିଂ ତାଲିକାରେ ପାକିସ୍ତାନର ଷ୍ଟାର ବ୍ୟାଟସମ୍ୟାନ୍ ବାବାର ଆଜାମ୍ ୮୯୨ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଇମାମ୍-ଉଲ୍-ହକ୍ ୮୧୫ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛନ୍ତି । ଏହାପରକୁ ସାଉଥ ଅ ।ଫ୍ରିକାର ବ୍ୟାଟସମ୍ୟାନ୍ ରାଶି-ଭାନ୍-ଡେର ଡୁସେନ୍ ୭୯୫ ପଏଣ୍ଟ ରଖି ୩ୟ ସ୍ଥାନ, ବିରାଟ କୋହଲି ୭୯୦ ପଏଣ୍ଟର ରଖି ୪ର୍ଥ ସ୍ଥାନ, ରୋହିତ ଶର୍ମା ୭୮୬ ପଏଣ୍ଟ ରଖି ୫ମସ୍ଥାନ, କ୍ୱିଣ୍ଟନ ଡିକକ୍ ୭୮୦ ପଏଣ୍ଟ ସହ ୬ଷ୍ଠ ସ୍ଥାନ, ରସ୍ ଟେଲର ୭୫୨ ପଏଣ୍ଟ ରଖି ୭ମ ସ୍ଥାନ, ଡେଭିଡ ୱାର୍ନର ୭୩୭ ପଏଣ୍ଟ ରଖି ୮ମ ସ୍ଥାନ, ଜୋନି ବେଷ୍ଟ୍ରୋ ୭୩୬ ପଏଣ୍ଟ ରଖି ୯ମ ସ୍ଥାନରେ ରହିଥିବା ବେଳେ ଆରୋନ୍ ଫିଞ୍ଚ୍ ୭୧୫ ପଏଣ୍ଟ ରଖି ୧୦ମ ସ୍ଥାନରେ ରହିଛନ୍ତି ।

 ଟପ୍-୧୦ ଦିନିକିଅ । ବୋଲିଂ ତାଲିକା- ଆଇସିସି ପକ୍ଷରୁ ସଦ୍ୟପ୍ରକାଶିତ ରାଙ୍କିଂ ତାଲିକାରେ ଟ୍ରେଣ୍ଟ ବୋଲ୍ଟ ୭୦୪ ପଏଣ୍ଟ ରଖି ପ୍ରଥମ ସ୍ଥାନରେ ରହିଥିବା ବେଳେ ବୁମରାହ ୭୦୩ ପଏଣ୍ଟ ରଖି ୨ୟ ସ୍ଥାନରେ ରହିଛନ୍ତି । ସେହିପରି ସାହିନ୍ ଆଫ୍ରିଦ୍ ୬୮୧ ପଏଣ୍ଟ ରଖି ୩ୟ ସ୍ଥାନ, ଜୋସ୍ ହେଜେଲଉଡ଼୍ ୬୭୯ ପଏଣ୍ଟ ରଖି ୪ର୍ଥ ସ୍ଥାନ, ମୁଜିବୁର ଉର୍ ରେହେମାନ୍ ୬୭୬ ପଏଣ୍ଟ ରଖି ୫ମ ସ୍ଥାନ, ମେହିଦି ହାସାନ ମିରାଜ୍ ୫୭୨ ପଏଣ୍ଟ ରଖି ୬ଷ୍ଠ ସ୍ଥାନ, ମ୍ୟାଟ୍ ହେନେରୀ ୬୭୨ ପଏଣ୍ଟ ରଖି ୭ମ, ମହମ୍ମଦ ନାବି ୬୫୭ ପଏଣ୍ଟ ରଖି ୮ମ ସ୍ଥାନ, କ୍ରିସ୍ ଭୋକ୍ସ ୬୫୩ ପଏଣ୍ଟ ରଖି ୯ମ ସ୍ଥାନ, ରାସିଦ ଖାନ୍ ୬୫୧ ପଏଣ୍ଟ ରଖି ୧୦ ସ୍ଥାନରେ ରହିଛନ୍ତି ।

ଟପ୍-୧୦ ଦିନିକିଆ ଅଲରାଉଣ୍ଡର ତାଲିକାସାକିବ ଉଲ୍ ହାସନ ୩୯୪ ପଏଣ୍ଟ ରଖି ପ୍ରଥମ ସ୍ଥାନରେ ରହିଥିବା ବେଳେ ମହମ୍ମଦ ନାବି ୩୨୫ ପଏଣ୍ଟ ରଖି ୨ୟ ସ୍ଥାନରେ ରହିଛନ୍ତି  । ଏହାପରକୁ ରାସିଦ ଖାନ୍ ୨୯୦ ପଏଣ୍ଟ ରଖି ୩ୟ ସ୍ଥାନ, ମିଚେଲ୍ ସାନଟେର୍ ୨୫୩ ପଏଣ୍ଟ ରଖି ୪ର୍ଥ ସ୍ଥାନ, କୋଲିନ୍ ଡେ ଗ୍ରାଣ୍ଡହୋମ୍ ୨୪୬ ପଏଣ୍ଟ ରଖି ୫ମ ସ୍ଥାନ, କ୍ରିସ୍ ଭୋକ୍ସ ୨୪୫ ପଏଣ୍ଟ ରଖି ୬ଷ୍ଠ ସ୍ଥାନ, ମେହିଦି ହାସାନ ମିରାଜ୍ ୨୪୩ ପଏଣ୍ଟ ସହ ୭ମ ସ୍ଥାନ, ହାର୍ଦ୍ଦିକ ପାଣ୍ୟା ୨୪୨ ପଏଣ୍ଟ ରଖି ୮ମ ସ୍ଥାନ, ଜେସେନ୍ ମାସୁଦ୍ ୨୩୮ ପଏଣ୍ଟ ସହ ୯ମ ସ୍ଥାନରେ ରହିଥିବା ବେଳେ ଇମାଦ୍ ୱାସିମ୍ ୨୩୪ ପଏଣ୍ଟ ସହ ୧୦ ସ୍ଥାନରେ ରହିଛନ୍ତି  ।

Related posts

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ସିରିଜରେ ସ୍ଥାନପାଇଲେନି ରିଙ୍କୁ ସିଂ

Odisha Sports Bureau

ଏସିଆ କପ୍ ବାହାନାରେ ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ଭାରତ; ଟିମ୍ ଇଣ୍ଡିଆ ଖେଳାଳିଙ୍କ ପାଇଁ ‘ଅଗ୍ନି ପରୀକ୍ଷା’

Odisha Sports Bureau

ଦିଲ୍ଲୀକୁ ୪ୱିକେଟରେ ହରାଇଲା ଗୁଜୁରାଟ ।

Odisha Sports Bureau

Leave a Comment